Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||

ସୋସାଲ ମିଡିଆ ଖବର, ଏଠାରେ ଯୌତୁକ ନୁହେଁ ଯୁବତୀଙ୍କୁ ବିବାହ କଲେ ମିଳୁଛି ମାସିକ ୩ଲକ୍ଷ ଟଙ୍କା, ଜାଣନ୍ତୁ କେଉଁଠି

25/07/2019 at 11:21 PM

ବିବାହ କଲେ ଆମ ଦେଶରେ ଯୁବକ ପତି ହୁଅନ୍ତି, ହେଲେ ଆଇସ୍ ଲ୍ୟାଣ୍ଡର କୌଣସି ଯୁବତୀଙ୍କୁ ବିବାହ କଲେ ଲକ୍ଷପତି ମଧ୍ୟ ହୋଇ ପାରନ୍ତି। ଏଭଳି ଖବର ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଠାରେ ଯୁବତୀଙ୍କୁ ବାହା ଦେବା ପାଇଁ ତାଙ୍କ ପିତାମାତା ଯୌତୁକ ନୁହେଁ କୁଆଡେ ନବ ଦମ୍ପତ୍ତିଙ୍କୁ ସରକାର ଆଜୀବନ ମାସିକ ୫ ହଜାର ଡଲାର ଅର୍ଥାତ ୩ଲକ୍ଷ ୩୩ ହଜାର ଟଙ୍କା ଦେବେ ବୋଲି ପ୍ରଚାରିତ ହେଉଛି। ତେବେ ଆସନ୍ତୁ ଜାଣିବା ପୁରା ଘଟଣା। 

ଆଇସଲ୍ୟାଣ୍ଡରେ ପୁଅଙ୍କ ଅଭାବ ଯୋଗୁ ସରକାର ବିଦେଶୀ ଯୁବକଙ୍କୁ ବିବାହ ନିମନ୍ତେ କୁଆଡେ ଦେଶକୁ ଆମନ୍ତ୍ରିତ କରୁଥିବା ୨୦୧୬ ମସିହାରେ ପ୍ରଥମେ ପ୍ରଚାରିତ ହୋଇଥିଲା। ୱିସ୍ପର୍ସ ନାମକ ଏକ ୱେବସାଇଟ୍ ପ୍ରଥମେ ପ୍ରସାରଣ କରିଥିବା ଏହି ଖବରରେ ବିବାହ ମାମଲାରେ ଆଇସ୍ ଲ୍ୟାଣ୍ଡ ସରକାର ଉତ୍ତର ଆଫ୍ରିକୀୟ ଯୁବକଙ୍କୁ ବିଶେଷ ପ୍ରାଥମିକତା ଦେଉଥିବା ଉଲ୍ଲେଖ ଥିଲା। ଯାହାକୁ ଆଫ୍ରିକୀୟ ୱେବସାଇଟ୍ ମାନେ ଖୁବ ପ୍ରଚାର ପ୍ରସାର କରିବାକୁ ଲାଗିଥିଲେ। ଯେତେବେଳେ ସ୍ନୁପସ୍ ଡଟ୍ କମ୍ ମାମଲାର ତଦନ୍ତ କଲା ତାହା ଏକ ଗୁଜବ ବୋଲି ଜଣାପଡିଥିଲା।

ହେଲେ ଖବର ଯୋଗୁ ଆଇସ୍ ଲ୍ୟାଣ୍ଡର ଯୁବତୀଙ୍କୁ ସୋସାଲ ମିଡିଆରେ ପୁଳାପୁଳା ପ୍ରସ୍ତାବ ମିଳିବାରେ ଲାଗିଥିଲା।  ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିଲା। ସ୍କିମ ସରକାରଙ୍କର ବୋଲି ପ୍ରଚାରିତ ହେଉଥିବାରୁ ଅନେକ ସରକାରୀ ସୁବିଧା ନିମନ୍ତେ ନିଜନିଜ ଦେଶରେ ଥିବା ଦୂତାବାସଙ୍କୁ ଯୋଗାଯୋଗ କରିବା ପରିସ୍ଥିତି ଅସମ୍ଭାଳ କରିଦେଇଥିଲା।  ହେଲେ ଏବେ ଏ ନେଇ ଦୂତାବାସ କରର୍ତ୍ତୃପକ୍ଷ ମଧ୍ୟ ଆଇସ୍ ଲ୍ୟାଣ୍ଡ ସରକାର ଏଭଳି କିଛି ଯୋଜନା କରିନଥିବା ସ୍ପଷ୍ଟ କରିଛନ୍ତି। କିନ୍ତୁ ପ୍ରଚାରିତ ଗୁଜବ କିନ୍ତୁ ଥମିବାର ନାଁ ନେଉନି। ସରକାରୀ ବିବାହ ସୁବିଧା ନିମନ୍ତେ ଲୋକେ ଏବେ ବି ମାର୍ଗ ସନ୍ଧାନାରେ ଲାଗିଛନ୍ତି।    

   Related Posts