ଏହି ୩ ଲକ୍ଷଣରୁ ଜାଣନ୍ତୁ ଆପଣ କରୋନା ଆକ୍ରାନ୍ତ କି ନୁହେଁ

Published By : Prameya-News7 Bureau | January 30, 2021 IST

କରୋନା ଭାଇରସ ମହାମାରୀ ସାରା ବିଶ୍ୱକୁ ସଞ୍ଚରି ଯାଇଛି। ଭାରତରେ ୩୦ ଜାନୁୟାରୀ ୨୦୧୯ରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେବେଠାରୁ ଦେଶରେ ସଂକ୍ରମଣ ଜାରି ରହିଛି। କରୋନା ମୁକାବିଲା ଲାଗି ଦେଶରେ ଟିକାକରଣ ଆରମ୍ଭ ହୋଇଗଲାଣି। ସଂକ୍ରମଣ ହାର ମଧ୍ୟ ହ୍ରାସ ହେବାରେ ଲାଗିଛି। ଏଥିରେ ବ୍ରିଟେନରେ ବ୍ୟାପୁଥିବା କରୋନା ନୂଆ ଭୂତାଣୁ ଏବେ ଚିନ୍ତାର କାରଣ ପାଲଟିଛି।

{"id":401320,"sizeSlug":"large","linkDestination":"none"}

ଦେଶକୁ କରୋନା ଆସିବାର ଗୋଟିଏ ବର୍ଷ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ଏହାର ନିର୍ଦ୍ଧିଷ୍ଟ ଲକ୍ଷଣ ଏପର୍ଯ୍ୟନ୍ତ ଜଣାପଡୁ ନାହିଁ। ଏଥିରେ ଭୂତାଣୁର ନୂଆ ପ୍ରକାର ତ୍ୱରିତ ସଂକ୍ରମଣ କରୁଥିବାରୁ ଲୋକେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ବାଧ୍ୟ ହେଉଛନ୍ତି। ତେବେ କରୋନାର କେତେକ ବିଶେଷ ଲକ୍ଷଣକୁ ଅନୁଧ୍ୟାନ କରିପାରିଲେ ଆପଣ ଜାଣିପାରିବେ ସଂକ୍ରମିତ ହୋଇଛନ୍ତି କି ନା ।

{"id":401321,"sizeSlug":"large","linkDestination":"none"}

କୋଭିଡ-୧୯ ସଂକ୍ରମିତ ହେଲେ ଏହାକ କିଛି ପ୍ରାରମ୍ଭିକ ଲକ୍ଷଣ ପ୍ରକାଶ ପାଇବ। ଏଥିରେ ଜିଭରେ ଫୋଟକା ବାହାରିବା ଓ ଧଳାଧଳା ଚିହ୍ନ ହେବା ପ୍ରଥମ। ଏହା ଦ୍ୱାରା ଖାଦ୍ୟର ସ୍ୱାଦ ପାଇପାରିବେ ନାହିଁ। ସାମାନ୍ୟ ସର୍ଦ୍ଦି ଭଳି ଅନୁଭବ ହେବା ନାକରୁ କଞ୍ଚାପାଣି ବହିବା ବା ନାକ ରୁଦ୍ଧ ହେବା ମଧ୍ୟ ସାଧାରଣ ଲକ୍ଷଣ। ତଳିପାଦ କୁଣ୍ଡେଇ ହେବା ଓ ଲାଲ ପଡିଯିବା ମଧ୍ୟ କୋଭିଡ ଲକ୍ଷଣ ହୋଇପାରେ। ଏଣୁ ପରୀକ୍ଷଣ କରାଇ ନେଲେ ସଂକ୍ରମଣ ବ୍ୟାପିବା ରୋକିପାରିବେ।

{"id":401324,"sizeSlug":"large","linkDestination":"none"}

କୋଭିଡରେ ସାମାନ୍ୟ ଜ୍ୱର, ସୁଖିଲା କାଶ, ଗଳା କୁଣ୍ଡେଇ ହେବା, ଛାତିରେ ଦରଜ ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବା କରୋନାର ଲକ୍ଷଣ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଲକ୍ଷଣ ଜାଣି ପରୀକ୍ଷଣ କରିନେଲେ ନିଜକୁ ଅନ୍ୟମାନଙ୍କଟାରୁ ଦୂରେଇ ରଖି ପାରିବେ।

{"id":401325,"sizeSlug":"large","linkDestination":"none"}

କରୋନାରୁ ବର୍ତ୍ତିବା ଲାଗି ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରୁହନ୍ତୁ। ମୁହଁରେ ମାସ୍କ ସର୍ବଦା ବ୍ୟବହାର କରନ୍ତୁ। ପରସ୍ପର ଦୂରତା ଅନୁନ୍ୟ ୬ ଫୁଟ ରଖନ୍ତୁ। ସର୍ବସାଧାରଣ ବସ୍‌ ବଦଳେ ନିଜ ବାହନରେ ଏକାକୀ ଯାତ୍ରା କରନ୍ତୁ। କାହା ସହ ହାତ ମିଳାନ୍ତୁ ନାହିଁ। ଦୂରରୁ ଅଭିବାଦନ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.