Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାଣନ୍ତୁ କେଉଁଠି ଅଛି ବିଶ୍ୱର ସବୁଠୁ ମୂଲ୍ୟବାନ ଗଣେଶଙ୍କ ମୂର୍ତ୍ତି ଆଉ କିଏ କରୁଛନ୍ତି ପୂଜା

29/08/2019 at 4:16 PM

ପାଖେଇ ଆସୁଛି ଗଣେଶ ପୂଜା ! ଦେଶର ବିଭିନ୍ନ ସହରରେ ଏବେ ଗଣେଶୋତ୍ସବ ପାଇଁ ଏବେ ପ୍ରସ୍ତୁତି ଜୋରଦାର ଚାଲିଛି। ଉତ୍ସବ ବେଳେ ବିଭିନ୍ନ ପୂଜା ମଣ୍ଡପରେ ବପ୍ପାଙ୍କୁ ଭିନ୍ନଭିନ୍ନ ରୂପରେ ସଜାଇ ଲୋକେ ପୂଜାର୍ଚ୍ଚନା କରନ୍ତି। ଚଳିତ ବର୍ଷ ବି ସେଇଆ ହେବ। ଏଥିଲାଗି ଆକର୍ଷକ ତୋରଣ ଓ ମଣ୍ଡପ ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଲାଣି। ତେବେ ଜାଣନ୍ତି କି ବିଶ୍ୱର ସବୁଠୁ ମୂଲ୍ୟବାନ ବପ୍ପାଙ୍କ ମୂର୍ତ୍ତି କେଉଁଠି ଅଛି ଓ କିଏ ତାଙ୍କର ପୂଜାର୍ଚ୍ଚନା କରୁଛନ୍ତି? ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା।

ବିଶ୍ୱର ସବୁଠାରୁ ମୂଲ୍ୟବାନ ଗଣେଶ ମୂର୍ତ୍ତି ଗୁଜରାଟର ସୁରାଟରେ ରହିଛି। ପ୍ରସିଦ୍ଧ ହୀରା ବ୍ୟବସାୟୀ କନ୍ନୁ ଭାଇ ଅସୋଦରିଆଙ୍କ ଘରେ ପୂଜା ପାଉଥିବା ଗଣେଶଙ୍କ ମୂର୍ତ୍ତି ବିଶ୍ୱର ସବୁଠାରୁ ମୂଲ୍ୟବାନ ମୂର୍ତ୍ତି ବୋଲି କୁହାଯାଏ । କନ୍ନୁଭାଇଙ୍କ ବପ୍ପାଙ୍କ ଓଜନ ୩୬.୫ ଗ୍ରାମ ହୋଇଥିବା ବେଳେ ଏହା ୧୮୨.୩ କ୍ୟାରେଟ୍ ହୀରାରେ ନିର୍ମିତ। ଏଥରୁ କେବଳ ଅନୁମାନ କରା ଯାଇପାରେ ମୂର୍ତ୍ତିର ଦାମ କେତେ ହୋଇଥିବ। କନ୍ନୁ ଭାଇ ତାଙ୍କ ବପ୍ପାଙ୍କ ମୂଲ୍ୟ କେତେ କେବେ କଳନା କରିବାକୁ ଚାହିଁ ନାହାନ୍ତି । ହେଲେ ବ୍ୟବସାୟୀଙ୍କ ଅନୁସାରେ ଏହି ମୂର୍ତ୍ତିର ଦାମ ହାରାହାରି ୬ଶହ କୋଟି ବା ତାଠୁ ଊର୍ଦ୍ଧ୍ୱ ମୂଲ୍ୟର ହୋଇପାରେ।

କନ୍ନୁଭାଇ ବପ୍ପାଙ୍କ ସମ୍ପର୍କରେ ଯାହା କୁହନ୍ତି ତାହା ଏପରି। ବ୍ୟବସାୟ କରିବା ବେଳେ ଏପରି ଅନେକ ହୀରା ମିଳିଥାଏ । ହେଲେ ହୀରାରେ ବି ହୀରା ଅଛି। ଅନେକ ବର୍ଷ ପୂର୍ବେ ତାଙ୍କୁ ବେଲଜିୟମରୁ ଏପରି ଏକ ହୀରା ଖଣ୍ଡ ମିଳିଥିଲା ଯାହାର ଆକାର ଥିଲା ଠିକ୍ ବପ୍ପାଙ୍କ ଆକାର ଭଳି। ଏଣୁ ସେ ଏହାକୁ ବିକିବାର ଉଦ୍ଦେଶ୍ୟ ତ୍ୟାଗ କରି ଘରର ପୂଜା ସ୍ଥଳରେ ରଖି ଦେଇଥିଲେ। ସେବେଠାରୁ ଗଣପତ୍ତି ବପ୍ପା ତାଙ୍କ ଘରେ ପୂଜିତ ହୋଇଆସୁଛନ୍ତି।

କନ୍ନୁ ଭାଇଙ୍କ ବପ୍ପା କୋହିନୁର ହୀରାଠାରୁ ବି ମହଙ୍ଗା। କାରଣ କୋହିନୁର ୧୦୫ କ୍ୟାରେଟର ଏକ ଉଜ୍ଜ୍ୱଳତମ ହୀରକ ଖଣ୍ଡ। ହେଲେ କନ୍ନୁଭାଇଙ୍କ ବପ୍ପା ୧୮୨.୩ କ୍ୟାରେଟର ହୀରା ଖଣ୍ଡ। ତେବେ କନ୍ନୁଭାଇଙ୍କୁ ଏହି ମୂଲ୍ୟବାନ ହୀରାଖଣ୍ଡ ବିକିବାକୁ ଦେଶ ବିଦେଶର ଅନେକ ବ୍ୟବସାୟୀ ପ୍ରସ୍ତାବ ଦେଇଥିଲେ। ଏଥିଲାଗି ଭଲ ମୂଲ୍ୟ ବି ଅଫର କରିଥିଲେ। ହେଲେ ତାଙ୍କ ଠାକୁର ଘରେ ପୂଜା ହେଉଥିବା ବପ୍ପାଙ୍କର ସେ କୌଣସି ମୂଲ୍ୟାୟନ କରିପାରିବେ ନାହିଁ ବେଲି କହିଛନ୍ତି। ଏଣୁ ହୀରାଟି ତାଙ୍କଲାଗି ଶ୍ରୀ ଗଣେଶ ହୋଇଥିବାରୁ ବିଶ୍ୱର ସବୁଠାରୁ ମହଙ୍ଗା ଗଣେଶ ବୋଲି କୁହାଯାଏ।

   Related Posts