ରୁଟି ବଦଳେଇ ଦେବ ଆପଣଙ୍କ ଭାଗ୍ୟ ; ଶନି, ରାହୁ, କେତୁ ସମସ୍ତ ଗ୍ରହ ଦୋଷ ହେବ ଖଣ୍ଡନ- ଜାଣନ୍ତୁ ଏହି ସରଳ ଉପାୟ

Published By : Prameya-News7 Bureau | January 31, 2019 IST

ଭୁବନେଶ୍ୱର ୩୧/୧ : ଖାଦ୍ୟ, ଘର ଏବଂ ପୋଷାକ ମଣିଷର ୩ଟି ଅତ୍ୟନ୍ତ ଜରୁରୀ ଜିନିଷ | ଏହି ୩ଟି ଜିନିଷ ପାଇଁ ମଣିଷ ବହୁ ପରିଶ୍ରମ କରିଥାଏ | ବହୁ ପରିଶ୍ରମ ପରେ ମଧ୍ୟ ବେଳେବେଳେ ଭାଗ୍ୟ ମଣିଷର ସାଥ ଦେଇନଥାଏ | କଥାରେ ଅଛି ଭାଗ୍ୟରେ ଯାହା ଅଛି ତାହା ଭୋଗିବାକୁ ହିଁ ପଡିବ | ତାକୁ କେହି ମଧ୍ୟ ବଦଳାଇ ପାରିବେ ନାହିଁ | କିନ୍ତୁ ଏମିତି କିଛି ଉପାୟ ରହିଛି ଯାହା ଫଳରେ ମଣିଷର ସମସ୍ୟା କିଛି ମାତ୍ରାରେ କମିଯାଇଥାଏ | ରୁଟିକୁ ନେଇ ରହିଛି ଏମିତି କିଛି ଉପାୟ ଯାହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆସନ୍ତୁ ଜାଣିବା ସେହିଭଳି କିଛି ଉପାୟ :

{"id":80304}


୧. ରୁଟି ତିଆରି କଲାବେଳେ ପ୍ରଥମ ରୁଟିରେ ଗୁଆ ଘିଅ ମାରି ଏହାକୁ ୪ ଟୁକୁଡା କରି ୪ଟି ଟୁକୁଡାରେ ଚିନି କିମ୍ବା ଗୁଡ ରଖିଦିଅନ୍ତୁ | ଏଥିରୁ ଗୋଟିଏ ଟୁକୁଡା ଗାଈକୁ, ଗୋଟିଏ କୁକୁରକୁ, ଗୋଟିଏ କାଉକୁ ଏବଂ ଶେଷ ଟୁକୁଡା ଯେକୌଣସି ଭିକାରିକୁ ଦେଇଦେବେ | ଗାଈକୁ ରୁଟି ଖୁଆଇବା ଦ୍ୱାରା ପିତୃଦୋଷ ଦୂର ହୋଇଥାଏ | କୁକୁରକୁ ରୁଟି ଖୁଆଇବା ଦ୍ୱାରା ଶତ୍ରୁ ଭୟ ଦୂର ହୋଇଥାଏ | କାଉକୁ ରୁଟି ଖୁଆଇବା ଦ୍ୱାରା କାଳସର୍ପ ଦୋଷ ଦୂର ହୋଇଥାଏ | ଭିକାରିକୁ ରୁଟି ଖୁଆଇବା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହେବ ସହ ବିଗିଡି ଯାଇଥିବା କାମ ସମ୍ପୂର୍ଣ ହୋଇଥାଏ |

{"id":80295,"width":584,"height":320}


୨. ଯଦି ଆପଣଙ୍କ ଜୀବନରେ ଶନିଙ୍କ ପ୍ରଭାବ ରହିଛି କିମ୍ବା ରହୁ-କେତୁ ଦୋଷ ରହିଛି ତାହେଲେ ରୁଟିର ଏହି ଉପାୟ ନିଶ୍ଚୟ କରନ୍ତୁ | ଏହି ଉପାୟ ବହୁତ ଲାଭବାନ ପ୍ରମାଣିତ ହୋଇଥାଏ | ରାତିରେ ହୋଇଥିବା ଶେଷ ରୁଟିରେ ସୋରିଷ ତେଲ ଲଗାଇ କଳା କୁକୁରକୁ ଖାଇବାକୁ ଦେବେ | ଯଦି କଳା କୁକୁର ନପାଆନ୍ତି ତାହେଲେ ଯେକୌଣସି କୁକୁରର ଛୁଆକୁ ଏହି ରୁଟି ଖାଇବାକୁ ଦେଇଦେବେ | ଏହା ଦ୍ୱାରା ଶନି ଦୋଷରୁ ମୁକ୍ତି ମିଳିଥାଏ |

{"id":80296}


୩. ହିନ୍ଦୁ ଧର୍ମରେ ଅତିଥିଙ୍କୁ ଭଗବାନ ସଦୃଶ ବିଚାର କରାଯାଏ | ଯଦି ଆପଣଙ୍କ ଘରକୁ କେହି ଅତିଥି ଆସିଥାନ୍ତି, ସେ ଧନଵାନ ହେଇଥାନ୍ତୁ କି ଗରିବ ହୋଇଥାନ୍ତୁ ତାଙ୍କୁ ନିଶ୍ଚୟ ଭୋଜନ କରାଇବା ଉଚିତ | ଭୋଜନରେ ରୁଟି ନିଶ୍ଚୟ ପରସିବେ | ଏହା ବହୁତ ଶୁଭ ହୋଇଥାଏ |

{"id":80297}


୪. ବହୁ ପରିଶ୍ରମ ପରେ ମଧ୍ୟ ଯଦି ଆପଣ ଅସଫଳ ହେଉଛନ୍ତି ତାହେଲେ ରୁଟିର ଛୋଟ ଛୋଟ ଟୁକୁଡା କରି ଚିନି ସହିତ ମିଶାଇ ପିମ୍ପୁଡିଙ୍କୁ ଖାଇବାକୁ ଦିଅନ୍ତୁ କିମ୍ବା ପିମ୍ପୁଡି ଗାତ ପାଖରେ ରଖିଦିଅନ୍ତୁ | ଏହି ଉପାୟ ପରେ ଆପଣଙ୍କ ସମସ୍ତ ବାଧା ବିଘ୍ନ ଦୂର ହୋଇଯାଇଥାଏ |

{"id":80298}


୫. ଯଦି ଆପଣଙ୍କ ପରିବାର ସବୁବେଳେ ଅଶାନ୍ତି ଲାଗି ରହୁଛି କିମ୍ବା ସବୁବେଳେ ଝଗଡା ଝାଟି ହେଉଛି ଅଥବା ଆପଣ ଭାବୁଛନ୍ତି ଯେ, ଆପଣଙ୍କ ଘର ଉପରେ କାହାର ଖରାପ ନଜର ରହିଛି ତାହେଲେ ଦ୍ବିପ୍ରହର ଭୋଜନ ପ୍ରସ୍ତୁତ କଲାବେଳେ ପ୍ରଥମ ରୁଟି ଗାଈ ପାଇଁ ଏବଂ ଶେଷ ରୁଟି କୁକୁର ପାଇଁ ରଖିଦେବେ | ନିଜେ ଭୋଜନ କରିବା ପୂର୍ବରୁ ଗାଈକୁ ଏବଂ କୁକୁରକୁ ରୁଟି ଖୁଆଇବା ପାଇଁ ଚେଷ୍ଟା କରିବେ | ଯଦି ସମ୍ଭବ ନହୁଏ ତାହେଲେ ପରେ ଖୁଆଇବେ | ଏହା ଦ୍ୱାରା ଘରର ସୁଖ ଶାନ୍ତି ଫେରି ଆସିଥାଏ |

{"id":80299,"width":590,"height":442}


୬. ଯଦି କ୍ୟାରିଅରରେ କୌଣସି ବାଧା ସୃଷ୍ଟି ହେଉଛି, ଚାକିରୀ ମିଳୁନାହିଁ ତାହେଲେ ଯେଉଁଥିରେ ରୁଟି ରଖୁଛନ୍ତି, ସେଥିରୁ ତଳପଟୁ ତୃତୀୟ ରୁଟି ନେଇ ତେଲ ଗିନାରେ ନିଜର ମଝି ଏବଂ ତର୍ଜନୀ ଆଙ୍ଗୁଠିକୁ ଏକାସଙ୍ଗେ ବୁଡା଼ଇବେ | ଏହାପରେ ରୁଟି ଉପରେ ଦୁଇ ଆଙ୍ଗୁଠିରେ ରେଖା ଟାଣିବେ | ଏହାପରେ ଏହି ରୁଟିକୁ ଦୁଇଟି ରଙ୍ଗ ଥିବା କୁକୁରକୁ ଖାଇବାକୁ ଦେଇଦେବେ | ଏହି ଉପାୟ ଗୁରୁବାର କିମ୍ବା ରବିବାର କଲେ କ୍ୟାରିଅର ସମ୍ବନ୍ଧୀୟ ସମସ୍ତ ବାଧା ଦୂର ହୋଇଥାଏ |

{"id":80301}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.