ଜାଣନ୍ତୁ ସେହି ଭାଗ୍ୟଶାଳୀଙ୍କୁ ଯେଉଁମାନଙ୍କୁ କେବେ ଏଡସ୍ ହୁଏନାହିଁ

Published By : Prameya-News7 Bureau | November 21, 2018 IST

ନୂଆଦିଲ୍ଲୀ ୨୧/୧୧: ଆଜିକାଲି ଲୋକଙ୍କର ଖାଦ୍ୟପେୟରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ଜନ୍ମ ନେଉଛି। କେତେକ ରୋଗର ଚିକିତ୍ସା ମଧ୍ୟ ସମ୍ଭବ ନୁହେଁ। ଏପରି ଏକ ରୋଗ ହେଉଛି ଏଡସ୍। ଏଡସ୍ ଏକ ଏପରି ରୋଗ ଯେଉଁଥିରେ ପ୍ରତି ବର୍ଷ ପାଖାପାଖି ୧୦ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ। ଏଚଆଇଭି ଭୂତାଣୁ ଦ୍ବାରା ଏଡସ୍ ବ୍ୟାପିଥାଏ। ଏଡସ୍ ରୋଗର ଚିକିତ୍ସା ଖୋଜିବା ନିମନ୍ତେ ବିଶ୍ବର ସମସ୍ତ ବୈଜ୍ଞାନିକମାନେ ଉଦ୍ୟମ ଚଳାଇଛନ୍ତି। ଏତେ ଦିନ ଅଧ୍ୟୟନ କରିବା ସତ୍ତ୍ବେ ମଧ୍ୟ ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ଏଡସର କୈାଣସି ଔଷଧ ପ୍ରସ୍ତୁତ କରିପାରୁନାହାନ୍ତି ଯାହା ଦ୍ବାରା ଏଡସ୍ ଭଲ ହୋଇପାରିବ। ଏଥିପାଇଁ ଏଡସର ସମ୍ପୂର୍ଣ୍ଣ ରୂପେ ଚିକିତ୍ସା ହୋଇପାରୁନାହିଁ। ପୃଥିବୀରେ ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଏଚଆଇଭି ଏଡସ୍‌ ଦ୍ବାରା ପ୍ରଭାବିତ ହୋଇନଥାନ୍ତି। ବୈଜ୍ଞାନିକମାନେ ୨୦୦୫ମସିହାରେ ୟୁରୋପର ଉତ୍ତର ଭାଗରେ ଥିବା ଏସିଆ,ଆଫ୍ରିକା ଆଦି ଦେଶର କିଛି ଲୋକଙ୍କ ରକ୍ତରେ ସିସିଆରଏସ୍ ଡାଲଟା ୩୨ ଅଜିନ୍ ମ୍ୟୁଟେସନ୍ ପାଇଥିଲେ। ଯେଉଁମାନଙ୍କ ଶରୀରରେ ସିସିଆରଏସ୍ ଡାଲଟା ୩୨ ମିଳିଥାଏ ସେମାନଙ୍କୁ ଏଡସ୍ ହୋଇନଥାଏ। ଏପରି ଅନେକ କମ୍ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ରକ୍ତରେ ସିସିଆରଏସ୍ ଡାଲଟା ୩୨ ଥାଏ। ଯେତେବେଳେ ତାଙ୍କ ଶରୀରରେ ଏଚଆଇଭି ଭୂତାଣୁ ପ୍ରବେଶ କରି ତାଙ୍କ ଶ୍ବେତ ରକ୍ତକଣିକାରେ କୈାରସି ପ୍ରଭାବ ପକାଇନଥାଏ କାରଣ ତାଙ୍କ ଶ୍ବେତ ରକ୍ତ କଣିକା ନିକଟରେ ସିସିଆରଏସ୍ ଡାଲଟା ୩୨ପ୍ରୋଟିନ୍ ନଥାଏ ଯାହା ଦ୍ବାରା ଏଚଆଇଭି ଭୂତାଣୁ ଶ୍ବେତ ରକ୍ତ କଣିକା ମଧ୍ୟକୁ ପ୍ରବେଶ କରିପାରିନଥାଏ ଏବଂ ବ୍ୟକ୍ତିକୁ ଏଡସ୍ ହୋଇନଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.