Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଯଦି ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତାହେଲେ କିଏ କେତେ ଶକ୍ତିଶାଳୀ ଜାଣନ୍ତୁ

22/02/2019 at 5:12 PM

ଦିଲ୍ଲୀ ୨୨/୨ : ଜାମ୍ମୁ କାଶ୍ମୀର ପୁଲୱାମାରେ ଆତଙ୍କୀ ହମଲାରେ ୪୨ ସିଆରପିଏଫ ଯବାନ ସହିଦ ହେବା ଘଟଣାରେ ସମଗ୍ର ଦେଶ ପାକିସ୍ତାନ ଠାରୁ ପ୍ରତିଶୋଧ ନେବା ପାଇଁ ଦାବି କରିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତ ଏହି ଆତଙ୍କୀ ହମଲାର ଜବାବ ନିଶ୍ଚୟ ଦେବ | ସହିଦ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି | ବୀରପୁତ୍ରଙ୍କ ବଳିଦାନର ପ୍ରତିଶୋଧ ଭାରତ ନିଶ୍ଚୟ ନେବ ବୋଲି ସେ କହିଛନ୍ତି | ଅପରପକ୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ ତାହେଲେ ପାକିସ୍ତାନ ମଧ୍ୟ ଚୁପ ହୋଇ ବସିବନାହିଁ |


୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବା ପରଠାରୁ କାଶ୍ମୀରକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଜାରି ରହିଛି | ଆସନ୍ତୁ ଜାଣିବା ଯୁଦ୍ଧ ହେଲେ କାହାର କେତେ କ୍ଷତି ହେବ |


ସୈନ୍ୟ ସାମର୍ଥ୍ୟ :
୨୦୧୮ ମସିହାରେ ଭାରତ ୫୮ କୋଟି ଡଲାର ଅର୍ଥାତ ଜିଡିପିର ୨.୧ ପ୍ରତିଶତ ପ୍ରତିରକ୍ଷା ବଜେଟ ପାଇଁ ଆବଣ୍ଟନ କରିଥିଲା | ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ଷ୍ଟ୍ରେଟେଜିକ ଷ୍ଟଡ଼ିଜ ଅନୁଯାୟୀ, ଭାରତ ପାଖରେ ୧୪ ଲକ୍ଷ ସୈନିକ ଅଛନ୍ତି | ଗତବର୍ଷ ପାକିସ୍ତାନ ୧୧ କୋଟି ଡଲାର ଅର୍ଥାତ ଜିଡିପିର ୩.୬ ପ୍ରତିଶତ ନିଜର ୬.୫ ଲକ୍ଷ ସୈନିକଙ୍କୁ ଆବଣ୍ଟନ କରିଥିଲା | ୨୦୧୮ ମସିହାରେ ପ୍ରତିରକ୍ଷା କ୍ଷେତ୍ରପାଇଁ ପାକିସ୍ତାନକୁ ୧୦୦ ମିଲିୟନ ଡଲାର ବିଦେଶୀ ସହାୟତା ମଧ୍ୟ ମିଳିଥିଲା | ସ୍ଟକହୋମ ଇଣ୍ଟରନ୍ୟାସନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅନୁଯାୟୀ, ୧୯୯୩ ମସିହାରୁ ୨୦୦୬ ମସିହା ମଧ୍ୟରେ ପାକିସ୍ତାନ ନିଜର ସରକାରୀ ଖର୍ଚ୍ଚର ପାଖାପାଖି ୨୦ ପ୍ରତିଶତ ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିଥିଲା | ୨୦୧୭ ମସିହାରେ ପାକିସ୍ତାନ ମୋଟ ସରକାରୀ ଖର୍ଚ୍ଚର ୧୬.୭ ପ୍ରତିଶତ ପ୍ରତିରକ୍ଷା ପାଇଁ ଖର୍ଚ୍ଚ କରିଥିଲା | SIPRI ଅନୁଯାୟୀ, ଭାରତର ପ୍ରତିରକ୍ଷା ଖର୍ଚ୍ଚ ୧୯୯୩ ମସିହାରୁ ୨୦୦୬ ମସିହା ମଧ୍ୟରେ ସରକାରୀ ଖର୍ଚ୍ଚର ୧୨ ପ୍ରତିଶତ ରହିଥିଲା | ୨୦୧୭ ମସିହାରେ ଏହା ୯.୧ ପ୍ରତିଶତ ରହିଥିଲା |


କ୍ଷେପଣାସ୍ତ୍ର ଏବଂ ଆଣବିକ ଅସ୍ତ୍ର :
ଉଭୟ ଦେଶ ପରମାଣୁ ଅସ୍ତ୍ରଶାସ୍ତ୍ର ସମ୍ପନ୍ନ ଦେଶ | ଭାରତ ପାଖରେ ୯ ପ୍ରକାରର ଅପରେସନାଲ ମିସାଇଲ ଅଛି | ଏଥିରେ ଅଗ୍ନି-୩(୩୦୦୦-୫୦୦୦ କି:ମି: ରେଞ୍ଜ) ସାମିଲ ରହିଛି | CSIS ଅନୁଯାୟୀ, ଚୀନର ସାହାଯ୍ୟ ଯୋଗୁଁ ପାକିସ୍ତାନ ପାଖରେ ଛୋଟ ଏବଂ ମଧ୍ୟମ ଧରଣ ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ର ଅଛି | ଏହି ଅସ୍ତ୍ର ଭାରତର କୌଣସି ଅଂଶକୁ ପହଂଚିବା ପାଇଁ ସକ୍ଷମ ନୁହେଁ | ସାହିନ-୨ ହେଉଛି ପାକିସ୍ତାନର ସବୁଠାରୁ ଅଧିକ ରେଞ୍ଜର ମିଶଇଳ ଯିଏକି ୨୦୦୦ କି:ମି: ଯାଇପାରେ | SIPRI ଅନୁଯାୟୀ, ପାକିସ୍ତାନ ପାଖରେ ୧୪୦ ରୁ ୧୫୦ ଟି ପରମାଣୁ ବୋମା ଅଛି | ଅପରପକ୍ଷରେ ଭାରତ ପାଖରେ ୧୩୦ ରୁ ୧୪୦ ଟି ପରମାଣୁ ବୋମା ରହିଛି |


କେଉଁ ସେନା କେଉଁଠି :
IISS ଅନୁଯାୟୀ, ଭାରତ ପାଖରେ ୧୪ ଲକ୍ଷ ସେନା ଅଛନ୍ତି | ଏହାଛଡା ଭାରତ ପାଖରେ ୩୫୬୩ ଯୁଦ୍ଧ ଟ୍ୟାଙ୍କ, ୩୧୦୦ ପଦାତିକ ଯୁଦ୍ଧ ବିମାନ, ୩୩୬ଟି ସଶସ୍ତ୍ର ବ୍ୟକ୍ତିଗତ କ୍ୟାରିଅର୍ସ ଏବଂ ୯୭୧୯ଟି ତୋପ ଅଛି |
ଅପରପକ୍ଷରେ ପାକିସ୍ତାନ ସେନାରେ କେବଳ ୫.୬ ଲକ୍ଷ ସୈନିକ, ୨୪୯୬ ଟ୍ୟାଙ୍କ, ୧୬୦୫ ସଶସ୍ତ୍ର ପର୍ଶନାଲ କ୍ୟାରିଅର୍ସ ଏବଂ ୪୪୭୨ ଟି ତୋପ ଅଛି |


ବାୟୁ ସେନା :
ଭାରତ ପାଖରେ ୮୨୪ ଲଢୁଆ ବିମାନ ଅଛି | ଭାରତର ବାୟୁସେନା ସଂଖ୍ୟା ୧୨୭,୨୦୦ । ଏହା ବହୁତ ଶକ୍ତିଶାଳୀ କିନ୍ତୁ ଯୁଦ୍ଧ ବିମାନକୁ ନେଇ ଚିନ୍ତା ହୋଇପାରେ | ଚୀନ ଏବଂ ପାକିସ୍ତାନ ବିରୋଧରେ ଦୁଇତରଫା ଆକ୍ରମଣରୁ ରକ୍ଷା ପାଇଁ ଭାରତକୁ ୪୨ ଜେଟ, ୭୫୦ ଏୟାରକ୍ରାଫ୍ଟ ଦରକାର | ଅଧିକାରୀଙ୍କ ଅନୁଯାୟୀ, ୨୦୩୨ ପର୍ଯ୍ୟନ୍ତ ଭାରତ ପାଖରେ ୨୨ ଜେଟ ଥିବା |


IISS ଅନୁଯାୟୀ, ପାକିସ୍ତାନ ପାଖରେ ୪୨୫ ଲଢୁଆ ବିମାନ ଅଛି | ଅର୍ଥାତ ଭାରତ ତୁଳନାରେ ଅଧା | ଏଥିରେ ଚୀନ F-7PG ଏବଂ ଆମେରିକା F-16 ଫାଇଟିଂ ଫେଲକନ ଜେଟ ରହିଛି | ପାକିସ୍ତାନ ପାଖରେ ଏମିତି ଜେଟ ମଧ୍ୟ ରହିଛି ଯାହା ଆକାଶ ମାର୍ଗରୁ ହେଉଥିବା ଆକ୍ରମଣ ପୂର୍ବରୁ ସୂଚାଇ ଦେଇଥାଏ |


ନୌସେନା :
ଭାରତୀୟ ନୌସେନାରେ ଏୟାରକ୍ରାଫ୍ଟ କ୍ୟାରିଅର, ୧୬ ସବମେରିନ, ୧୩ଟି ଫ୍ରୀଗେଟସ, ୧୦୬ ପେଟ୍ରୋଲ ଏବଂ କୋଷ୍ଟାଲ କଂବେଟ ଜାହାଜ ରହିଛି | ନୌସେନାରେ ୬୭,୭୦୦ ଯବାନ ଅଛନ୍ତି |
ପାକିସ୍ତାନର ନୌସେନା ଅଧିକ ଯବାନ ନାହାନ୍ତି | ପାକିସ୍ତାନ ପାଖରେ ୯ଟି ଫ୍ରୀଗେଟସ, ୧୭ଟି ପେଟ୍ରୋଲ ଏବଂ କୋଷ୍ଟାଲ ଜାହାଜ ଅଛି |


ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତାହେଲେ ସେନା ମଧ୍ୟରେ ସଂଘର୍ଷ ହେବ | ପାକିସ୍ତାନର ସୈନ୍ୟବଳ ଅଧିକ ନାହିଁ । ପାକିସ୍ତାନ ଅସ୍ତ୍ରଶସ୍ତ୍ର ତୁଳନାରେ ଭାରତକୁ ପଛରେ ପକାଇପାରିବ ନାହିଁ | ତଥାପି ଭାରତ ଏବଂ ପାକିସ୍ତାନ ସେନା ମଧ୍ୟରେ ବଡ ତଫାତ ଯୋଗୁଁ ପାକିସ୍ତାନ ଯୁଦ୍ଧ ଜିତିବା ଭଳି ବଡ ଧରଣର ହମଲା କରିପାରିବ ନାହିଁ | ଫଳସ୍ୱରୂପ ପାକିସ୍ତାନ ନିଜ ସେନାକୁ ସହାୟତା ଯୋଗାଇବା ପାଇଁ ପରମାଣୁ ବୋମାର ସାହାଯ୍ୟ ନେବ |


୨୦୦୨ ମସିହାରେ ସଂସଦରେ ହୋଇଥିବା ଆକ୍ରମଣ ପରେ ଭାରତ ପାକିସ୍ତାନ ସଂଘର୍ଷ ବେଳେ ଭାରତୀୟ ସେନାଙ୍କୁ ଏକାଠି କରି ପାକିସ୍ତାନ ସୀମାରେ ନିୟୋଜିତ କରିବା ପାଇଁ ୨ ମାସ ସମୟ ଲାଗିଥିଲା | ଏହାପରେ ରକ୍ଷା ବିଶେଷଜ୍ଞ ଏକ ନୂଆ ନୀତି ପ୍ରଣୟନ କରିଥିଲେ ଯାହାଫଳରେ ଭାରତୀୟ ସେନା ନିଜ ସୈନ୍ୟବଳ ଅଳ୍ପ ଦିନ ଭିତରେ ନିୟୋଜିତ କରିପାରିବ | କୋଲ୍ଡ ଷ୍ଟାର୍ଟ ନୀତି ଅନୁଯାୟୀ, ଭାରତୀୟ ସେନା ଆଦେଶ ଜାରି ହେବାର ୪୮ ଘଣ୍ଟା ଭିତରେ ଆକ୍ରମଣ କରି ପାକିସ୍ତାନକୁ ହଇରାଣ କରିପାରେ |

   Related Posts