ଛୋଟିଆ ଲେମ୍ବୁରେ ଲୁଚି ରହିଛି ଅନେକ ଐଶ୍ବରୀୟ ଗୁଣ: ଯାହା ରାତାରାତି ବଦଳାଇ ଦେବ ଆପଣଙ୍କ ଭାଗ୍ୟ

Published By : Prameya-News7 Bureau | May 22, 2020 IST

ଦୁଇ ଜଣ ବରାବର ପରିଶ୍ରମ କରନ୍ତି,ଯେଉଁମାନଙ୍କ ମଧ୍ୟରୁ ଜଣଙ୍କର ସ୍ବପ୍ନ ପୂରଣ ହୋଇଥାଏ ତ ଜଣଙ୍କର ହୋଇନଥାଏ। ଆଜିକାଲିକାର ଜୀବନରେ ଅନେକ ଲୋକ ଅଛନ୍ତି,ତାଙ୍କୁ ସଫଳତା କମ୍ ମିଳିଥିବାବେଳେ ବିଫଳତା ପିଛା ଛାଡ଼ିନଥାଏ। ତାନ୍ତ୍ରିକ ଗ୍ରନ୍ଥରେ ଏପରି ଅନେକ ଗୁଣି ଗାରେଡ଼ି ବିଷୟରେ କୁହାଯାଇଛି,ଯାହା କରିବା ଦ୍ବାରା ବ୍ୟକ୍ତି ନିଜ ସୁପ୍ତ ଭାଗ୍ୟକୁ ଜଗାଇଥାଆନ୍ତି। ଏହାର କୌଣସି ବୈଜ୍ଞାନିକ ଆଧାର ନାହିଁ କିନ୍ତୁ ଦୀର୍ଘ ବର୍ଷରୁ ଲୋକେ ଏହାକୁ ମାନି ଆସୁଛନ୍ତି ଏବଂ ସଫଳ ମଧ୍ୟ ହେଉଛନ୍ତି। ସେହିପରି ଆମେ ଆଜି ତାନ୍ତ୍ରିକ ଗ୍ରନ୍ଥରୁ ଏପରି କିଛି କଳାଯାଦୁ ନେଇ ଆସିଛୁ ,ଯାହା ଥରେ ପ୍ରୟୋଗ କଲେ ଆପଣଙ୍କ ପାଇଁ ସଫଳତାର ଦ୍ବାର ଖୋଲିଯିବ।

୧.ଘରେ ଯଦି କୌଣସି ସଦସ୍ୟଙ୍କୁ ଖରାପ ଦୃଷ୍ଟି ଲାଗିଛି ତେବେ ଏହି ଉପାୟ ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣ ପୀଡ଼ିତ ବ୍ୟକ୍ତିଙ୍କ ମୁଣ୍ଡରୁ ଗୋଡ଼ ଯାଏଁ ୭ଥର ଲେମ୍ବୁ ବୁଲାଇ ଦିଅନ୍ତୁ। ଏହା ପରେ ଲେମ୍ବୁକୁ ୪ଭାଗ କରି ଦିଅନ୍ତୁ ଏବଂ ଏହାକୁ କୌଣସି ଶୂନଶାନ ସ୍ଥାନରେ ଫିଙ୍ଗି ଦିଅନ୍ତୁ। ଲେମ୍ବୁ ଟୁକୁରାକୁ ଫିଙ୍ଗିବା ପରେ ପଛକୁ ଫେରି ଚାହଁନ୍ତୁ ନାହିଁ।

୨. ପରିଶ୍ରମ କରିବା ପରେ ବି ଯଦି ଆପଣଙ୍କ କାମ ଧନ୍ଦା ଠିକଭାବେ ଚାଲୁ ନାହିଁ ତେବେ ଶନିବାର ଏକ ଲେମ୍ବୁ ନେଇ ଏହାକୁ ଦୋକାନ କିମ୍ବା ଅଫିସ୍ ୪କାନ୍ଥରେ ସ୍ପର୍ଶ କରନ୍ତୁ। ଏହା ପରେ ଲେମ୍ବୁକୁ ୪ଭାଗ କରି ଦିଅନ୍ତୁ ଏବଂ ଚାରି ପାଖରେ ଯାଇ ଲେମ୍ବୁର ଗୋଟିଏ ଗୋଟିଏ ଭାଗ ଫିଙ୍ଗି ଦିଅନ୍ତୁ। ଏହା କରିବା ନକରାତ୍ମକ ଶକ୍ତି ଦୂରେଇ ଯାଇଥାଏ ଏବଂ ବ୍ୟବସାୟରେ ଲାଭ ହୋଇଥାଏ।

୩. ନିଜ ଭାଗ୍ୟ ଖୋଲିବା ପାଇଁ ଏକ ଲେମ୍ବୁ ନିଅନ୍ତୁ ଏବଂ ଏହାକୁ ନିଜ ମୁଣ୍ଡ ଉପରୁ ୭ଥର ଘୂରାଇ ଦୁଇ ଭାଗ କରି ନିଅନ୍ତୁ। ଏହା ପରେ ବାମ ହାତରେ ଧରିଥିବା ଟୁକୁରା ଡାହାଣ ପାର୍ଶ୍ବରେ ଫିଙ୍ଗି ଦିଅନ୍ତୁ ଏବଂ ଡାହାଣ ହାତର ଟୁକୁରା ବାମ ପାର୍ଶ୍ବରେ ଫିଙ୍ଗି ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ବିଗିଡ଼ି ଯାଇଥିବା କାମ ପୁଣି ଥରେ ହେବ ଏବଂ ଅଟକିଥିବା ଧନ ମଧ୍ୟ ପୁଣି ଥରେ ମିଳିବ।

୪.ଯଦି ଆପଣଙ୍କୁ ଚାକିରୀରେ ସଫଳତା ଦରକାର ତେବେ ସକାଳେ ସର୍ବ ପ୍ରଥମେ ଲେମ୍ବୁ ଏବଂ ୪ଟି ଲବଙ୍ଗ ନେଇ ହନୁମାନ ମନ୍ଦିର ଯାଆନ୍ତୁ। ଏହା ପରେ ମନ୍ଦିରରେ ଲେମ୍ବୁରେ ୪ଟି ଲବଙ୍ଗ ଗାଡ଼ି ଦିଅନ୍ତୁ ଏବଂ ଏହା ପରେ ହନୁମାନ ଚାଳିଶା ପାଠ ପରେ ଓଁ ଶ୍ରୀ ହନୁମତେ ନମଃ ମନ୍ତ୍ର ୧୦୮ଥର ଜପ କରନ୍ତୁ ଏବଂ ସଫଳତା ପାଇଁ ଆଶୀର୍ବାଦ ମାଗନ୍ତୁ। ଏହା ପରେ ଲବଙ୍ଗ ଲାଗିଥିବା ଲେମ୍ବୁକୁ ନିଜ ସହ ନିଅନ୍ତୁ ଏବଂ ଇଣ୍ଟରଭ୍ୟୁ ଦିଅନ୍ତୁ। ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.