ଅସଫଳତା ପରେ ଉଦ୍ୟମ ନ କରିବା ପ୍ରତିଭାର ବିନାଶ, ଜାଣନ୍ତୁ ସଫଳ ଜୀବନ ଲାଗି ରାମାୟଣର ସୂତ୍ର

Published By : Prameya-News7 Bureau | December 13, 2019 IST

ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଥରେ କରି ବିଫଳ ହେବା ପରେ ସେ କାମରୁ ନିଜକୁ ଦୂରେଇ ନିଅନ୍ତି। ଏଥିପାଇଁ ପୁଣି ଥରେ ଉଦ୍ୟମ କରିନଥାନ୍ତି। ତେବେ ଏପରି ବିଚାରଧାରାରେ ରହୁଥିବା ଲୋକେ ହୁଏତ ଜାଣି ନଥିବେ ଏହା ଦ୍ୱାରା ସେମାନଙ୍କର ପ୍ରତିଭା ହାନୀ ହେଉଛି ଓ ଅସଫଳତାକୁ ସ୍ୱୀକାର କରି ସାରା ଜୀବନ ଗ୍ଲାନିରେ ରହିବାକୁ ବାଧ୍ୟ ହେଉଛନ୍ତି।  ତେବେ ରାମାୟଣରେ ସୁଖୀ ଓ ସଫଳ ଜୀବନ ଲାଗି ଅନେକ ଛୋଟଛୋଟ ଉଦାହରଣ ମିଳେ। ଯଦି ରାମାୟଣର ଏହି ସୂତ୍ରକୁ ଆମେ ସ୍ୱୀକାର କରିବା ତେବେ ଜୀବନରେ ଅନେକ ବାଧା ଦୂର ହେବା ସହ ସଫଳତା ନିଶ୍ଚିତ ହାସଲ କରିପାରିବା।

{"id":197200,"sizeSlug":"large"}

ରାମାୟଣର ସୁନ୍ଦରାକାଣ୍ଡରେ ହନୁମାନ ମାତା ସୀତାଙ୍କ ସନ୍ଧାନରେ ଲଙ୍କାକୁ ପ୍ରବେଶ କରିଥିଲେ। ହନୁମାନ ଆଗରୁ କେବେ ସୀତାଙ୍କୁ ଦେଖିନଥିଲେ। ଏଣୁ ସବୁ ଗଳିକନ୍ଦି ଲୋକଙ୍କ ଘରଘର ଖୋଜି ସୀତାଙ୍କୁ ନ ପାଇ ନିରାଶ ହୋଇପଡିଥିଲେ। ସୀତାଙ୍କୁ ଖୋଜିବାରେ ହନୁମାନ ରାବଣର ମହଲ ବି ଛାଡି ନଥିଲେ। ତେବେ ହନୁମାନ ସୀତାଙ୍କ ଗୁଣ ସମ୍ପର୍କରେ କିଛି ଜାଣି ଥିଲେ। ହେଲେ ଲଙ୍କାରେ ସେଭଳି ଗୁଣର କୌଣସି ମହିଳା ତାଙ୍କ ନଜରରେ ପଡିନଥିଲେ। ଏଣୁ ହନୁମାନଙ୍କ ମୁଣ୍ଡରେ ଏଣୁତେଣୁ ବିଚାର ପ୍ରବେଶ କରିଥିଲା। ଭାବିଲେ ଯଦି ଖାଲି ହାତରେ ଫେରିଯିବି ତେବେ ସମସ୍ତ ବାନର ବଂଶ ନାଶ ହେବା ସହ ସୀତାଙ୍କ ବିୟୋଗରେ ପ୍ରଭୁ ରାମଚନ୍ଦ୍ର ବି ପ୍ରାଣ ତ୍ୟାଗ କରିଦେବେ। ଏଣୁ କ'ଣ କରିବେ କିଛି ନିଷ୍ପତ୍ତିରେ ପହ଼ଞ୍ଚିପାରିନଥିଲେ।

{"id":197204,"sizeSlug":"large"}

ତେବେ ହନୁମାନଙ୍କ ମନରେ ଏହି ବିଚାର ଆସିବା ମାତ୍ରେ ତାଙ୍କ ଦେହରେ ପୁଣି ଶକ୍ତି ସଞ୍ଚରି ଯାଇଥିଲା। ଏଣୁ ସେ ନିଜକୁ ନିଜେ ଲଙ୍କା ଯାତ୍ରାର ସମୀକ୍ଷା କରିବା ଲାଗିଲେ। ସୀତାଙ୍କୁ ଖୋଜିବାର ନୂଆ ଯୋଜନା ପ୍ରସ୍ତୁତ କରିଥିଲେ ହନୁମାନ। ସେହି ଅନୁସାରେ ଏପର୍ଯ୍ୟନ୍ତ ହନୁମାନ ରାକ୍ଷସଙ୍କ ବାସ ସ୍ଥାନରେ ସୀତାଙ୍କ ଅନୁସନ୍ଧାନ କରିଥିବା ଜାଣିବାକୁ ପାଇଥିଲେଲେ। ଏଣୁ ନୂଆ ରଣନୀତି ଅନୁସାରେ ଯେଉଁ ସ୍ଥାନକୁ ରାକ୍ଷସଙ୍କ ଯିବା ବର୍ଜିତ ଏବେ ସେହି ସବୁ ସ୍ଥାନ ଖୋଜିବାକୁ ନିଷ୍ପତ୍ତି ନେଲେ। ସେହି ଅନୁସାରେ ହନୁମାନ ସୀତାଙ୍କୁ ରାଜବାଟୀ ଉଦ୍ୟାନ ଓ ରାଜମହଲ ଆଖପାଖରେ ଖୋଜିବାକୁ ଲାଗିଲେ ଓ ଏଥିରେ ସଫଳ ହେଲେ।

{"id":197199,"width":578,"height":717,"sizeSlug":"large"}

ହନୁମାନ ଶେଷରେ ସୀତାଙ୍କୁ ଅଶୋକ ବାଟିକାରେ ଠାବ କରିଥିଲେ। ହନୁମାନଙ୍କ ଗୋଟିଏ ବିଚାର ତାଙ୍କ ଅସଫଳତାକୁ ସଫଳତାରେ ବଦଳାଇ ଦେଇଥିଲା। ଆମ ସହିତ ବି ଅନେକ ଥର ଏପରି ହୋଇଥାଏ। କୌଣସି କାର୍ଯ୍ୟରେ ପ୍ରଥମେ ପ୍ରଥମେ ବାଧା ଓ ପ୍ରତିବନ୍ଧକ ଆସିଥାଏ। ହେଲେ ଏଥିରେ ହାରି ନଯାଇ ଉଦ୍ୟମ ଜାରି ରଖିଲେ ସଫଳତା ମିଳିବା ନିଶ୍ଚିତ ବୋଲି ରାମାୟଣର ଏହି ଉଦାହରଣ ପ୍ରେରଣା ଦିଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.