ଜାଣନ୍ତୁ ଏହି ୧୨ ଜଣ ଦୁଃସାହାସୀ ବୈଜ୍ଞାନିକଙ୍କୁ, ଯେଉଁମାନଙ୍କର ଚନ୍ଦ୍ରରେ ରହିଛି ପାଦଚିହ୍ନ

Published By : Prameya-News7 Bureau | September 07, 2019 IST

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଛି ଚନ୍ଦ୍ର । ପ୍ରଥମରୁ ହିଁ ଚନ୍ଦ୍ରକୁ ନେଇ ପୃଥିବୀବାସୀଙ୍କ ମଧ୍ୟରେ ରହି ଆସିଛି ଅହେତୁକ ଆକର୍ଷଣ । ଯେଉଁଥି ଲାଗି ଗତ ବିଂଶ ଶତାବ୍ଦୀ ମଧ୍ୟଭାଗରୁ ଚନ୍ଦ୍ରକୁ ବୈଜ୍ଞାକନିକ ଗବେଷଣା ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସେଠାକୁ ୧୨ ଜଣ ମହାକାଶଚାରୀଙ୍କୁ ପଠା ଯାଇସାରିଲାଣି। ତେବେ ଆସନ୍ତୁ ଜାଣିବା ମାନବର ଏହି ମିସନରେ  ଚନ୍ଦ୍ରରେ ନିଜ ପାଦ ଚିହ୍ନ ଛାଡିଥିବା ମହାକାଶଚାରୀମାନଙ୍କ ସମ୍ପର୍କରେ ।

{"id":154501}

ଆମେରିକାର ଆପଲୋ-୧୧ ମିସନରେ ନିଲ ଆର୍ମଷ୍ଟ୍ରଙ୍ଗ ଓ ବଜ୍ ଆଲ୍ଡ୍ରିନ୍ ନାମକ ଦୁଇ ମହାକାଶଚାରୀ ପ୍ରଥମେ ଚନ୍ଦ୍ରକୁ ଯାଇଥିଲେ। ୨୦ ଜୁଲାଇ ୧୯୬୯ରେ ନିଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରରେ ପାଦ ଥାପିବାରେ ପ୍ରଥମ ମାନବ ଥିଲେ। ମହାକାଶ ଯାନରୁ ବାହାରି ଚନ୍ଦ୍ରରେ ପଦ ଚାଳନା କରିବା ବେଳେ ଆର୍ମଷ୍ଟ୍ରଙ୍ଗ କହିଥିଲେ ଚନ୍ଦ୍ରରେ ‘ତାଙ୍କର ଏହି କ୍ଷୁଦ୍ର ପଦପାତ ଦିନେ ମାନବ ଜାତି ଲାଗି ବୃହତ୍ତ ପଦକ୍ଷେପ ହେବ’। ଆଉ ଏବେ ତାହା ହିଁ ହେବାକୁଯାଉଛି। ଆର୍ମଷ୍ଟ୍ରଙ୍ଗଙ୍କ ସେଦିନ ଚନ୍ଦ୍ରରେ ପାଦ ପକାଇଥିବା ଦ୍ୱିତୀୟ ମାନବ ଥିଲେ ବଜ୍ ଆଲ୍ଡ୍ରିନ। ୨୦୧୨ ମସିହାରେ ଆର୍ମଷ୍ଟ୍ରଙ୍ଗ ୮୨ ବର୍ଷ ବୟସରେ ଇହଲିଳା ସମ୍ବରଣ କରିଥିବା ବେଳେ ଆଲ୍ଡ୍ରିନ ୧ ଜୁଲାଇ ୧୯୭୧ ମସିହାରୁ ଚାକିରୀରୁ ଅବସର ନେଇସାରିଲେଣି।

{"id":154495}

ନାସା ନଭେମ୍ବର ୧୯୬୯ ରେ ପେଟ କାନରାଡଙ୍କୁ ଆପଲୋ ୧୨ ମିସନରେ ଚନ୍ଦ୍ରକୁ ପଠାଇଥିଲା। ଚନ୍ଦ୍ରରେ ପାଦ ଥାପିବାରେ କାନରାଡ ଥିଲେ ତୃତୀୟ ଆମେରିକୀୟ। ଏହି ଅଭିଯାନରେ ତାଙ୍କ ସହ ଚନ୍ଦ୍ରରେ ପାଦ ଥାପିଥିବା ଚତୁର୍ଥ ବ୍ୟକ୍ତି ଥିଲେ ଏଲେନ ବିନ୍। ନାସାର ୧୯୭୧ ମିସନରେ ଏଲନ ଶେପର୍ଡ ଥିଲେ ଚନ୍ଦ୍ରରେ ପାଦ ପକାଇଥିବା ୫ମ ବ୍ୟକ୍ତି। ତାଙ୍କୁ ଆପୋଲୋ ୧୪ ମିସନରେ ଚନ୍ଦ୍ରକୁ ପଠାଯାଇଥିଲା। ତେବେ ଚନ୍ଦ୍ର ଅଭିଯାନରୁ ପୃଥିବୀକୁ ଫେରିବାର ୩ ବର୍ଷ ପରେ ସେ ନାସାକୁ ଗୁଡବାୟ କହିଥିଲେ।

{"id":154482,"width":580,"height":252}

ଶଫର୍ଡଙ୍କ ସହ ଏହି ମିସନରେ ଯାଇଥିବା ଅନ୍ୟତମ ମହାକାଶଚାରୀ ଥିଲେ ଏଡଗାର ମିସେଲ। ଚନ୍ଦ୍ରରେ ପାଦ ଥାପିବାରେ ଏଡଗାର ଥିଲେ ବିଶ୍ୱର ଷଷ୍ଠ ମାନବ। ସେହି ୧୯୭୧ ମସିହାରେ ନାସା ଚନ୍ଦ୍ରକୁ ଆପଲୋ-୧୫ ମିସନ ହାତକୁ ନେଇଥିଲା। ଏଥିରେ  ଚନ୍ଦ୍ରକୁ ଯାଇଥିଲେ ଡେଭିଡ ସ୍କଟ୍ ଓ ଜେମ୍ସ ଇରୱିନ୍। ଚନ୍ଦ୍ରରେ ପାଦ ଥୋଇବାରେ ସ୍କଟ୍ ସପ୍ତମ ବ୍ୟକ୍ତି ହୋଇଥିବା ବେଳେ ଅଷ୍ଟମ ବ୍ୟକ୍ତି ଥିବା  ଇରୱିନଙ୍କ ୧୯୯୧ ମସିହାରେ ପରଲୋକ ହୋଇଥିଲା। ୧୯୭୫ ମସିହାରେ ନାସା ଚନ୍ଦ୍ରକୁ ଆପଲୋ ୧୬ ମିସନ ହାତକୁ ନେଇଥିଲା। ଏଥିରେ ଜନ୍ ୟଙ୍ଗ ଓ ଚାର୍ଲସ୍ ଡ୍ୟୁକ୍ ଚନ୍ଦ୍ରକୁ ଯାଇଥିଲେ। ଚନ୍ଦ୍ରରେ ପାଦ ଥାପିବାରେ ୟଙ୍ଗ ଥିଲେ ନବମ ବ୍ୟକ୍ତିତ୍ୱ ତାଙ୍କସହ  ଚାର୍ଲସ୍ ଦଶମ ବ୍ୟକ୍ତି ଭାବେ ଚନ୍ଦ୍ରରେ ପଦଚାରଣ କରିଥିଲେ।

{"id":154479}

ନାସାର ୧୭ତମ ମିସନରେ ଚନ୍ଦ୍ରକୁ ପ୍ରେରଣ କରିଥିବା ମହାକାଶଚାରୀ ଥିଲେ ୟୁଜିନ ସେରନନ୍। ଚନ୍ଦ୍ରରେ ୟୁଜିନ ଥିଲେ ଏକାଦଶତମ ବ୍ୟକ୍ତିତ୍ୱ। ଗତ ୨୦୧୭ ମସିହାରେ ତାଙ୍କର ପରଲୋକ ହୋଇଯାଇଛି। ଏହି ମିସନରେ ତାଙ୍କ ସହ ଚନ୍ଦ୍ରକୁ ଯାଇଥିବା ମହାକାଶଚାରୀ ହେରିସନ ସ୍ମିଟ୍ ଥିଲେ ଚନ୍ଦ୍ରରେ ପଦଚାଳନକା କରିଥିବା ଦ୍ୱାଦଶ ବ୍ୟକ୍ତି। ୧୯୭୫ ମସିହାରେ ତାଙ୍କର ନାସାରୁ ଅବସର ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.