Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||
  • ଭୁବନେଶ୍ବର : ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ BMCର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୋକାନ ସମ୍ମୁଖରେ ଲଗାଅ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍
  • ||

ଏହି ଦିନରେ ଗଛରୁ ତୋଳନ୍ତୁ ନାହିଁ ବେଲପତ୍ର : କ୍ରୋଧିତ ହୋଇପାରନ୍ତି ଭଗବାନ ଶିବ….

3/08/2019 at 3:41 PM

ଶ୍ରାବଣ ମାସରେ ପ୍ରଭୁ ଶିବଙ୍କର ଅନେକ ମହିମା ରହିଛି। ଏହି ମାସରେ ଶିବଙ୍କ କୃପା ପାଇବା ପବିତ୍ର ଦଳାଶୟରୁ ଜଳସଂଗ୍ରହ କରି ଭକ୍ତ ପାଦରେ ଚାଲି ଚାଲି ଯାଇ ଶବାଳୟର ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିଥାନ୍ତି। ଶିବଙ୍କୁ ଦେବତାଙ୍କ ଦେବତା ବୋଲି କୁହାଯାଏ। ଶିବଙ୍କର ଶହସ୍ର ନାମ ରହିଛି । ଭୋଲେନାଥ, ଶଙ୍କର, ମହେଶ, ରୁଦ୍ର, ନୀଳକଣ୍ଠ ଓ ଗଙ୍ଗଧାର ଏହିଭଳି ଅନେକ ନାଁ ରହିଛି।

ଏହି ନାଁରେ ଶିବଙ୍କୁ ବିଭିନ୍ନ ସ୍ଥାନରେ ପୂଜା କରିଯାଉଛି। ତନ୍ତ୍ର ସାଧନାରେ ଶିବଙ୍କୁ ଭୈରବ ଭାବେ ଆରାଧନା କରାଯାଏ। ପ୍ରଭୁ ଶିବ କୈଳାସରେ ବାସ କରନ୍ତି।  ବାବା ଭୋଲେନାଥଙ୍କ ପତ୍ନୀ ମାତା ପାର୍ବତୀ, ପୁତ୍ର କାର୍ତ୍ତିକ ଓ ଗଶେଷ ଏବଂ ପୁତ୍ରୀ ଅଶୋକ ସୁନ୍ଦରୀ । ଭକ୍ତମାନେ ଶିବଙ୍କ ଲିଙ୍ଗ ଓ ମୂର୍ତ୍ତି ବିଭିନ୍ନ  ସ୍ଥାନରେ ରଖି ପୂଜା କରିଥାନ୍ତି। ହାତରେ ଡମ୍ବୁର ଓ ତ୍ରିଶୁଳ ଏବଂ ଗଳାରେ ନାଗ ଦେବତାଙ୍କୁ ରଖି ପ୍ରଭୁ ଭୋଲେନାଥ କୈଳାଶରେ ବିରାଜମାନ ହୋଇଛନ୍ତି।

ଶ୍ରାବଣ ମାସ ଚାଲିଛି ପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତମାନେ ଶିବଙ୍କ ଲିଙ୍ଗ ଉପରେ ଜଳ ଅର୍ପଣ କରୁଛନ୍ତି। ପ୍ରଭୁ ଶିବଙ୍କର ବିଭିନ୍ନ ପୂଜା ସାମଗ୍ରୀ ରହିଛି । ସେଥିମଧ୍ୟରୁ ବେଲପତ୍ର ଅନ୍ୟତମ। ଶିବଲିଙ୍ଗ ଉପରେ ବେଲପତ୍ର ଚଢ଼ାଇବା ଦ୍ବାରା ପ୍ରଭୁ ଶିବ ଶାନ୍ତ ହୋଇଥାନ୍ତି ବୋଲି ପଣ୍ଡିତମାନେ କହନ୍ତି। ବେଲପତ୍ର ଚଢାଇଲେ ଶିବ ଶୀଘ୍ର ପ୍ରସନ୍ନ ହୋଇ ଭକ୍ତଙ୍କ ଇଚ୍ଛା ପୂରଣ କରିଥାନ୍ତି।

ପବିତ୍ର ବେଲପତ୍ର ଗଛରୁ ଛିଡ଼ାଇ ପାଇଁ ଶାସ୍ତ୍ର ଅନୁସାରେ କିଛି ବାରଣ ରହିଛି। ବେଲପତ୍ର ତୋଳିବା ପାଇଁ ଏହି ନିୟମକୁ ପାଳନ କରିବା ନିତାନ୍ତ ଆବଶ୍ୟକ। ଶାସ୍ତ୍ର ଅନୁସାରେ ଚତୁର୍ଥୀ,  ଅଷ୍ଟମୀ, ନବମୀ, ଚତୁର୍ଦଶୀ, ଅମାବାସ୍ୟା ଓ ସଂକ୍ରାନ୍ତିରେ ଗଛରୁ ବେଲପତ୍ର ତୋଳିବା କଥା ନୁହେଁ। ଏହି ଦିନଗୁଡିକରେ ଯଦି ସୋମବାର ପଡୁଥାଏ ତେବେ ପୂର୍ବଦିନ ଗଛରୁ ପତ୍ର ତୋଳି ରଖିପାରିବେ।

ଶାସ୍ତ୍ର ଅନୁସାରେ ଶିବଙ୍କ ଉପରେ ଲାଗିଥିବା ବେଲପତ୍ରକୁ ସ୍ବଚ୍ଛପାଣିରେ ଧୋଇ ଶିବଙ୍କ ପୂଜାରେ ପୂନର୍ବାର ଲାଗିପାରିବ। ବେଲପତ୍ର ତୋଳିବା ପୂର୍ବରୁ ଓ ପରେ ମନ ଭିତରେ ବେଲଗଛକୁ ନମସ୍କାର କରନ୍ତୁ। ତ୍ରିପତ୍ରି​‌ ବେଲପତ୍ରଠାରୁ ଆରମ୍ଭକରି ୧୧ ପତ୍ରି ପର୍ଯ୍ୟନ୍ତ ରହିଛି। ଅଧିକ ଟିକିଆ ବେଲପତ୍ର ମିଳିବା ବହୁତ କଷ୍ଟ ହୋଇଥାଏ। ହେଲେ ସହଜରେ ୩ ଟିକିଆ ବେଲପତ୍ର ମିଳି ଯାଇଥାଏ। ଅଧିକ ପତ୍ରର ବେଲପତ୍ର ବହୁତ ଉତ୍ତମ ହୋଇଥାଏ।

   Related Posts