Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଲକ୍ଷଣରୁ ନିଶ୍ଚିତ କରନ୍ତୁ ଆପଣ କୋଭିଡ, କୋଲ୍ଡ ଅଥବା ଫ୍ଲୁରେ ଆକ୍ରାନ୍ତ

12/10/2020 at 10:26 PM

କୋଭିଡ, ଫ୍ଲୁ ଓ କୋଲ୍ଡ ଭୂତାଣୁ ଯୋଗୁ ବ୍ୟାପୁଥିବା ୩  ଅଲଗା ଅଲଗା ବେମାରୀ। ହେଲେ ଲୋକେ ଲକ୍ଷଣରୁ କେଉଁ ଭୂତାଣୁ ସଂକ୍ରମିତ ହୋଇଛନ୍ତି ନିଶ୍ଚିତ କରିପାରୁନଥିବାରୁ ଉପଯୁକ୍ତ ଚିକିତ୍ସା ସେବା ଉପଲବ୍ଧ କରିବାରେ ପ୍ରାୟତଃ ବିଫଳ ହେଉଛନ୍ତି। ତେବେ ସବୁଠାରୁ ବଡ କଥା ହେଉଛି ସମସ୍ତ ୩ଟି ଜାକ ସଂକ୍ରମଣର ଲକ୍ଷଣ ପ୍ରାୟତଃ ଏକାପରି। ଏଣୁ ସାଧାରଣ ଲୋକେ ଦୂରର କଥା ଡାକ୍ତର ମଧ୍ୟ ସଂକ୍ରମଣକୁ ନେଇ ଏବେ ନିଶ୍ଚିତ ହୋଇପାରୁନାହାନ୍ତି। ଏଥିରେ ଲକ୍ଷଣକୁ ଅନୁମାନ କରି  ସଂକ୍ରମଣ ଚିହ୍ନଟ କରିବା ଜରୁରି ତେବେ ଆସନ୍ତୁ ଜାଣିବା କଣ ହୋଇପାରେ କୋଭିଡ, ଫ୍ଲୁ ଓ କୋଲ୍ଡର ଲକ୍ଷଣ।

୩୭.୮ ଡିଗ୍ରି ସେଲସିୟସ୍ ଅଥବା ଏହାଠାରୁ ଅଧିକ ଉତ୍ତାପ ଶରୀରରେ ରହିଲେ ଜ୍ୱର ହୋଇଛି ବୋଲି କୁହାଯାଇପାରେ। ଜ୍ୱର ମାପିବା ଲାଗି ପାରମ୍ପରିକ ଥର୍ମ ମିଟର ଅଥବା ଡିଜିଟାଲ ଥର୍ମୋମିଟରରେ ତାପମାତ୍ରା ମାପି ପାରିବେ। କୋଭିଡ ହେଉ କି ଫ୍ଲୁ ଅଥବା କୋଲ୍ଡ ସବୁଥିରେ ମୁଣ୍ଡ ବିନ୍ଧିବା, ମାଂସପେଶି ରେ ଯନ୍ତ୍ରଣା, ଶୀତ ଲାଗିବା, ଥକ୍କା ଲାଗିବା ଓ ନାକରୁ ପାଣି ବୋହିବା ସାମାନ୍ୟ ଘଟଣା। ତେବେ କୋଭିଡ ଓ ଫ୍ଲୁ ଠାରୁ କୋଲ୍ଡ କମ୍‌ ବିପଦଜନକ।

ସବୁ ପ୍ରକାର ସଂକ୍ରମଣରେ କାସ ସାଧାରଣ। ହେଲେ କୋଭିଡ ଆକ୍ରାନ୍ତଙ୍କ କାସ ଫ୍ଲୁ ଓ କୋଲ୍ଡ ଭୂତାଣୁ ଆକ୍ରାନ୍ତଙ୍କ କାସ ଠାରୁ ପୃଥକ। ଫ୍ଲୁ ଓ କୋଲ୍ଡ ଆକ୍ରାନ୍ତ ଲୋକେ ନିୟମିତ କାସି ଥାନ୍ତି। ହେଲେ କୋଭିଡ ଆକ୍ରାନ୍ତ ପ୍ରାୟ ୧ ଘଣ୍ଟା ଅଥବା ଏହାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଲଗାତାର କାସନ୍ତି। ଦିନରେ ୩ରୁ ୪ଥର ସେମାନଙ୍କୁ ଏପରି ଦୀର୍ଘ କାସ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ହେଲେ ଫ୍ଲୁ ଅଥବା କୋଲ୍ଡରେ ଏପରି କାସ ହୋଇନଥାଏ। ଏଥିରେ ଯେଉଁମାନେ କ୍ରନିକ ଅବଷ୍ଟ୍ରକ୍ଟିଭ ପଲ୍ମୋନରୀ ଡିଜିଜ୍(ସିଓପିଡି) ରେ ଆକ୍ରାନ୍ତ ସେମାନେ କୋଭିଡ ସଂକ୍ରମିତ ହେଲେ ସହଜରେ ଜଣାପଡନ୍ତିନି। ଏଣୁ ସେମାନଙ୍କ କ୍ଷେତ୍ରରେ ଏହା ଘାତକ ହୋଇପାରେ।

ଏଣୁ କାସରୁ ଯଦି ଆପଣଙ୍କୁ ସୁସ୍ଥତା ନ ମିଳେ ତେବେ ତୁରନ୍ତ କୋଭିଡ ଟେଷ୍ଟ କରାଇନେବା ଜରୁରି। ଫ୍ଲୁ ଓ କୋଲ୍ଡରେ ଲୋକେ ଆଘ୍ରାଣ ଓ ସ୍ୱାଦ ଶକ୍ତି ହରାନ୍ତି ହେଲେ କୋଭିଡରେ ଦୀର୍ଘ ଦିନ ପର୍ଯ୍ୟନ୍ତ ବାସ୍ନା ଓ ସ୍ୱାଦ ପାଇପାରନଥାନ୍ତି। ତେବେ ବାସ୍ନା ଓ ସ୍ୱାଦ ବାରି ପାରୁନଥିଲେ ଓ ଅସୁସ୍ଥ ଅନୁଭବ କରୁଥିଲେ ଭୂତାଣୁ ସଂକ୍ରମଣ ରୋକିବା ଲାଗି ତୁରନ୍ତ କୋଭିଡ ଟେଷ୍ଟ କରାଇନେବା ଆବଶ୍ୟକ। ତେବେ ଛିଙ୍କ ହେଉଥିଲେ ଏହା  କରୋନାର ଲକ୍ଷଣ ନୁହେଁ ବୋଲି ବିଶେଷଜ୍ଞ କହନ୍ତି। ଏହା କେବଳ କୋଲ୍ଡରେ ହୋଇଥାଏ। ଏଣୁ ଯେଉଁ ପର୍ଯ୍ୟନ୍ତ ଆପଣ ଜ୍ୱର, ଲସ୍ ଅଫ ଟେଷ୍ଟ ଓ ଲସ୍ ଅଫ ସ୍ମେଲ ଏବଂ ମୁଣ୍ଡ ବିନ୍ଧାରେ ଆକ୍ରାନ୍ତ ନୁହନ୍ତି ସେ ପର୍ଯ୍ୟନ୍ତ ଆପଣ କୋଭିଡ ଟେଷ୍ଟ କିରବାର କୌଣସି ଆବଶ୍ୟକତା ନାହିଁ। ହେଲେ ଏହା ଘରେ ଯେପରି ଅନ୍ୟକୁ ନ ବ୍ୟାପେ ସେଥିଲାଗି ଆଇସୋଲେସନ ରହିବା ଉତ୍ତମ।

   Related Posts