ଲିଭର୍ ସମସ୍ୟାର ଲକ୍ଷଣ ଓ କାରଣ……… ଜାଣନ୍ତୁ

Published By : Prameya-News7 Bureau | January 06, 2020 IST

ନୂଆଦିଲ୍ଲୀ୬/୧: ସୁସ୍ଥ ସମାଜ ଗଠନ ପାଇଁ ସୁସ୍ଥ ଶରୀର ଆବଶ୍ୟକ। ତେବେ ବର୍ତ୍ତମାନ ସମୟରେ ଶରୀରରେ ଲିଭର୍‌ (ଯକୃତ) ସମସ୍ୟା ଅଧିକ ମାତ୍ରାରେ ଦେଖା ଦେଉଛି। ଭୁଲ୍ ଜୀବନଶୈଳୀ ଓ ଖାଦ୍ୟପେୟରେ ଅନୀୟମିତତା ଯୋଗୁଁ ଲିଭର୍ ସମସ୍ୟା ଦେଖା ଯାଇଥାଏ। ଲିଭର୍ ସମସ୍ୟା ଯୋଗୁଁ ପାଚନ ବା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ। ଏଥିସହ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ।

{"id":207784,"sizeSlug":"large"}

ଲିଭର୍ ସମସ୍ୟା ଦେଖା ଦେଲେ ଶରୀରରେ ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଇଥାଏ। ଏହି ଲକ୍ଷଣ କୁଡିକୁ ଚିହ୍ନଟ କରିବା ନିହାତି ଆବଶ୍ୟକ। ଯଦି ପେଟ ସମସ୍ୟା ଦେଖାଯାଏ, ଯଥା, ପେଟ ବିନ୍ଧିବା, କାଟିଦେବା, ଜୋରରେ ଦରଜ ଲାଗିବା କିମ୍ବା ବାରମ୍ବାର ବାନ୍ତି ହେବା ଏହା ଲିଭର୍‌ ସମସ୍ୟାର ଗୋଟିଏ ଗୋଟିଏ ଲକ୍ଷଣ । ପେଟ ସମସ୍ୟା ଦୀର୍ଘ ଦିନ ଲାଗି ରହିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସେହିପରି ଥାକାପଣ ଲାଗିବା ମଧ୍ୟ ଲିଭର୍ ସମସ୍ୟାର ଏକ ଲକ୍ଷଣ ହୋଇଥାଏ।

{"id":207785,"sizeSlug":"large"}

ସେହିପରି ଲଗାତର ଭାବେ ହଳଦିଆର ରଙ୍ଗର ପରିଶ୍ରା ହେବା ଲିଭର୍‌ ସମସ୍ୟାର ଏହା ଏକ ବଳିଷ୍ଠ ଲକ୍ଷଣ  ହୋଇଥାଏ। ଏପରି ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ହଠାତ୍ ଶରୀର ପତଳା ହୋଇଯିବା କିମ୍ବା ଆଖି ଡ଼ୋଳାର ରଙ୍ଗ ହଳିଦିଆ ପଡ଼ିଯିବା ଏହା ଲିଭର୍‌ ସମସ୍ୟାର ଲକ୍ଷଣ ହୋଇଥାଏ। ଲିଭର୍ ସମସ୍ୟାରୁ ତ୍ରାହି ପାଇବା ପାଇଁ ସବୁଠୁ ବଡ଼ ଚିକିତ୍ସା ହେଉଛି ଠିକ୍‌ ସମୟରେ ଖାଦ୍ୟପେୟ କରିବା ଉଚିତ୍‌।

{"id":207786,"sizeSlug":"large"}

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ନିଶା ସେବନ କାରଣରୁ ଲିଭର୍‌ ଖରାପ ହୋଇଥାଏ। ଧୁମ୍ରପାନ ଲିଭର୍‌ ସମସ୍ୟାର ପ୍ରମୁଖ କାରଣ ହୋଇଥାଏ। ମଦ୍ୟପାନ, ତମାଖୁ ଓ ପାନ ଭଳି ଜିନିଷ ଖାଇଲେ ଲିଭର୍ ଶୀଘ୍ର ଖରାପ ହୋଇଯାଇଥାଏ। ତେଣୁ ନିଶା ଲିଭର ସମସ୍ୟାର ମୁଖ୍ୟକାରଣ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.