ହାତ କୁଣ୍ଡେଇ ହେଲେ ପଇସା ଆସେ, ଜାଣନ୍ତୁ ବିଭିନ୍ନ ଅଙ୍ଗ କୁଣ୍ଡେଇହେବାର ରହସ୍ୟ

Published By : Prameya-News7 Bureau | June 15, 2019 IST

ପ୍ରତ୍ୟେକ ପ୍ରାକୃତିକ ଘଟଣା ଭବିଷ୍ୟତ ଆଡକୁ ଇସାରା କରିଥାଏ। ଏମିତି ଏକ ଇସାରା ହେଉଛି ଶରୀରର ବିଭିନ୍ନ ସ୍ଥାନ କୁଣ୍ଡେଇ ହେବା। ଏଭଳି କୁଣ୍ଡେଇ ହେଲେ ଲୋକେ ଚିନ୍ତାରେ ପଡି ଯାଆନ୍ତି ଓ କହନ୍ତି ଏପରି କିଛି ହେବ। ତେବେ ଶରୀରରେ ଏମିତି କିଛି ଅଙ୍ଗ ଯଦି ଶୁଳେଇ ହୁଏ ତେବେ ଜାଣନ୍ତୁ ତାର ପରିଣାମ କଣ ହୁଏ।

{"id":123274,"width":583,"height":388}

କୁହାଯାଏ ହାତ କୁଣ୍ଡେଇ  ହେଲେ ପଇସା ଆସେ ବା ବ୍ୟୟ ହୁଏ। ଯଦି ପୁରୁଷଙ୍କର ଡାହାଣ ହାତ ଓ ମହିଳାଙ୍କର ବାମ ହାତ କୁଣ୍ଡେଇ ହୁଏ ତେବେ ଅର୍ଥାଗମର ଏହା ଏକ ଶୁଭ ସୂଚନା ବୋଲି ଲୋକେ କହନ୍ତି। ସେହିପରି ଯଦି ବୀପରିତ ହାତରେ କୁଣ୍ଡେଇ ଅନୁଭବ ହୁଏ ତେବେ ଲୋକେ ଧନ ବ୍ୟୟକୁ ନେଇ ଚିନ୍ତିତ ହୁଅନ୍ତି। ତେବେ ଖାଲିହାତ କୁଣ୍ଡେଇ ନୁହେଁ  ଯଦି ଆଖି ଆଖପାଖରେ ଆପଣ କୁଣ୍ଡେଇ ଅନୁଭବ କରନ୍ତି ତେବେ ଏହା ମଧ୍ୟ ଅର୍ଥାଗମକ ଏକ ସୂଚନା ବୋଲିକୁହାଯାଏ। ସେହିଭଳି ପାଦ କୁଣ୍ଡେଇ ଲାଗିଲେ ଆପଣ ଖୁବ୍ ଶୀଘ୍ର ଯାତ୍ରା କରିବାକୁ ଯାଉଥିବା ନେଇ ନିଶ୍ଚିତ ହୋଇଯାଆନ୍ତୁ।  

{"id":123275}

ସେହିପରି ଯଦି ପୁରୁଷଙ୍କ ଛାତି କୁଣ୍ଡେଇ ହୁଏ ତେବେ ପୈତୃକ ସମ୍ପତ୍ତି ଉପରେ ତାଙ୍କର ଅଧିକାର ନେଇ ସମ୍ଭାବନାର ସୂଚନା ମିଳିଥାଏ। ଯଦି ମହିଳାଙ୍କ ଆଖି କୋଣକୁଣ୍ଡେଇ ଲାଗେ ତେବେ ସନ୍ତାନ ବେମାର ପଡିବାର ଏହା ଏକ ସୂଚନା ବୋଲି ଧରାଯାଏ। ଯଦି ଓଠରେ କୁଣ୍ଡେଇ ଲାଗେ ତେବେ ସ୍ବାଦିଷ୍ଟ ଭୋଜନ ମିଳିବାର ଏହା ଏକ ଇସାର ବୋଲି ବୁଝି ଯାଆନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.