ପାଟକୁରା ବିଧାନସଭା ଆସନରେ ୬ଜଣ ସ୍ବାଧୀନ ପ୍ରାର୍ଥୀ, ଜାଣନ୍ତୁ ଏମାନେ କିଏ ଓ ଏମାନଙ୍କ ଷ୍ଟ୍ରାଟେଜି କଣ…
16/07/2019 at 7:13 PM

ପାଟକୁରା୧୬|୭: ମାତ୍ର ତିନିଦିନ ପରେ ପାଟକୁରା ନିର୍ବାଚନ । ପ୍ରଚାର ମୈଦାନ ସରଗରମ । ୟା ଭିତରେ ପାଟକୁରା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ୬ଜଣ ସ୍ବାଧୀନ ପ୍ରାର୍ଥୀ ଚର୍ଚ୍ଚାର ଆଢୁଆଳରେ ରହିଯାଉନାହାନ୍ତି ତ? କେଉଁ ରଣନୀତି ଆପଣାଇଛନ୍ତି ସ୍ବାଧୀନ ପ୍ରାର୍ଥୀ ସେମାଙ୍କର ବିଜୟ ସମ୍ଭାବନା କେତେ ଆସନ୍ତୁ ନଜର ପକାଇବା।

ପାଟକୁରା ଗଡ ଜିତିବା ଲକ୍ଷ୍ୟରେ ଅଛନ୍ତି କିଛି ସ୍ବାଧୀନ ପ୍ରାର୍ଥୀ। ପାଟକୁରା ନିର୍ବାଚନରେ ୬ଜଣ ପ୍ରାର୍ଥୀ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି । ସ୍ବାଧୀନ ଭାବେ ପ୍ରଫୁଲ ବେହେରା, ପରମାନନ୍ଦ ମହାରଣା, ଅନ୍ନଦା ପ୍ରସାଦ ରାଉତରାୟ, ଦିବ୍ୟ ସିଂହ ଦାସ, ରତିକାନ୍ତ କାନୁନଗୋ ଏବଂ ସଂଜୟ କୁମାର ସ୍ବାଇଁ ନିର୍ବାଚନ ଲଢୁଛନ୍ତି । ତେବେ ପ୍ରମୁଖ ତିନିଦଳର ଲଢେଇ ଭିତରେ ଏମାନଙ୍କ ପ୍ରଚାର ଯେମିତ ଫିକା ପଡିଯାଇଥିଲେ ବି ଏମାନେ ବିଜୟ ଆଶା ଛାଡ଼ିନାହାନ୍ତି । ନିଜ ଉଦ୍ୟମରେ ଭୋଟରମାନଙ୍କୁ ସାକ୍ଷାତ କରି ସମର୍ଥନ ଲୋଡ଼ିଛନ୍ତି। ଅଂଚଳର ବିକାଶ ସେମାନଙ୍କ ପ୍ରମୁଖ ମୁଦ୍ଦା ହୋଇଛି।

୬ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ କେହି କେହି ପ୍ରମୁଖ ୩ ଦଳକୁ ଭିତିରିଆ ସମର୍ଥନ ନେଇ ଚର୍ଚ୍ଚା ହେଉଛି । ସ୍ବାଧୀନ ପ୍ରାର୍ଥୀ ଦିବ୍ୟସିଂହ ଦାସ ଏବେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ସମର୍ଥନ କରୁଛନ୍ତି।

ଦଳୀୟ ପ୍ରାର୍ଥୀଙ୍କ ଖାତାରେ ଅଧିକ ସଂଖ୍ୟକ ଭୋଟ ପଡିବାର ସମ୍ଭାବନା ଥିବା ବେଳେ ସ୍ବାଧୀନ ପ୍ରାର୍ଥୀଙ୍କ ଭୋଟ୍ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପାଇଁ ଘାତକ ବି ହୋଇପାରେ ।
