୧୯୩୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ କାଶ୍ମୀରର ପୁରା କାହାଣୀ ଜାଣନ୍ତୁ

Published By : Prameya-News7 Bureau | August 05, 2019 IST

ଦେଶ ପାଇଁ କାଶ୍ମୀର ଆଜି ବି ମୁଣ୍ଡବିନ୍ଧା ହୋଇ ରହିଛି। ତେବେ ଏହି ମୁଣ୍ଡବିନ୍ଧା ଆଜି କାଲିର ନୁହେଁ। ଦୀର୍ଘ ୭୨ ବର୍ଷ ହେଲା  କାଶ୍ମୀର ଭୋଗି ଆସୁଛି ଏହି ସମସ୍ୟା। ଭାରତ ବ୍ରିଟିଶ ଶାସନରୁ ସ୍ୱାଧୀନ ନ ହୁଏ କି କାଶ୍ମୀର ସମସ୍ୟାରେ ନପଡେ। ବ୍ରିଟିଶ ଶାସନାଧୀନ ଭାରତ ଠାରୁ କାଶ୍ମୀର ଭୌଗଳିକ ଦୃଷ୍ଟିରୁ ବେଶ ସୁରକ୍ଷିତ ଥିଲା। ଯେଉଁଥି ଲାଗି କାଶ୍ମୀରର ସାର୍ବଭୌମତା ପ୍ରତି ବ୍ରିଟିଶ ୨ଶହ ବର୍ଷର ଭାରତ ଶାସନରେ ବି ଆଖି ପକାଇ ପାରିନଥିଲା । ଗୋଟିଏ ପଟେ ସୋଭିଏତ ସୀମା ଅନ୍ୟପଟେ ଚୀନ କାଶ୍ମୀରର ସୀମା ସୁନିଶ୍ଚିତ କରୁଥିଲେ। ବେଶ ଶାନ୍ତିରେ ଥିଲା କାଶ୍ମୀର। ହେଲେ ସ୍ୱାଧୀନତା ସହ ଭାରତର ବିଭାଜନ କାଶ୍ମୀର ପାଇଁ ସୃଷ୍ଟି କଲା ସମସ୍ୟା । ଧାର୍ମିକ ଆଧାରରେ ଜିନ୍ନା ଦେଶର ଯେଉଁ ପ୍ରାନ୍ତକୁ ପାକିସ୍ତାନ ଘୋଷଣା କଲେ ସେହି ପ୍ରାନ୍ତ ହିଁ କାଶ୍ମୀର ପାଇଁ ଡାକି ଆଣିଲା ବିପଦ। 

{"id":141294}

ଦେଶ ବିଭାଜନ ପରେ ଭୌଗଳିକ ଆଧାରରେ ବଲୁଚିସ୍ତାନ ଭଳି କାଶ୍ମୀରକୁ ମଧ୍ୟ ପାକିସ୍ତାନରେ ମିସାଇ ନେବାକୁ ଚାହିଁଥିଲେ ଜିନ୍ନା। ହେଲେ ସେପରି କିଛି ନ ହେବାରୁ କାଶ୍ମୀର ବିରୋଧରେ ଜିନ୍ନା ବିଶ୍ୱରେ ପ୍ରଥମ କରି ସୃଷ୍ଟି କରିଥିଲେ ଆତଙ୍କବାଦ। ଅର୍ଥାତ ପାକିସ୍ତାନର ଜନ୍ମ ସହ ବିଶ୍ୱରେ ଜନ୍ମ ନେଇଥିଲା ଆତଙ୍କବାଦ । ଉତ୍ତର-ପଶ୍ଚିମ ସୀମାସେପାଖରୁ ଆଦିବାସୀଙ୍କୁ ଅସ୍ତ୍ରଶସ୍ତ୍ର, ଯାନବାହନ ଦେଇ କାଶ୍ମୀର ଉପରେ ଆକ୍ରମଣ ଲାଗି ଉସକାଇଥିଲେ ପାକିସ୍ତାନ ସରକାର । ଫଳରେ ୧୯୪୭ ମସିହା ଅକ୍ଟୋବର ମାସରେ କାଶ୍ମୀର ଉପରେ ହୋଇଥିଲା ପ୍ରଥମ ଆତଙ୍କବାଦୀ ଆକ୍ରମଣ ଯହାକୁ ଇତିହାସରେ ‘କବାଲି ଆକ୍ରମଣ’  ଭାବେ ଆଜିବି କାଶ୍ମୀରବାସୀ ମନେ ରଖିଛନ୍ତି।

{"id":141293}

ନବ ଗଠିତ ପାକ୍ ଓ ଭାରତ ସହ କୌଣସି ସମ୍ପର୍କ ନଥିଲା କାଶ୍ମୀରର । ତେବେ ଆଧୁନିକ ପାକିସ୍ତାନ ଦେଇ କାଶ୍ମୀରକୁ ଯୋଗାଣ ରାସ୍ତା ଥିଲା। ଏଣୁ କବାଲୀ ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ କାଶ୍ମୀରର ତତ୍କାଳୀନ ରାଜା ହରି ସିଂହ ଯୋଗାଯୋଗ ଦୃଷ୍ଟିରୁ ପ୍ରଥମେ ପାକିସ୍ତାନର ସହଯୋଗ ଲୋଡିଥିଲେ। ମୁହଁରେ ତ ପାକ୍ ସରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଦେଲେ, ହେଲେ ପଛପଟେ ଆକ୍ରମଣକାରୀଙ୍କୁ ସହଯୋଗ କରୁଥିବା ରାଜା ହରି ସିଂହ ଜାଣିଯାଇଥିଲେ। କାରଣ ଯୋଗାଣ ମାର୍ଗରେ ପାକ୍ ଅଧିକାରୀମାନେ ସାଦା ପୋଷାକରେ ରହି ଜରୁରି ସାମଗ୍ରୀ ଯୋଗାଣକୁ ଅଟକାଉଥିବାର ସୂଚନା ରାଜାଙ୍କୁ ମିଳିସାରିଥିଲା । ଏଣୁ କବାଲୀ ଆକ୍ରମଣରୁ ବର୍ତ୍ତିବା ଲାଗି ଭାରତର ସହାୟତା ଜରୁରି ହୋଇପଡିଥିଲା। ହେଲେ ଲର୍ଡ ମାଉଣ୍ଟବେଟେନ ଭାରତରେ ଶାସନ ବ୍ୟବସ୍ଥା ପରିଚାଳନା ଦାୟିତ୍ୱରେ ଥିଲେ। ଏଣୁ ଭାରତ ଉପନିବେଶ ସହ କାଶ୍ମୀରକୁ ମିସାଇବାକୁ ମାଉଣ୍ଟବେଟନଙ୍କୁ ଏକ ପ୍ରତିଶ୍ରୁତିପୂର୍ଣ୍ଣ ପତ୍ର ଲେଖିଥିଲେ ହରି ସିଂହ। ଯାହାକୁ ହରି ସିଂହଙ୍କ ପକ୍ଷରୁ ଭି.ପି.ମେନନ ମାଉଣ୍ଟବେଟେନଙ୍କୁ ଭେଟି ପ୍ରଦାନ କରିଥିଲେ।

{"id":141297}

ମାଉଣ୍ଟବେଟେନ ପତ୍ର ପାଇବା ପରେ କାଶ୍ମୀରକୁ ସହାୟତା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ତୁରନ୍ତ ଭାରତୀୟ ସେନାଙ୍କୁ କାଶ୍ମୀର ପଠାଉଥିବାର ଆଶ୍ୱାସନ ଦେଇ ରାଜ୍ୟରେ ଶାନ୍ତି ସ୍ଥାପନା ହେବା ପରେ ପ୍ରଜାଙ୍କ ନିର୍ଣ୍ଣୟ ସହ ଭାରତରେ ସାମିଲ ହେବାକୁ ମାଉଣ୍ଟବେଟେନ ହରିସିଂଙ୍କୁ ଜବାବି ପତ୍ରରେ ପରାମର୍ଶ ଦେଇଥିଲେ। ସେହି ଅନୁସାରେ ଭାରତୀୟ ସେନା କାଶ୍ମୀରରେ ପହଞ୍ଚି ବିଦେଶୀ ଆକ୍ରମଣକାରୀଙ୍କ କବଳରୁ କାଶ୍ମୀରକୁ ଉଦ୍ଧାର କରିଥିଲେ।  ଯେଉଁଥି ପାଇଁ କାଶ୍ମୀର ମହାରାଜା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ତାଙ୍କ ପ୍ରଶାସକ ମେହେରଚନ୍ଦ ମହାଜନଙ୍କ ଦ୍ୱାରା ପତ୍ର ଲେଖି କୃତଜ୍ଞତା ଜ୍ଞାପନ କରିବା ସହ ମୈସୁର ଫର୍ମୂଲା ସମ୍ପର୍କରେ ଜଣାଇବାକୁ ନିବେଦନ କରିଥିଲେ।

{"id":141291}

ଏ ନେଇ କୌଣସି ଅଗ୍ରଗତି ହେବା ଆଗରୁ କାଶ୍ମୀର ପ୍ରସଙ୍ଗ ନେହେରୁଙ୍କ ଅଧୀନକୁ ଚାଲିଯାଇଥିଲା। ଲର୍ଡ ମାଉଣ୍ଟବେଟେନ ଭାରତର ସହାୟତା ବଦଳରେ କାଶ୍ମୀର ସ୍ୱାର୍ଥ ବିରୋଧରେ ଖେଳଖେଳି ଦେଇଥିଲେ। ରାଜ୍ୟର ବହୁ ସଂଖ୍ୟକ ଜାତିର ପ୍ରଜାଙ୍କ ଭୋଟ ଆଧାରରେ କାଶ୍ମୀରର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ପ୍ରସ୍ତାବ ରଖିଥିଲେ ମାଉଣ୍ଟବେଟେନ। ପ୍ରସ୍ତାବରେ ଭାରତ ରାଜି ତ ହୋଇ ଯାଇଥିଲା ହେଲେ ଏକ ସର୍ତ୍ତ ରହିଥିଲା  ତାହା ଥିଲା ମିଳିତ ଜାତି ସଂଘ ପ୍ରଦର୍ଶିତ ମାର୍ଗରେ ଭୋଟ ହେବ। ତେବେ ଜିନ୍ନା ଏଥିରା ରାଜି ହୋଇନଥିଲେ। ଏଥିପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ମଧ୍ୟ ସହମତି ନଥିଲା। ହେଲେ ନେହେରୁ ନେତୃତ୍ୱ ନେଉଥିବାରୁ ସେ ଚୁପ ହୋଇ।ଯାଇଥିଲେ।

{"id":141290,"width":584,"height":373}

ପରେ ସେଇଆହିଁ ହେଲା ମିଳିତ ଜାତି ସଂଘ କମିଶନ ପହଞ୍ଚି ପ୍ରଥମେ କାଶ୍ମୀର ଆକ୍ରମଣର ତଦନ୍ତ କଲେ ଏଥିରେ ପାକିସ୍ତାନ ଧରାପଡିଲା। ଏଣୁ କମିଶନ ପ୍ରଥମେ କାଶ୍ମୀରରୁ ପାକ୍ ସେନା ଅପସାରଣ ପାଇଁ ପ୍ରସ୍ତାବ ଦେଲେ। ହେଲେ ଭାରତ ନଇଁ ଗଲା। ପାକିସ୍ତାନ ପ୍ରତି ନେହେରୁଙ୍କ ନରମ ଭାବନା ଯୋଗୁ ୫ ଜାନୁୟାରୀ ୧୯୪୯ର ଯୁଦ୍ଧ ବିରାମ, ଯୁଦ୍ଧ ବିରାମ ରେଖା ସମ୍ପର୍କିତ ପ୍ରସ୍ତାବକୁ ଭାରତ ନିର୍ବିବାଦରେ ସ୍ୱୀକାର କରିନେଲା। ଏଣୁ କାଶ୍ମୀର ପାଇଁ ଉଭୟ ଦେଶ ସମାନ ଦାବିରେ ହୋଇଗଲେ। ତେବେ ମାଉଣ୍ଟବେଟେନଙ୍କୁ ହରିସିଂ ତାଙ୍କ ପତ୍ରର ଶେଷ ପଙକ୍ତିରେ  ଶେଖ ଅବଦୁଲ୍ଲାଙ୍କ ସମ୍ପର୍କରେ କରିଥିବା ଉଲ୍ଲେଖ ପ୍ରକାରେ ତାଙ୍କୁ ନେହେରୁ ବହୁସଂଖ୍ୟକ ବର୍ଗର ନେତା ଭାବେ କାଶ୍ମୀର ଅସ୍ଥାୟୀ ସରକାର ମୁଖ୍ୟ ନିଯୁକ୍ତ କରିଦେଲେ। ଅନ୍ୟପକ୍ଷରେ ମହାରାଜାଙ୍କ ଆଇନ ପରାମର୍ଶଦାତା ତଥା କାଶ୍ମୀର ସରକାରଙ୍କ ପ୍ରତିନିଧି ମହେରଚନ୍ଦ ମହାଜନଙ୍କୁ ଉପେକ୍ଷା କରିଦିଆଗଲା। ତେବେ ନିଷ୍ପତ୍ତି ହୋଇଥିଲା ମୈଶୁର ଭଳି କାଶ୍ମୀରରେ ମଧ୍ୟ ବ୍ୟବସ୍ଥା ହେବ। ଶେଖ ଅବଦୁଲ୍ଲାଙ୍କୁ ସରକାର ଓ ବିଧିବିଧାନ ମୁଖିଆ କରାଯିବ ଓ ମୈଶୁର ଦିବାନଙ୍କ ଭଳି  ମହେରଚାନ୍ଦ ମହାଜନ ରାଜାଙ୍କ ପ୍ରତିନିଧି ଭାବେ ମନ୍ତ୍ରୀ ମଣ୍ଡଳର ଅଧ୍ୟକ୍ଷତା କରିବେ।

{"id":141289}

ତେବେ ଶାସନ ଡୋରୀ ମିଳିବା ମାତ୍ରେ ଏକଛତ୍ରବାଦୀ ହୋଇଯାଇଥିଲେ ଶେଖ ଅବଦୁଲ୍ଲା। ନେହେରୁଙ୍କ ବଳରେ ରାଜାଙ୍କୁ ବେଖାତିର କରିବାକୁ ଲାଗିଲେ ଓ ମୈଶୁର ଢାଞ୍ଚାକୁ ଟାଳିଗଲେ। ପରେ କାଶ୍ମୀରରେ ପାକିସ୍ତାନ ଭଳି ଏକ ନୂଆ ଦେଶର ପରିକଳ୍ପନା କରିବାକୁ ଲାଗିଲେ ଶେଖ ଅବଦୁଲ୍ଲା  ଯାହା ସର୍ଦ୍ଦାର ପଟେଲଙ୍କୁ ମହାଜନ ୨୪ ଡିସେମ୍ବର ୧୯୪୭ରେ ଲେଖିଥିବା ପତ୍ରରୁ ଜଣାପଡେ। ଶେଖ କାଶ୍ମୀରର କ୍ଷମତା ପ୍ରାପ୍ତ କରିବା ସହ ପ୍ରଦେଶକୁ ହିନ୍ଦୁ ମୁକ୍ତ କରିବା ଆରମ୍ଭ କରିଦେଇଥିଲେ। ସରକାରୀ ଚାକିରୀରୁ ହିନ୍ଦୁଙ୍କୁ ବହିଷ୍କାର କରି ମୁସଲମାନଙ୍କ ନିଯୁକ୍ତି ହାର ବଢାଇବାରେ ଲାଗିଲେ। ହିନ୍ଦୁ କର୍ମଚାରୀଙ୍କୁ ଜାଣିଶୁଣି ହତାସ କରିବା ସହ ମହାରାଜାଙ୍କ ବିନା ପରାମର୍ଶରେ ପ୍ରଜାସଭା ଅଧ୍ୟକ୍ଷଙ୍କୁ ହଟାଇ ରାଜ୍ୟର ନ୍ୟାୟିକ ବ୍ୟବସ୍ଥାକୁ ନିରସ୍ତ କରିଦେଲେ। ଯାହା କେବଳ ନେହେରୁ ଓ ଗୋପାଲ ସ୍ୱାମୀ ଆୟଙ୍ଗର ଜୋଡିଙ୍କ ପ୍ରୋତ୍ସାହନରେ ଅବଦୁଲ୍ଲା କରୁଥିଲେ। ଶେଷରେ ପରିସ୍ଥିତି ଏଭଳି ହୋଇଥିଲା ଯେ ମହାରାଜା ହରିସିଂଙ୍କୁ କାଶ୍ମୀର ଛାଡିବାକୁ ପଡିଥିଲା। ଫଳରେ ଅବଦୁଲ୍ଲାଙ୍କ କଣ୍ଟା ସବୁଦିନ ପାଇଁ ଦୂର ହୋଇଯାଇଥିଲା। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପରାମର୍ଶରେ ହରିସିଂହ ତତ୍କାଳୀନ ବମ୍ବେରେ ଏକ କୋଠି ନିର୍ମାଣ କରି ପରିବାର ସହ ସ୍ଥାନାନ୍ତର ହୋଇଯାଇଥିଲେ ଓ ତାଙ୍କ ପୁତ୍ର କରଣ ସିଂହକୁ ରାଜ୍ୟର ପ୍ରିତନିଧି ଘୋଷଣା କରିଥିଲେ।

{"id":141288}

ତେବେ କାଶ୍ମୀର ପାଇଁ ୩୭୦ ପ୍ରସ୍ତୁତ କଲେ କିଏ ?
ସେପଟେ କିନ୍ତୁ ସେଖ ଅବଦୁଲ୍ଲାଙ୍କ ମହତ୍ୱାକାଙକ୍ଷା ଖୁବ୍ ବଢିଯାଇଥିଲା। ରାଜନୀତିରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଅତିକ୍ରମ କରିବାକୁ ଲାଗିଲେ ଅବଦୁଲ୍ଲା । ଯାହା ନେହେରୁ ଓ ଆୟଙ୍ଗର ମଧ୍ୟ ଜାଣିଲେ। ହେଲେ ଏତେ ଆସ୍ପର୍ଦ୍ଧାକୁ ବଲ୍ଲଭଭାଇ ପଟେଲ କିନ୍ତୁ ପସନ୍ଦ କରୁନଥିଲେ। କିନ୍ତୁ କାଶ୍ମୀରରୁ ମହାରାଜା ହରି ସିଂଙ୍କ ହଟିଯିବା ପରେ ନେହେରୁ ଓ ଆୟଙ୍ଗରଙ୍କ ନିକଟରେ କୌଣସି ଅନ୍ୟ ରାସ୍ତା ନଥିଲା। ଏଣୁ ନେହେରୁଙ୍କ ସମର୍ଥନରେ ଶେଖ ଅବଦୁଲ୍ଲାଙ୍କ ମନ୍ତ୍ରୀମଣ୍ଡଳ ସହ ପରାମର୍ଶ କରି ଭାରତ ଓ କାଶ୍ମୀର ରାଜ୍ୟର ସମ୍ପର୍କ ବାଖ୍ୟା ନିମନ୍ତେ ଆୟଙ୍ଗର ଅନୁଚ୍ଛେଦ ୩୭୦ର ଚିଠା ପ୍ରସ୍ତୁତ କରିଥିଲେ। ସେତେବେଳେ ଅନୁଚ୍ଛେଦ ୩୭୦ ବାଖ୍ୟା କରିଥିବା ବିଶେଷଜ୍ଞ ଏହାକୁ ଅନୁଧ୍ୟାନ କରି କହିଥିଲେ ଯେ ଏହି ଅନୁଛେଦ ହଟିବା ସହ କାଶ୍ମୀର ଭାରତରୁ ସ୍ୱତଃ ପୃଥକ ହୋଇଯିବ। ଏହା ସତ୍ତ୍ୱେ ଅନୁଛେଦ ୩୭୦କୁ ସମ୍ବିଧାନ ସଭାରେ ଉପସ୍ଥାପିତ କରାଯାଇଥିଲା। ସେତେବେଳେ ନେହେରୁ ଆମେରିକା ଗସ୍ତରେ ଥିଲେ। ସମ୍ବିଧାନ ସଭାରେ କଂଗ୍ରେସ ଅନୁଚ୍ଛେଦକୁ ଦୃଢ ବିରୋଧ କରିଥିଲା। ହେଲେ ବିଧେୟକ ଉପରେ ପୂର୍ବରୁ ହିଁ ନେହେରୁ ତାଙ୍କର ହସ୍ତାକ୍ଷର ଦେଇଯାଇଥିଲେ। ହେଲେ ପାର୍ଟି ଏହାକୁ ଗ୍ରହଣ କରୁନଥିଲା।

{"id":141286,"width":578,"height":347}

କଂଗ୍ରେସ ଚାହୁଁଥିଲା  କଣ?
କଂଗ୍ରେସ ଚାହୁଁଥିଲା ଦେଶର ଅନ୍ୟ ରାଜ୍ୟମାନେ ଯେପରି ଏକତ୍ରିତ ହୋଇଛନ୍ତି କାଶ୍ମୀର ମଧ୍ୟ ସେହିଭଳି ଭାରତରେ ମିଶୁ। ହେଲେ ପ୍ରସ୍ତୁତ ଅନୁଛେଦ ଗୃହୀତ କରିବା ଦାୟିତ୍ୱ ଆୟଙ୍ଗରଙ୍କ ଉପରେ ନ୍ୟସ୍ତ ଥିଲା। ଏଣୁ ସବୁଥର ଭଳି ଏଥର ମଧ୍ୟ ଆୟଙ୍ଗର ସର୍ଦ୍ଦାର ପଟେଲଙ୍କ ଶରଣ ପଶିଥିଲେ। ଏଣୁ ନେହେରୁଙ୍କ ଅନୁପସ୍ଥିତିରେ ପଟେଲ ପୁଣି କଂଗ୍ରେସକୁ ବୁଝେଇବାର ଦାୟିତ୍ୱ ନେଇଥିଲେ। ହେଲେ ପରେ ଦେଖିଥିଲେ ଚିଠା ପ୍ରସ୍ତାବରୁ କିଛି ଭାଗ ପରିବର୍ତ୍ତିତ ହୋଇଯାଇଛି। । ଯାହାକୁ ନେଇ ସର୍ଦ୍ଦାର ପଟେଲ ତୀବ୍ର ପ୍ରତିକ୍ରିୟ ବ୍ୟକ୍ତ କରିବା ସହ ଆୟଙ୍ଗରଙ୍କୁ ତାଗିଦ କରିଥିଲେ। ହେଲେ ଆୟଙ୍ଗର ନେହରୁଙ୍କ ଇଙ୍ଗିତରେ ଟାଳିଯାଇଥିଲେ ପଟେଲଙ୍କ ତାଗିଦକୁ ପରିଣାମ ଏହା ହୋଇଥିଲା ଭାରତଠୁ ଅନୁଚ୍ଛେଦ ୩୭୦ ହାସଲ କରିବା ପରେ ଅବଦୁଲ୍ଲା ପାକ୍ ଓ ଭାରତର ଆର୍ଥିକ ସହାୟତାରେ ଦୁଇ ଦେଶ ମଝିରେ ଏକ ସ୍ୱତନ୍ତ୍ର କାଶ୍ମୀରର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ।

{"id":141285}

୧୯୪୯ ମସିହାରେ ଅବଦୁଲ୍ଲା ଏ ନେଇ ଜନୈକ ବିଦେଶୀ ପ୍ରତିନିଧିଙ୍କୁ ବି ଭେଟିଥିଲେ। ଯାହାଙ୍କ ଦ୍ୱାରା ସେ ଜାତିସଂଘ, ବ୍ରିଟେନ , ଭାରତ ଓ ପାକ୍ ସମର୍ଥନରେ ସ୍ୱତନ୍ତ୍ର କାଶ୍ମୀରର ପରିକଳ୍ପନା ବି କରିଥିଲେ। ତେବେ ଏହା ଜଣଆପଡିବା ପରେ ଅବଦୁଲ୍ଲାଙ୍କୁ ଆୟଙ୍ଗର ଓ ପାଟେଲ ହିଁ ବାଧା ଦେଇଥିଲେ ଯେଉଁଥି ଲାଗି ଆଜି ବି କାଶ୍ମୀରକୁ ନା ପାକିସ୍ତାନ ସିଧା ଦାବି କରିପାରୁଛି  ନା ଭାରତ ପୁରା ନିୟନ୍ତ୍ରଣକୁ  ନେଇପାରୁଥିଲା। ହେଲେ ଏବେ ୩୭୦ ଉଛେଦ ପରେ ସବୁ ରାସ୍ତା ସଫା ଦେଖାଯାଉଥିବା ଭଳି ପ୍ରତୀତ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.