Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

Covid ୨ୟ ଲହରରେ ବୋର୍ଡ ପରୀକ୍ଷାକୁ ନେଇ ଜାଣନ୍ତୁ କେଉଁ ରାଜ୍ୟର ନିଷ୍ପତ୍ତି କ’ଣ ?

15/04/2021 at 6:06 PM

ନୂଆଦିଲ୍ଲୀ ୧୫।୪: ଦେଶରେ କରୋନା ଭାଇରସ ମହାମାରୀକୁ ନେଇ ଉପୁଜିଥିବା ପରିସ୍ଥିତିରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ)ଙ୍କ ପରିଚାଳିତ ୧୦ ବୋର୍ଡ ପରୀକ୍ଷାକୁ କେନ୍ଦ୍ର ସରକାର ରଦ୍ଦ କରିଛନ୍ତି। ତେବେ ଦ୍ୱାଦଶ ପରୀକ୍ଷା କ୍ଷେତ୍ରରେ ଭିନ୍ନ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିରେ ଏବେ ବିଭିନ୍ନ ରାଜ୍ୟ ନିଜନିଜର କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିକ୍ଷା ବୋର୍ଡଙ୍କ ସୁବିଧା ଅନୁସାରେ ପଦକ୍ଷେପ ନେଉଥିବା ଦେଖାଯାଉଛି। 

ଦେଶର ଶିକ୍ଷା ଇତିହାସରେ ୧୦ମ ବୋର୍ଡ ପରୀକ୍ଷା ରଦ୍ଦ ହେବାର ଏହା ପ୍ରଥମ ଘଟଣା। ଏଣୁ କାଉନସିଲ ଫର ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍ ଏକଜାମିନେସନସ୍‌ (ସିଆଇଏସସିଇ) ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି। ସିଆଇଏସସିଇ ଖୁବ୍ ଶୀଘ୍ର ଦେଶରେ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ନିଷ୍ପତି ନେବେ ବୋଲି ଗୁରୁବାର ଘୋଷଣା କରିଛନ୍ତି।  ଏଥିରେ କେଉଁ ରାଜ୍ୟ ସରକାର ବୋର୍ଡ ପରୀକ୍ଷାକୁ ନେଇ କ’ଣ ନିଷ୍ପତ୍ତି ନେଇଛନ୍ତି ଆସନ୍ତୁ ଜାଣିବା।

ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି। ତେବେ ରାଜ୍ୟ ସରକାର ଜୁନ ମାସରେ ବୋର୍ଡ ପରୀକ୍ଷା କରାଇବାକୁ ପୂର୍ବରୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ସେପଟେ କର୍ଣ୍ଣାଟକ ରାଜ୍ୟ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାମନ୍ତ୍ରୀ ଏସ୍.ସୁରେଶ କୁମାର ରାଜ୍ୟରେ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ନେଇ ରାଜ୍ୟ ସରକାରଙ୍କର କୌଣସି ନିଷ୍ପତ୍ତି ନଥିବା କହିଛନ୍ତି। ସେହିପରି ମେଘାଳୟ ସରକାର ରାଜ୍ୟରେ ଛାତ୍ରଛାତ୍ରୀ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବାକୁ ପ୍ରସ୍ତୁତି ଚଳାଇଥିବା କହିଛନ୍ତି।

ତେବେ ଦେଶରେ ଏପରି କେତେକ ରାଜ୍ୟ ଅଛନ୍ତି ଯେଉଁମାନେ ୧୦ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ଅଥବା ସ୍ଥଗିତ ରଖିଛନ୍ତି । ଏହି ରାଜ୍ୟଙ୍କ ସୂଚୀର ପ୍ରଥମ ସ୍ଥାନରେ ରହିଛି ହରିୟାଣା। ରାଜ୍ୟ ସରକାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ଙ୍କ ଭଳି ୧୦ମ ବୋର୍ଡ ପରୀକ୍ଷା ବାତିଲ କରିଥିବା ବେଳେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅନ୍ତରୀଣ ରିପୋର୍ଟ ଆଧାରରେ ଶ୍ରେଣୀ ଉତୀର୍ଣ୍ଣ କରିବେ ବୋଲି ଘୋଷଣା କରିଛନ୍ତି। ତେବେ ଉପୁଜିଥିବା ପରିସ୍ଥିତିରେ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ କରିଛନ୍ତି।

ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ବୋର୍ଡ ପରୀକ୍ଷାକୁ ମେ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ରାଜ୍ୟରେ କରୋନା ପରିସ୍ଥିତି ଯୋଗୁ ବିଦ୍ୟାଳୟ ସବୁ ବନ୍ଦ ରହିଥିବା ବେଳେ ମେ ପ୍ରଥମ ସପ୍ତାହରେ ପରୀକ୍ଷା ସୂଚୀ ସ୍ଥିର କରାଯିବ କି ନା ସେ ନେଇ ନିଷ୍ପତ୍ତି ନେବେ ବୋଲି ଘୋଷଣା କରିଛନ୍ତି।  ଉତ୍ତରପ୍ରଦେଶ ଭଳି ଗୁଜରାଟ ସରକାର ମଧ୍ୟ ୧୦ମ ଓ ଦ୍ୱାଦଶ ପରୀକ୍ଷା ବର୍ତ୍ତମାନ ଲାଗି ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମେ ୧୦ରୁ ୨୫ ତାରିଖ ମଧ୍ୟରେ ଏହି ପରୀକ୍ଷା ହେବାର ଥିଲା। ହେଲେ ନୂଆ ନିଷ୍ପତ୍ତି ପରେ ପରୀକ୍ଷା ତାରିଖ ନେଇ ସରକାର ଘୋଷଣା କରିବେ ବୋଲି କହିଛନ୍ତି।

ହିମାଚଳ ପ୍ରଦେଶରେ ଚାଲିଥିବା ୧୦ମ ଓ ଦ୍ୱାଦଶ ପରୀକ୍ଷାକୁ ସରକାର କରୋନା ସଂକ୍ରମଣ କାରଣରୁ ସ୍ଥଗିତ କରିଦେଇଛନ୍ତି। ତେବେ ମେ ୧ ତାରିଖରେ ସ୍ଥିତିର ସମୀକ୍ଷା ପରେ ସରକାର ନିଷ୍ପତ୍ତି ଘୋଷଣା କରିବେ ବୋଲି ରାଜ୍ୟ ଶିକ୍ଷା ସଚିବ ରାଜୀବ ଶର୍ମା ଗୁରୁବାର କହିଛନ୍ତି। ସେପଟେ ମହାରାଷ୍ଟ୍ର ସରକାର ସିବିଏସଇଙ୍କ ନିଷ୍ପତ୍ତି ଅଧ୍ୟାୟନ କରିବା ପରେ ଯାହା ନିଷ୍ପତ୍ତି ନେବେ ବୋଲି ଶିକ୍ଷାମନ୍ତ୍ରୀ ବର୍ଷା ଗାଇକୱାଡ ବୁଧବାର ଗଣମାଧ୍ୟମକୁ କହିଥିଲେ।

ସେହିପରି ମଧ୍ୟପ୍ରଦେଶ ଶିକ୍ଷା ବୋର୍ଡ ୧୦ମ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ କରିଛନ୍ତି। ରାଜ୍ୟରେ ହାଇସ୍କୁଲ, ହାୟର ସେକେଣ୍ଡାରୀ ଓ ପ୍ରାକ୍‌ ବିଦ୍ୟାଳୟ କ୍ଷେତ୍ରରେ ଡିପ୍ଲାମା ପ୍ରବେଶିକା ପରୀକ୍ଷା ୩୦ ଏପ୍ରିଲରୁ ମେ ୧ ତାରିଖ ମଧ୍ୟରେ ଆରମ୍ଭ ହେବାକୁ ଥିଲା। ତେବେ ଜୁନ୍‌ ପ୍ରଥମ ସପ୍ତାହରୁ ଏହି ସବୁ ପରୀକ୍ଷା ହୋଇପାରେ ବୋଲି ରାଜ୍ୟ ଶିକ୍ଷା ବିଭାଗ ସୂଚିତ କରିଛନ୍ତି। ଏ ନେଇ ଖୁବ୍ ଶୀଘ୍ର ସଂଶୋଧିତ କାର୍ଯ୍ୟସୂଚୀ ଘୋଷଣା ହେବ ବୋଲି ବୋର୍ଡ ମୁଖପାତ୍ର କହିଛନ୍ତି। ରାଜସ୍ଥାନ ସରକାର ୧୦ମ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ ରଖିଥିବା ବେଳେ ଛତିଶଗଡ ସରକାର ପୂର୍ବରୁ ବୋର୍ଡ ପରୀକ୍ଷା ଲାଗି କାର୍ଯ୍ୟସୂଚୀ ଜାରି କରିସାରିଥିବାରୁ ଏପ୍ରିଲ ୧୫ରୁ ରାଜ୍ୟରେ ପରୀକ୍ଷା ଆରମ୍ଭ ହୋଇଯାଇଛି। ଓଡ଼ିଶା ସରକାର ଗୁରୁବାର ରାଜ୍ୟରେ ୧୦ମ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ୨୦୨୦-୨୧ ଶିକ୍ଷାବର୍ଷରେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ୧୦ମ ଓ ଦ୍ୱାଦଶ ଶ୍ରେଣୀଙ୍କୁ ଉନ୍ନିତ କରିଛନ୍ତି। ଏଥିଲାଗି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ପଡିବନି ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

   Related Posts