ଫିଙ୍ଗର ପ୍ରିଣ୍ଟରୁ ଜାଣି ହେଉଛି ଲୋକଙ୍କ ଦାନ୍ତର ସ୍ବାସ୍ଥ୍ୟ, ଜାଣନ୍ତୁ କିପରି

Published By : Prameya-News7 Bureau | May 20, 2019 IST

ଲୋକଙ୍କଠାରେ  ଦେଖା ଦେଉଥିବା ଦାନ୍ତ ସମ୍ବଦ୍ଧିତ ସମସ୍ୟା ଏବେ ଶୈଶବାବସ୍ଥାରୁ ହିଁ ଜାଣିହେବ। ଶିଶୁଙ୍କ ଫିଙ୍ଗରପ୍ରିଣ୍ଟ ଏହା ଜଣାଇ ଦେଉଛି। ଲକ୍ଷ୍ନୌସ୍ଥିତ କିଙ୍ଗ ଜର୍ଜ ୟୁନିଭର୍ସିଟି ଏହି ସୂଚନା ଦେଇଛନ୍ତି । ବିଶ୍ବବିଦ୍ୟାଳୟର ଗବେଷଣାରୁ ଫିଙ୍ଗରପ୍ରିଣ୍ଟ ଦ୍ବାରା ଶିଶୁଙ୍କ ଦାନ୍ତ ସମ୍ବଦ୍ଧିତ ସମସ୍ୟା ପିଲା ଦିନରୁହିଁ ଜାଣି ହେଉଥିବା ଜଣାପଡିଛି। ଏଣୁ ବାଲ୍ୟକାଳରୁ ଏହାର ସଠିକ ନିଦାନ କରାଯାଇ ପାରିଲେ ବଡ ଦିନରେ ସେ ସବୁ ସମସ୍ୟା ରହିବ ନାହିଁ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।

{"id":114047}

ଏହି ଗବେଷଣାରୁ ଆଉ ଗୋଟିଏ କଥା ମଧ୍ୟ ସାମ୍ନାକୁ ଆସିଛି। ଦାନ୍ତ ସମ୍ପର୍କିତ ସମସ୍ତ ରୋଗ ଆନୁବଂଶିକ ବା ଜେନେଟିକ୍। ଏଣୁ ଦାନ୍ତର ସମସ୍ୟା ଜାଣିବା ପାଇଁ ନିଆଯାଉଥିବା ଫିଙ୍ଗରପ୍ରିଣ୍ଟର ସିଧା ସମ୍ପର୍କ ଶିଶୁର ଜିନ ସହ ରହିଥାଏ। ଏଣୁ ଦନ୍ତ ରୋଗର ଏବେ ସମ୍ପୂର୍ଣ୍ଣ ନିଦାନ ସମ୍ଭବ ହୋଇ ପାରିବ। ଏଥିରେ ଶିଶୁଙ୍କ ଫିଙ୍ଗରପ୍ରିଣ୍ଟକୁ ୩ ଭାଗରେ ବିଭକ୍ତ କରାଯାଇଛି । ଟ୍ରୁବର୍ଲ, ଲୁପସ୍ ଓ ପ୍ଲେନ ଆର୍ଚ୍ଚରେ ବିଭକ୍ତ ଫିଙ୍ଗରପ୍ରିଣ୍ଟରୁ ଶିଶୁଙ୍କ ଦାନ୍ତାର ସଂରଚନା ମଧ୍ୟ ଡାକ୍ତର ବେଶ ସହଜରେ ଜାଣି ପାରୁଛନ୍ତି।

{"id":114048,"align":"center"}

ଟ୍ରୁବର୍ଲ ଫିଙ୍ଗର ପ୍ରିଣ୍ଟ ଶିଶୁଙ୍କ ଦାନ୍ତର ସଂରଚନା ସାଧାରଣ। ତେବେ ଲୁପସ ଫିଙ୍ଗରପ୍ରିଣ୍ଟ ଶିଶୁଙ୍କ ଉପରମାଢି ସାମାନ୍ୟ ଆଗକୁ ରହୁଥିବା ବେଳେ ପ୍ଲେନ ଆର୍ଚ୍ଚ ଶିଶୁଙ୍କ ତଳ ମାଢି ଆଗକୁ ରହିଥାଏ। ଶିଶୁଙ୍କ ଦାନ୍ତ ଓ ମାଢିର ପରିବର୍ତ୍ତନ ସେମାନଙ୍କ ଜନ୍ମରୁ ଆରମ୍ଭ କରି ବୃଦ୍ଧ ହେବା ପର୍ଯ୍ୟନ୍ତ ଜାରି ରହିଥାଏ। ଏଣୁ ଶିଶୁ ୩ରୁ ୪ ବର୍ଷର ହୋଇଥିବା ବେଳେ ତାର ଦାନ୍ତ ସମସ୍ୟାର ସମାଧାନ ପାଇଁ ଫିଙ୍ଗରପ୍ରିଣ୍ଟ ନିଆଗଲେ ବୟସ୍କ ହେବା ପରେ ବି ହେବାକୁ ଥିବା ଦାନ୍ତର ସମସ୍ୟା ସମାଧାନ କରିହେବ। ଏହି ଗବେଷଣାରେ ବିଶ୍ବବିଦ୍ୟାଳୟ ପକ୍ଷରୁ ୧୨ରୁ ୧୬ ବର୍ଷର ଆୟୁ ବର୍ଗର ୨୩୭ ଜଣ ପିଲାଙ୍କୁ ସାମିଲ କରାଯାଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.