Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଜାଣନ୍ତୁ ବିଶ୍ୱର ସେହି ନେତାମାନଙ୍କୁ ଯେଉଁମାନେ ମହିଳା ବାନ୍ଧବୀଙ୍କ ଲାଗି ହୋଇଥିଲେ ଗଣମାଧ୍ୟମର ଶିରୋନାମା

30/09/2019 at 9:10 PM

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ତାଙ୍କ ବାନ୍ଧବୀଙ୍କୁ ନେଇ ଏବ୍ ଖୁବ୍ ଚର୍ଚ୍ଚିତ ହେଉଛନ୍ତି। ସେ ମେୟର ଥିବା ବେଳେ ବ୍ୟବସାୟୀ ତଥା ମଡେଲ ଜେନିଫର ଆର୍କୁରୀଙ୍କ ସହ ତାଙ୍କର ସମ୍ବଦ୍ଧ ଥିବା ଜନସନଙ୍କ ଜନୈକ ବାନ୍ଧବୀ କହିଛନ୍ତି। ତେବେ କେବଳ ବ୍ରିଟିଶ ପ୍ରଧାନମନ୍ତ୍ରୀ ନୁହନ୍ତି ବିଶ୍ୱର ଅନେକ ନେତା ବିଭିନ୍ନ ସମୟରେ ସେମାନଙ୍କ ମହିଳା ବାନ୍ଧବୀଙ୍କ ଲାଗି ଅତୀତରେ ଗଣମାଧ୍ୟମର ଶିରୋନାମା ହୋଇଛନ୍ତି।

ଏଥିରେ  ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ଓ ହ୍ୱାଇଟ୍ ହାଉସ୍ ଇଣ୍ଟର୍ଣ୍ଣ ମୋନିକା ଲିୱେନସ୍କିଙ୍କୁ କେହି ଭୁଲି ନଥିବେ। ସେମାନଙ୍କ ସମ୍ପର୍କକୁ ଗଣମାଧ୍ୟମ ଏପରି ଚର୍ଚ୍ଚା କରିଥିଲା ଯେ ଶେଷରେ ରାଷ୍ଟ୍ରପତି କ୍ଲିଣ୍ଟନ  ତାଙ୍କ ଅବୈଧ ସମ୍ପର୍କକୁ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ। କେବଳ ବ୍ରିଟିଶ ପ୍ରଧାନମନ୍ତ୍ରୀ କି ଆମେରିକା ରାଷ୍ଟ୍ରପତି ନୁହନ୍ତି ଲିବ୍ୟା ଡିଟେକ୍ଟର ମୁଅମ୍ମର ଗଦ୍ଦାଫି, ଇଟାଲୀ ପ୍ରଧାନମନ୍ତ୍ରୀ ସିଲଭିଓ ବେର୍ଲୁସ୍କୋନୀ ବି ଖୁବ୍ ଚର୍ଚ୍ଚାରେ ଥିଲେ।

ଏକଦା ଏପରି ଏକ ପରିସ୍ଥିତି ହୋଇଥିଲା ନ୍ୟୁୟର୍କର ପୂର୍ବତନ ଗଭର୍ଣ୍ଣର ଇଲିୟଟ୍ ସ୍ପାଇଜରଙ୍କୁ ଗଣମାଧ୍ୟମ  ଏପରି ଉଚ୍ଛାଳି ଥିଲା ଯେ ଶେଷରେ ସେ ପଦବୀ ହରାଇବା ଯାଏଁ ଯାଇଥିଲେ। ଜନୈକା ଗାୟିକା ତାଙ୍କ ବିରୋଧରେ ଆଣିଥିବା ସେକ୍ସ ସ୍କାଣ୍ଡାଲ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହୋଇଥିଲା। ଏଥିଲାଗି ସ୍ପାଇଜର ଶେଷରେ ଇସ୍ତଫା ଦେଇଚାଲିଯାଇଥିଲେ। ବ୍ରିଟିଶ ରାଜକୁମାର ବି ଥିଲେ ଚର୍ଚ୍ଚାରେ । ଡ୍ୟୁକ୍ ଅଫ କେମ୍ବ୍ରିଜଙ୍କ ସାନ ଭାଇ ପ୍ରିନ୍ସ ହ୍ୟାରୀଙ୍କ ନଗ୍ନ ଚିତ୍ର ପର୍ଯ୍ୟନ୍ତ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା।  

   Related Posts