ଲତା ମଙ୍ଗେସ୍କରଙ୍କ ସହ ଗୀତ ରେକର୍ଡିଂ କଲେ ରାନୁ ମଣ୍ଡଳ ! ଫଟୋ ହେଉଛି ଭାଇରାଲ

Published By : Prameya-News7 Bureau | September 03, 2019 IST

ମୁମ୍ବାଇ୩|୯; ରାନୁ ମଣ୍ଡଳଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି । ରାନୁମଣ୍ଡଳଙ୍କ ପ୍ରତିଭା ତାଙ୍କୁ ଆଜି ଏକ ନୂଆ ଜୀବନ ଦେଇଛି । ହିମେଶ ରେଶମିଆଙ୍କ ସହ ସେ ତାଙ୍କର ୩ୟ ଗୀତ ରେକର୍ଡିଂ ମଧ୍ୟ ସାରିଛନ୍ତି । ୨୦୦୬ ମସିହାର ୩୬ ଚାଇନା ଟାଉନର ଗୀତକୁ ରିମେକ କରାଯାଇଛି ।

{"id":152615}

ତେବେ ୟାରି ଭିତରେ ରାନୀଙ୍କ ସମ୍ପର୍କରେ ଅନେକ ସତ ମିଛ କାହାଣୀ ସୋସିଆଲ ମିଡିଆରେ ଘୂରି ବୁଲୁଛି । ରାନୀଙ୍କ ଏକ ଫଟୋ ପୁଣି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଏହି ଫଟୋରେ ରାନୀଙ୍କୁ ଖୋଦ ଲତା ମଙ୍ଗେସ୍କର ଆଶୀର୍ବାଦ ପ୍ରଦାନ କରୁଛନ୍ତି ।

{"id":152617}

ରାନୀଙ୍କ ପ୍ରତିଭାକୁ ଦେଖି ରାନୀଙ୍କୁ ଲତା ମଙ୍ଗେସ୍କର ଡାକି ତାଙ୍କ ସହ ଏକ ଗୀତ ରେକର୍ଡିଂ କରିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଗୀତ ରେକର୍ଡିଂ ପରେ ରାନୀଙ୍କ ମୁଣ୍ଡରେ ଲତା ମଙ୍ଗେସ୍କର ହାତରଖି ଆଶୀର୍ବାଦ ଦେଇଥିଲେ । ସେହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କୁହାଯାଉଛି ।

{"id":152618,"width":587,"height":554}

ତେବେ ଏହି ଫଟୋର ସତ୍ୟତା ଅନ୍ୟ କିଛି । ଫଟୋଟି ପ୍ରକୃତରେ ଲତା ମଙ୍ଗେସ୍କର ଏବଂ  ଆଶା ଭୋଁସଲେଙ୍କ ମୂଳଫଟୋକୁ ଏଡିଟିଂ କରାଯାଇଛି । ମୂଳ ଫଟୋରେ ଆଶା ଭୋଁସଲେଙ୍କୁ ଲତା ମଙ୍ଗେସ୍କର ଆଶୀର୍ବାଦ ପ୍ରଦାନ କରୁଛନ୍ତି । ଏଡିଟିଂ ମାଧ୍ୟମରେ ଆଶା ଭୋଁସଲେଙ୍କ ମୁଣ୍ଡଟିକୁ ହଟେଇ ସେଠାରେ ରାଣୀ ମଣ୍ଡଳଙ୍କ ମୁଣ୍ଡକୁ ଖଞ୍ଜି ଦିଆଯାଇଛି ।

{"id":152619}

 ରାଣୀ ମଣ୍ଡଳ ଚର୍ଚ୍ଚାକୁ ଆସିବା ପରଠୁ ତାଙ୍କୁ ନେଇ ଏଭଳି ଗୁଜବ ଓ ମିଛ ପ୍ରଚାର ହେବାରେ ଲାଗିଛି । ରାଣୀମଣ୍ଡଳଙ୍କ ପ୍ରତିଭା ସମ୍ପର୍କରେ ଜାଣିବାପରେ ଅଭିନେତା ସଲମନ ଖାନ ଭାବ ପ୍ରବଣ ହୋଇଯାଇଥିଲେ ବୋଲି କହି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା । ସତକୁ ସତ ଏହି ଭିଡିଓରେ ସଲମନ ଖାନ କାନ୍ଦୁଥିବା ଦେଖିବାକୁ ମିଲିଥିଲା ।  କିନ୍ତୁ ପରେ ଜଣାପଡିଥିଲା ଯେ, ଏହି ଭିଡିଓକୁ ମଧ୍ୟ ଏଡିଟିଂ କରାଯାଇଛି ।

{"id":152621}

କେବଳ ଘୋଟିଏ ବା ଦୁଇଟି ଘଟଣା ନୁହେଁ । ପ୍ରଦିଦିନ ରାନି ମଣ୍ଡଳଙ୍କୁ ନେଇ ନୂଆ ନୂଆ କାହାଣୀ ସୋସିଆଲ ମିଡିଆରେ ସୃଷ୍ଟି ହେଉଛି । ରାନୀ ମଣ୍ଡଳଙ୍କୁ ସଲମନ ଖାନ ୫୫ଲକ୍ଷ ଟଙ୍କାର ଘର ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ତାହା ମଧ୍ୟ ସମ୍ପୂର୍ଣ୍ଣ ମିଛ ଖବର ବୋଲି ଜଣାପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.