Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ମମତା ବାନାର୍ଜୀଙ୍କୁ କେତେ ଜାଣନ୍ତି ଆପଣ? ନିଜର ନା ଘର ଅଛି ନା ଗାଡ଼ି, ତୃଣମୂଳ ନେତ୍ରୀଙ୍କ ଜୀବନ ଶୈଳୀ ଏପରି

24/02/2021 at 10:01 PM

କୋଲକାତା ୨୪।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ଏବେ ସମସ୍ତଙ୍କ ନଜର। ଏଠାରେ ଶାସକ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ସିଧା ଟକ୍କର ହେଉଛି। ପଶ୍ଚିମବଙ୍ଗକୁ ରାଜନୈତିକ ଦୃଷ୍ଟିରୁ ଲାଭଜନକ ଭାବୁଛି ବିଜେପି। ତେବେ ୧୦ ବର୍ଷ ହେଲା ରାଜ୍ୟ ଶାସନ ଡୋରୀ ସମ୍ଭାଳିଥିବା ମମତା ବାନାର୍ଜୀ ପୁଣି ନିର୍ବାଚନ ଜିତିବା ଲାଗି ଅଣ୍ଟା ଭିଡିଛନ୍ତି। ତେବେ କେନ୍ଦ୍ରର ମୋଦି ସରକାରଙ୍କ ଆଗରେ ମମତା ଏତେ ଟାଣ କାହିଁକି ଆସନ୍ତୁ ଜାଣିବା।

ଉଚ୍ଚ ଶିକ୍ଷିତା ମମତା
ମମତା ବାନାର୍ଜୀଙ୍କ ଜନ୍ମ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ୫ ଜାନୁୟାରୀ ୧୯୫୫ରେ ହୋଇଥିଲା। ଶିଶୁ ଥିବା ବେଳେ ତାଙ୍କ ପିତାଙ୍କ ପରଲୋକ ହୋଇଥିଲା। ଏଥିରେ ପରିବାରର ଦାୟିତ୍ୱ ତାଙ୍କ ମାଙ୍କ ଉପରେ ପଡିଥିଲା। ଘରେ ମାଙ୍କ କାମରେ ସହାୟତା କରୁଥିଲେ ମମତା। ଦାରିଦ୍ର୍ୟତା କଷାଘାତରେ ବି କଲିକତା ବିଶ୍ୱବିଦ୍ୟାଳୟରୁ ମମତା ଏମଏ ପାସ୍ କରିବା ପରେ ଏଲଏଲବି  ପଢିଥିଲେ।

କଂଗ୍ରେସରେ ଆରମ୍ଭ ହୋଇଥିବା ରାଜନୈତିକ ଜୀବନ
ଉଚ୍ଚଶିକ୍ଷିତା ମମତା ବାନାର୍ଜୀ କଂଗ୍ରେସରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୭୫ ମସିହାରେ ମମତା ବାନାର୍ଜୀ ପଶ୍ଚିମବଙ୍ଗ ମହିଳା କଂଗ୍ରେସ ସଭାପତି ମଧ୍ୟ ଥିଲେ। ହେଲେ ରାଜ୍ୟରେ ପାର୍ଟି ସହ ତାଙ୍କର ତାଳମେଳ ଠିକ୍ ରହିନଥିଲା। ଏଣୁ ମମତା କଂଗ୍ରେସରୁ ନିଜ ରାସ୍ତା ପୃଥକ କରି ତୃଣମୂଳ କଂଗ୍ରେସ ଗଠନ କରିବା ସହ ଏବେ ମୁଖ୍ୟମନ୍ତ୍ରୀ ଅଛନ୍ତି।

ଏତେ ସହଜ ନଥିଲା ମମତାଙ୍କ ରାସ୍ତା
ମମତାଙ୍କ ରାଜନୈତିକ ଜୀବନ ବେଶ୍ ସଂଘର୍ଷପୂର୍ଣ୍ଣ ଥିଲା। ରାଜ୍ୟରେ ବାମପନ୍ଥୀ ସରକାରଙ୍କ ସମାନ୍ତରରେ ନିଜ ପାଇଁ ସ୍ଥାନ ସୃଷ୍ଟିକରିପାରିଥିଲେ ମମତା ବାନାର୍ଜୀ। ତାଙ୍କ ଦଳରୁ ସେ ବାରମ୍ବାର ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ କେତେବେଳେ କେନ୍ଦ୍ର ରେଳବାଇ ତ କେତେବେଳେ ଯୁବବ୍ୟାପାର ଆଉ କେତେବେଳେ କୋଇଲା, କ୍ରିଡା, ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦାୟିତ୍ୱରେ ରହି ଦେଶରେ ଚର୍ଚ୍ଚାର କେନ୍ଦ୍ର ରହି ଆସିଛନ୍ତି।


ନିଜର ଘରଦ୍ୱାର ନାହିଁ କି ଧନ ସମ୍ପତ୍ତି ବି ନାହିଁ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ମମତା ବାନାର୍ଜୀଙ୍କ ନିଜର ଘରଦ୍ୱାର ନାହିଁ କି ଗାଡିଘୋଡା ନାହିଁ। ସାଧାରଣ ସୂତା ଶାଢୀ ଓ ସ୍ଲିପର ଚପଲରେ ଲୋକେ ତାଙ୍କୁ ଦେଖିଆସିଛନ୍ତି। ନିର୍ବାଚନ ଲାଗି ମମତା ବାନାର୍ଜୀ ଦାଖଲ କରିଥିବା ତାଙ୍କ ସମ୍ପତ୍ତି ସୂଚୀରେ ନିଜର ସମ୍ପତ୍ତି, ଗାଡ଼ିଘୋଡାର କୌଣସି ବିବରଣୀ ଦେଇ ନଥିବା ବେଳେ ତାଙ୍କର ୩ଟି ବ୍ୟାଙ୍କ ଆକାଉଣ୍ଟ ଥିବା ଓ ସେଥିରେ ମୋଟ ୩୦ଲକ୍ଷ ୪୫ ହଜାର ଟଙ୍କା ଥିବା ଦର୍ଶାଇଥିଲେ। ଏଥିରୁ ନିର୍ବାଚନ ଖର୍ଚ୍ଚ ଲାଗି ଥିବା ତାଙ୍କ ଆକାଉଣ୍ଟରେ ୨୭ଲକ୍ଷ ୬୦ ହଜାର ଟଙ୍କା ଥିବା ଦର୍ଶାଇଛନ୍ତି। ସେହିପରି ସ୍ୱର୍ଣ୍ଣଳଙ୍କାର ବାବଦେ ସେ ଯେଉଁ ସୂଚନା ଦେଇଛନ୍ତି ତାହା ସେ ହାତରେ ପିନ୍ଧିଥିବା ଦୁଇଟି ବାଉଟି ମାତ୍ର ଯାହାର ଓଜନ ୯.୭୫ଗ୍ରାମ ବୋଲି ମମତା ସୂଚିତ କରିଛନ୍ତି।

   Related Posts