ଅନଲାଇନ୍ରେ ଟ୍ରେନ୍ ଟିକେଟ୍ ବୁକିଂ କରିବା ପୂର୍ବରୁ ଜାଣନ୍ତୁ ନିୟମ: ମିଳିବ ୫୦ ପ୍ରତିଶତ ରିହାତି
25/11/2019 at 3:45 PM

ନୂଆଦିଲ୍ଲୀ୨୫/୧୧: ଯାତ୍ରୀଙ୍କ ପାଇଁ ରେଳ ବିଭାଗ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେଉଛି। ଅନଲାଇନରେ ଟ୍ରେନ ଟିକେଟ୍ ବୁକିଂ କରିବା ପୂର୍ବରୁ କିଛି ନିୟମ ସଂପର୍କରେ ଜାଣିବା ଉଚିତ୍। ଟ୍ରେନ ଟିକେଟ୍ ବୁକିଂ କରିବା ବେଳେ ଆପଣ ୫୦ ପ୍ରତିଶତ ରିହାତି ପାଇ ପାରିବେ।
ଭାରତୀୟ ରେଳ ମେଲ, ଏକ୍ସପ୍ରେସ, ରାଜଧାନୀ, ଶତାବ୍ଦୀ, ଜନ ଶତାବ୍ଦୀ ଓ ଦୁରୋନ୍ତୋ ଟ୍ରେନର ବୟସ୍କ ଯାତ୍ରୀମାନେ ଏହି ସୁବିଧାର ଫାଇଦା ନେଇ ପାରିବେ। ବରିଷ୍ଠ ନାଗରିକଙ୍କ ଲାଗି ଏହି ସୁବିଧା ରହିଛି। ଯଦି ପୁରୁଷ ଯାତ୍ରୀଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥାଏ ତେବେ ଆଇଆରସିଟିସି ନିୟମ ଅନୁସାରେ ୪୦ ପ୍ରତିଶତ ରିହାତି ମିଳିବ। ସେହିପରି ମହିଳା ଯାତ୍ରୀଙ୍କ ବୟସ ୫୮ ବର୍ଷରୁ ଉର୍ଦ୍ଧ୍ବ ହୋଇଥାଏ ତେବେ ଆଇଆରସିଟିସି ନିୟମ ଅନୁସାରେ ୫୦ ପ୍ରତିଶତ ରିହାତି ମିଳିବ।
IRCTC ର ଇ-ଟିକେଟିଂ ଓ୍ବେବସାଇଟ୍ www.irctc.co.in ରେ ବରିଷ୍ଠ ନାଗରିକ ଟିକେଟ ବୁକିଂ କରି ଫାଇଦା ନେଇ ପାରିବେ। ବରିଷ୍ଠ ନାଗରିକମାନେ ରିଜର୍ଭେସନ ଫର୍ମର ଚେକ୍ବକ୍ସ ଉପରେ କ୍ଲିକ କରି ଏହି ସୁବିଧାର ଫାଇଦା ଉଠାଇ ପାରିବେ। ଏହି ସଂପର୍କରେ ଅଧିକ ଜାଣିବା ପାଇଁ ଚାହୁଁଥିଲେ ତେବେ ରେଳ ବିଭାଗର ଓ୍ବେବସାଇଟ୍ରେ ସର୍ଚ୍ଚ କରି ପାରିବେ।