Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଏହି ଶୁଭ ଯୋଗରେ ହେବ ନବରାତ୍ର କଳଶ ସ୍ଥାପନା, ହେଲେ ମା ଦୁର୍ଗାଙ୍କ ଆଗମନରୁ ମିଳୁଛି ବିପଦର ସଙ୍କେତ

22/09/2019 at 8:39 PM

ସେପ୍ଟେମ୍ବର ୨୮ ତାରିଖ ଶନିବାର ଶନି ଅମାବାସ୍ୟା ସହ ସମାପନ ହେବ ପିତୃପକ୍ଷ । ଏହା ସହିତ ଆରମ୍ଭ ହେବ ମା ଦୁର୍ଗାଙ୍କ ଆଗମନର ପ୍ରସ୍ତୁତି। ତଳିବର୍ଷ ୨୯ ସେପ୍ଟେମ୍ବର ରବିବାର ଶାରଦୀୟ ନବରାତ୍ର ଆରମ୍ଭ ହେଉଛି। ମାନ୍ୟତା ଅନୁସାରେ ଏହି ଦିନ ମା ଦୁର୍ଗା କୈଳାଶ ପର୍ବତରୁ ତାଙ୍କ ପିତ୍ରାଳୟକୁ ଆଗମନ କରନ୍ତି। ଚଳିତବର୍ଷ ନବରାତ୍ରରେ ଅନେକ ଦୁର୍ଲଭ ସଂଯୋଗ ବି ହେଉଛି। ଏଥିରେ ସର୍ବାର୍ଥ ସିଦ୍ଧି ଯୋଗ ସମେତ ରବିଯୋଗ ବି ରହୁଛି। ହେଲେ ବି ଦୁର୍ଗାଙ୍କ ଆଗମନରୁ ମିଳୁଛି ବିପଦର ସଙ୍କେତ। ତେବେ କ’ଣ ଏହି ବିପଦ ଆସନ୍ତୁ ଜାଣିବା। 

ଏଥର ମା ଦୁର୍ଗା ହାତୀରେ ଆସୁଛନ୍ତି ଓ ଫେରିବେ ଘୋଡାରେ। ଦେବୀଙ୍କର ଏହି ଆଗମନ ଓ ପ୍ରତ୍ୟାଗମନ ଉଭୟ ହିଁ ବିପଦର ସଙ୍କେତ ଦେଉଛି। ମାଙ୍କ ଆଗମନ ୨୯ ସେପ୍ଟେମ୍ବର ଆଶ୍ୱିନ ଶୁକ୍ଲ ପ୍ରତିପଦାରେ ହେବ ଓ ବିଦାୟ ୮ ଅକ୍ଟୋବର  ଦଶମୀ ତିଥିରେ। ଏଣୁ ଚଳିତ ବର୍ଷ ନବରାତ୍ର ପୂର୍ଣ୍ଣ ୯ ଦିନ ଧରି ପାଳିତ ହେବ। ତେବେ ଦୁର୍ଗା ସପ୍ତସତୀ ଅନୁସାରେ ଦେବୀଙ୍କ ଉଭୟ ବାହନ ପ୍ରାକୃତିକ ଦୁର୍ବିପାକର ପ୍ରତୀକ ଅଟନ୍ତି। ଏହାର ଅର୍ଥ ଏବର୍ଷ ଦେବୀଙ୍କ ଆଗମନ ଓ ବିଦାୟୀ ଉଭୟ ଅମଙ୍ଗଳର କାରଣ ହେବ। ଏଣୁ ଭବିଷ୍ୟତେ ଆସିବାକୁ ଥିବା ବିତ୍ପାତ ଲାଗି ଆମକୁ ଏବେଠୁ ସତର୍କ ହେବାକୁ ପଡିବ।

ଦେବୀଙ୍କ ଉପାସନା ନିମନ୍ତେ ଭକ୍ତଙ୍କୁ ପୁରା ୯ ଦିନ ସମୟ ମିଳିବ। ଏଥିରେ ୨ଟି ସୋମବାର ବି ପଡିବ। ଏହି ୨ ବାର ଅନେକ ଶୁଭ ଯୋଗର କାରକ ହେବେ। ଏଣୁ ନବଦିନାତ୍ମକ ପୂଜାରେ ଦେବୀଙ୍କ ଉପାଶକଙ୍କୁ ଅନେକଗୁଣା ଲାଭ ନିଶ୍ଚିତ ମିଳିବ। ଏଣୁ ମା ଦୁର୍ଗାଙ୍କ କଳଶ ସ୍ଥାପନା ଶୁଭ ଯୋଗରେ ହେବା ଦରକାର।  ଏଥିଲାଗି ୨୯ ସେପ୍ଟେମ୍ବର ସକାଳ ୬ଟା ବାଜି ୧୬ ମିନିଟରୁ ୭ଟା ୪୦ ମଧ୍ୟରେ କଳଶ ସ୍ଥାପନା କରିପାରିବେ। ଯଦି ଏହି ସମୟ ମଧ୍ୟରେ ସମ୍ଭବ ନ ହୁଏ ତେବେ ୧୧ଟା ୪୮ରୁ ୧୨ଟା ୩୫ ମିନିଟ୍ ମଧ୍ୟରେ ମଧ୍ୟ କଳଶ ସ୍ଥାପନା କରାଯାଇପାରେ।  

   Related Posts