Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାଣନ୍ତୁ ବଲିଉଡର ଏହି ନାମୀଦାମୀ ଷ୍ଟାରଙ୍କୁ ଯେଉଁମାନଙ୍କୁ ସଲମାନ ସର୍ବସାଧାରଣରେ ଦେଇଛନ୍ତି ଥାପ୍ପଡ

29/08/2019 at 8:57 PM

ମୁମ୍ବାଇ:  ବଲିଉଡରେ ସଲମାନଙ୍କୁ ଦବଙ୍ଗ ଖାନ କୁହାଯାଏ। ତାଙ୍କର ଏଭଳି ନାମକରଣ ବି ତାତ୍ପର୍ଯ୍ୟ ରହିଛି। କାରଣ ବଲିଉଡ୍ କୁ ସେ କେବଳ ନୂଆ କଳାକାର ଦେଇ ନାହାନ୍ତି ସେମାନଙ୍କ କ୍ୟାରିୟର ବି ସଜାଡିଦେଇଛନ୍ତି। ହେଲେ ଏମିତି ବି କଳାକର ଅଛନ୍ତି ଯେଉଁମାନଙ୍କୁ ସଲମାନ ଇଣ୍ଡଷ୍ଟ୍ରିରୁ ବାହାରକୁ ବାଟ ଦେଖାଇଦେଇଛନ୍ତି। ତେବେ ସଲମାନଙ୍କଠୁ ସର୍ବସାଧାରଣରେ ମାଡ ଖାଇଥିବା ଅଭିନେତା ଓ ଅଭିନେତ୍ରୀ ବି କମ୍ ନାହାନ୍ତି। ତେବେ ଯେଉଁମାନେ ସଲମାନଙ୍କଠୁ ଥାପ୍ପଡ ଖାଇଛନ୍ତି ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ।

ସଲମାନଙ୍କଠୁ ରେଷ୍ଟୁରାଣ୍ଟରେ ସମସ୍ତଙ୍କ ସାମ୍ନାରେ ଥାପ୍ପଡ ଖାଇଥିବା ଜଣେ ଅଭିନେତା ହେଉଛନ୍ତି ରନବୀର କପୁର । କପୁର ଖାନଦାନର ଏହି ଅଭିନେତା ପାଠ ପଢୁଥିବା ବେଳେ ଦିନେ ଏକ ହୋଟେଲରେ ସଲମାନଙ୍କ ସହ ମୁହାଁମୁହିଁ ହୋଇଯାଇଥିଲେ।  ପରିସ୍ଥିତି ଏପରି ହୋଇଥିଲା ଯେ ରନବୀରଙ୍କୁ ସମ୍ଭାଳିବା ଲାଗି ସଲମାନ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଥାପ୍ପଡ ମାରିଥିଲେ। କେବଳ ଅଭିନେତା ନୁହଁନ୍ତି ଅଭିନେତ୍ରୀଙ୍କୁ ବି ପଡିଛି ସଲମାନଙ୍କ ଥାପ୍ପଡ। ପର୍ଦ୍ଦାକୁ କୈଟରିନା କୈଫଙ୍କୁ ଆଣିବାର ସବୁଠୁ ବଡ ଶ୍ରେୟ ସଲମାନଙ୍କୁ ହିଁ ଦିଆଯାଇପାରେ। ହେଲେ କେଟ୍ରିନା ବି ବାଦ ପଡିନାହାନ୍ତି ସଲମାନଙ୍କ ଥାପ୍ପଡରୁ ।

ଏକ ସମୟ ଥିଲା ଯେତେବେଳେ ଐଶ୍ୱର୍ଯ୍ୟାଙ୍କୁ ପାଗଳଙ୍କ ଭଳି ଭଲପାଉଥିଲେ ସଲମାନ। ହେଲେ ସଲମାନଙ୍କ ବଦଗୁଣ ଯୋଗୁ ସେମାନଙ୍କ ଭିତରେ ଅନେକ ଥର ମାରପିଟ ହୋଇଥିବା କାହାକୁ ଅଜଣା ନାହିଁ। ଯେଉଁଥି ଯୋଗୁ ସଲମାନ ଓ ଐଶ୍ୱର୍ଯ୍ୟାଙ୍କ ବ୍ରେକଅପ ହୋଇଥିବା ବେଳେ ପରେ ଅଭିଷେକଙ୍କୁ ବିବାହ କରି ଘର ସଂସାର ବସେଇଥିଲେ ଐସ୍ । ଏମିତି ହେଉଛନ୍ତି ବଲିଉଡର ଦବଙ୍ଗ ଖାନ୍।

   Related Posts