Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଅର୍ଣ୍ଣବଙ୍କ ଗିରଫ ଠାରୁ ଜାମିନ ପର୍ଯ୍ୟନ୍ତ, କଣ ରହିଥିଲା ପୁରା ଘଟଣାବଳୀ

11/11/2020 at 6:01 PM

ନୂଆଦିଲ୍ଲୀ ୧୧/୧୧ : ଇଣ୍ଟରିଅର ଡିଜାଇନର ଅନ୍ଵୟ ନାଏକ ଏବଂ ତାଙ୍କ ମାଙ୍କ ଆତ୍ମହତ୍ୟା ମାମଲାରେ ରିପବ୍ଲିକ ଟିଭିର ଏଡିଟର-ଇନ-ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କ ସମେତ ଆଉ ୨ ଜଣଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ  ।

ନଜର ପକାନ୍ତୁ ଅର୍ଣ୍ଣବଙ୍କ ଗିରଫଦାରୀ ଠାରୁ ଜାମିନ ପର୍ଯ୍ୟନ୍ତ ପୁରା ଘଟଣାବଳୀ

୨୦୨୦ ନଭେମ୍ବର ୪ :- ୨୦୧୮ରେ ଇଣ୍ଟରିଅର ଡିଜାଇନର ଅନ୍ଵୟ ନାଏକ ଏବଂ ତାଙ୍କ ମାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲାରେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ତାଙ୍କ ବାସଭବନରୁ ଉଠାଇ ନେଇ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଆଇପିସିର ଧାରା ୩୦୬ ଏବଂ ଧାରା ୩୪ ଅନୁଯାୟୀ ଅର୍ଣ୍ଣବଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ ।  ଗିରଫକୁ ବେଆଇନ ଦର୍ଶାଇ ମୁମ୍ବାଇ ସେସନ​‌ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ଅର୍ଣ୍ଣବ । ତେବେ ସେସନ କୋର୍ଟ ମାମଲାର ବିଚାର କରି ଜାମିନ ଆବେଦନକୁ ଖାରଜ କରିବା ସହ ଅର୍ଣ୍ଣବଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ।

୨୦୨୦ ନଭେମ୍ବର ୬ :- ଗିରଫ ହୋଇଥିବା ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ବିଚାରପତି କଡା ନି​‌ର୍ଦ୍ଦେଶ ଦେଇଥିଲେ । ଗୁରୁବାର ଶୁଣାଣି ବେଳେ ଆଲିବାଗ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଅର୍ଣ୍ଣବଙ୍କୁ ଅଦାଲତଙ୍କ ମର୍ଯ୍ୟାଦା ରକ୍ଷାକରିବା ସହ ଜଣେ ଅଭିଯୁକ୍ତ ଭଳି ଆଚରଣ କରିବାକୁ ଓ ବିଚାର ପ୍ରକ୍ରିୟାରେ ହସ୍ତକ୍ଷେପ ନକରିବାକୁ ସଷ୍ଟ ଭାବେ କହିଥିଲେ । ତଦନ୍ତରେ ଅସହଯୋଗ କରୁଥିବାରୁ ଅର୍ଣ୍ଣବଙ୍କୁ ଏଭଳି ଚେତାବନୀ ଦେଇଥିଲେ ମାଜିଷ୍ଟେ୍ରଟ । ମୃତ ଅନଭୟ ନାଏକଙ୍କ ସମ୍ପର୍କୀୟଙ୍କୁ ମୃତ୍ୟୁ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ ପାଇଁ ବା ପକ୍ଷ ରଖିବା ପାଇଁ କୁହାଯାଇଥିଲା ଏବଂ ଅର୍ଣ୍ଣବଙ୍କୁ ଅଭିଯୁକ୍ତ ଭାବେ ଠିଆ ହେବା ପାଇଁ କୁହାଯାଇଥିଲା କିନ୍ତୁ ସେ ମାଜିଷ୍ଟ୍ରେଟ୍ ନିକଟରେ ଥିବା ଡାଏସ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ତେବେ ସେତିକି ବେଳେ ଡାଏସ ଉପରକୁ ନଚଢିବା ପାଇଁ ଅର୍ଣ୍ଣବଙ୍କୁ ତାଗିଦ କରିଥିଲେ ମାଜିଷ୍ଟ୍ରେଟ୍।

୨୦୨୦ ନଭେମ୍ଵର ୯ :- ବିଚାର ବିଭାଗୀୟ ହାଜତରେ ଥାଇ ମଧ୍ୟ ଅର୍ଣ୍ଣବ ଗୋସ୍ବାମୀ ମୋବାଇଲ ମାଧ୍ୟମରେ ସାମାଜିକ ଗଣମାଧ୍ୟମ ଫେସବୁକରେ ପ୍ରାୟ ୨ ଘଣ୍ଟା ଲାଇଭ ଭିଡିଓ କରିଥିଲେ । । ଗିରଫ କରିବା ସମୟରେ ଅର୍ଣ୍ଣବଙ୍କ ବ୍ୟକ୍ତିଗତ ମୋବାଇଲ ସିଜ୍ କରିଥିଲା ପୋଲିସ । ତେବେ ସେ ଜେଲରେ ଥାଇକି ବି ମୋବାଇଲ କେଉଁଠୁ ପାଇଲେ ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ତେବେ ଅର୍ଣ୍ଣବଙ୍କୁ ମଙ୍ଗଳବାର ସକାଳ ୯.୩୦ରେ ଆଲିବାଗରୁ ତାଜୋଲା ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସ୍ଥାନାନ୍ତର ସମୟରେ ଆଲିବାଗ ଜେଲର ତାଙ୍କୁ ଦୁର୍ବ୍ୟବାହାର କରିଥିବା ଏବଂ ଜୀବନ ପ୍ରତି ବିପଦ ଥିବା କହି ସୁରକ୍ଷା ଦେବାକୁ କହିଥିଲେ ଅର୍ଣ୍ଣବ  ।

୨୦୨୦ ନଭେମ୍ଵର ୧୦ :- ଗିରଫକୁ ବେଆଇନ ଦର୍ଶାଇ ବମ୍ବେ  ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ଅର୍ଣ୍ଣବ ଗୋସ୍ବାମୀ । କିନ୍ତୁ ତାହା ଖାରଜ ହୋଇଯାଇଥିଲା । ଏହା ପରେ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଅର୍ଣ୍ଣବ ଗୋସ୍ବାମୀ

୨୦୨୦ ନଭେମ୍ଵର ୧୧ :- ଇଣ୍ଟରିଅର ଡିଜାଇନର ଅନ୍ଵୟ ନାଏକ ଏବଂ ତାଙ୍କ ମାଙ୍କ ଆତ୍ମହତ୍ୟା ମାମଲାରେ ରିପବ୍ଲିକ ଟିଭିର ଏଡିଟର-ଇନ-ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କ ସମେତ ଆଉ ୨ ଜଣଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।

   Related Posts