କେନ୍ଦୁଝର ଅଖ୍ୟାତ ପଲ୍ଲୀର ଦୈତାରୀ ନାଏକଙ୍କୁ ସରକାର ପଦ୍ମଶ୍ରୀ ପାଇଁ କାହିଁକି ବାଛିଲେ ? ଜାଣନ୍ତୁ ଦୈତାରୀଙ୍କ ପୂରା କାହାଣୀ…

Published By : Prameya-News7 Bureau | January 26, 2019 IST

କେନ୍ଦୁଝର ୨୬|୧: ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କେନ୍ଦୁଝରର ପାହାଡି ମଣିଷ ଦୈତାରୀ ନାଏକ , ୨ କି.ମି ପାହାଡ କାଟି କରିଥିଲେ କେନାଲ ତିଆରି , ଇଛାଶକ୍ତି ଆଗରେ ଫେଲ ମାରିଛି ପ୍ରକୃତି ।  ମାଉନଟେନ ମ୍ୟାନ ଦଶରଥ ମାଂଝୀ। ଏ ନାମଟି ବିଶ୍ବ ପରିଚିତ। ପାହାଡକାଟି ରସ୍ତା ନିର୍ମ।ଣ କରି ମାଉନଟେନ ମ୍ୟାନ ଭାବେ ପରିଚିତ। ଏପରିକି ଦଶରଥଙ୍କ ଉପରେ ନିର୍ମିତ ହୋଇଛି ଏକ ଚଳଚିତ୍ର।

{"id":78196}

ଏହିପରି ମଧ୍ୟ ଆଉ ଜଣେ ନିଆର ମଣିଷ ଅଛନ୍ତି କେନ୍ଦୁଝରର ଅଖ୍ୟାତ ପଲ୍ଲୀରେ। ୨କି.ମି ପାହାଡ କାଟି ଝରଣା ପାଣିକୁ ନିଜ ଗାଁର ଚାଷଜମିକୁ ଆଣିବାରେ ପାଇଥିଲେ ସଫଳତା। ଦିର୍ଘ ୧୮ବର୍ଷ ପୂର୍ବରୁ ସେ ଏହି ସଫଳତା ପାଇଥିଲେ ବି ତାହା ଏବେ ଆସିଛି ଲୋକଲୋଚନକୁ। ହୁଏତ ୧୮ବର୍ଷ ପୂର୍ବରୁ ଯଦି ଏହା ଲୋକଲୋଚନକୁ ଆସିପାରିଥାନ୍ତା ତାହେଲେ ସେବି ଏବେ ମାଉନଟେନ ମ୍ୟାନ ଭାବେ ଘରେଘରେ ପରିଚିତ ହୋଇଥାନ୍ତେ ଓ ବହୁ ଆଗରୁ  ହୁଏତ ପଦ୍ମଶ୍ରୀ ସମ୍ମାନ ପାଇଥାନ୍ତେ । 

{"id":78195}

ଗତକାଲି ଦୈତାରି ନାଏକ ପଦ୍ନଶ୍ରୀ ସମ୍ମାନ ପାଇବେ ବୋଲି ସରକାରି ସ୍ତରରେ  ଘୋଷଣା ହେବା ପରେ ଦୈତାରୀ ଓ ତାଙ୍କ ଗାଁ ଲୋକେ ବେଶ ଖୁସି ଅଛନ୍ତି । ହଲେ ନିରିହ , ସରଳ , ନିଷ୍କପଟ ପ୍ରକୃତିର ମଣିଷ ଦୈତାରୀ ଓ ତାଙ୍କ ପରିବାର ଲୋକେ କିନ୍ତୁ ଏହି ବଡ ସମ୍ମାନକୁ ଅତି ସାଧାରଣ ଭାବରେ ଗ୍ରହଣ କରିଛନ୍ତି ।

{"id":78197}

ତାଙ୍କ ପରିବାର ଲୋକଙ୍କର କହିବା କଥା ହେଲା କିଛି ପାଇବାର ଆଶା ବା ଉଦ୍ଦେଶ୍ୟ ନେଇ ସେମାନେ ଏହି କାମ କରିନଥିଲେ । ଯଦି ସରକାର ତାଙ୍କୁ ଖୁସି ହୋଇ ଦେଉଛନ୍ତି ତାହାଲେ ଭଲ କଥା । ସେମାନେ ସେଥିରେ ଖୁସି । ଆଜି ବି ତାଙ୍କର ଓ ତାଙ୍କ ପିରବାରଙ୍କର  ସେହି ଦିନର ସେହି ପୁରୁଣା କଥା ମନେ ପଡିଯାଉଛି ।

{"id":78198}

ସେ ଯତେବଳେ ଭୋକ ଉପାସରେ ମୁଣ୍ଡ ଝାଳ ତୁଣ୍ଡେ ମାରି ଏହି ପାହାଡ କାଟି ଗାଁ କୁ ପାଣି ଆଣିବା ପାଇଁ କାମ ଆରମ୍ଭ କଲେ ଲୋକେ ତାଙ୍କୁ ଟାହି ଟାପରା କରୁଥିଲେ । ହେଲେ ସେଥିରେ ସେ କୃତକାର୍ଯ୍ୟ ହେବା ପରେ ଲକେ ତାଙ୍କୁ ସାବାସି ଦେଇଥିଲେ ।  

{"id":78199}

ଦୈତାରୀଙ୍କର ଏହି ମହତ କାମ ଲୋକଲୋଚନକୁ ଆସିବା ପରେ କେନ୍ଦୁଝର ସମବାୟ ବ୍ୟାଙ୍କ ପକ୍ଷରୁ  ତାଙ୍କୁ ପ୍ରଥମେ ସମ୍ବର୍ଦ୍ଦିତ କିରାଯିବା ସହ ଏକ ପାଓୟାର ଟିଲର ମଧ୍ୟ ଉପହାର ଦିଆଯାଇଥିଲା । ଦୈତାରୀଙ୍କ ସମ୍ପର୍କରେ ଏକ ପ୍ରାମାଣିକ ଚଳଚିତ୍ର ମଧ୍ୟ ନିର୍ମଣ କରାଯାଇଥିଲା । ଦୈତାରୀଙ୍କ ନାମ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା ହେବା ପରେ ସମବାୟ ସଂସ୍ଥାର ସଭାପତି ତାଙ୍କ ଘରକୁ ପ୍ରଥମେ ଯାଇ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।  

{"id":78200}

ଦୈତାରୀଙ୍କ ପରିଶ୍ରମ ଓ ସଫଳତାର ମୂଲ୍ୟ ପାଉଛନ୍ତି ଗ୍ରାମବାସୀ। ଆଗରୁ ଟାଙ୍ଗରା ଭୁଇଁ ପଡୁଥିବା ଚାଷ ଜମିରେ ଫଳୁଛି ସୁନାର ଫସଲ। ଦିର୍ଘ ୧୮ ବର୍ଷ ହେବ ଏହି ପାଣିକୁ ବ୍ୟବହାର କରି ପ୍ରାୟ ୪ଶହ ଏକର ଜମିରେ ହୋଇପାରୁଛି ଚାଷ। କହିବାକୁ ଗଲେ ଦୈତାରୀଙ୍କ ପାଇଁ ଆଜି ସମଗ୍ର ଅଂଚଳ ଶସ୍ୟଶାମଳା ହୋଇପାରିଛି। 

{"id":78201}

କାହିଁକି ଦୈତାରୀ ପାଇବେ ପଦ୍ମଶ୍ରୀ : କେନ୍ଦୁଝରରେ ବାଂପାପାଳ ବ୍ଲକ ଗୋନାସିକାର ବଣପାହାଡ ଘେରା ତଳବୈତରଣୀ ଗ୍ରାମ। ଏହି ଗଁ।ରେ ରହନ୍ତି ୧୦୦ରୁ ଉର୍ଦ୍ଧ ପରିବାର। ୨୦/୨୨ ବର୍ଷ ତଳେ ଏହି ଗ୍ରାମଟି ଏକ ଅପହଂଚ ଇଲାକା ଥଲା। ଗ୍ରାମରେ ପାଣିର ଘୋର ଅସୁବିଧା ଥିଲା। ଚାଷତ ଦୂରକଥା, ପିଇବା ପାଣି ମୁନ୍ଦେ ପାଇଁ ଲୋକଙ୍କୁ ୨କିଲୋମିଟର ପାହାଡ ଚଢିବାକୁ ପଡୁଥିଲା। ଝରଣାରୁ ଗାଁକୁ ପାଣି ଆଣି ଦେବାକୁ ପ୍ରଶାସନକୁ ବହୁବାର ଗୁହାରୀ କରିଥିଲେ ଗ୍ରାମବାସୀ। ହଲେ କିଛି ସୁଫଳ ମିଳିପାରିନଥିଲା।

{"id":78202}

ଏହି ଗାଁର ୭୫ ବର୍ଷ ବୟସ୍କ ଦୈତାରୀ ନାଏକଙ୍କ ଚାଷ ପ୍ରତି ଥିଲା ଅହେତୁକ ଆଗ୍ରହ। ଦିନେ ପାହାଡ ଉପରେ ଝରଣାକୁଳରେ ବସିଥିବାବେଳେ ସେ ଚିନ୍ତା କରିଥିଲେ କୌଣସିମତେ ଝରଣା ପାଣିକୁ ଯଦି ତଳକୁ ନିଆ ଯାଇପାରନ୍ତା ତାହେଲେ ଚାଷ ପାଇଁ ଆଉ କିଛି ଅସୁବିଧା ରହନ୍ତା ନାହିଁ । ହେଲେ କେମିତି ହେବ ଏହା । କିଏ କରିଦେବ ତାଙ୍କ ପାଇଁ ଏସବୁ । ପ୍ରଶାସନର ସହଯୋଗ ମିଳିବାର କୌଣସି ଆଶାନଥିଲା ।

{"id":78203}

କିନ୍ତୁ ଅବାସ୍ତବ ଲାଗୁଥିବା ଏହି କାମକୁ ବାସ୍ତବରେ ପରିଣତ କରିବାର ନିଷ୍ପତ୍ତି ନେଇଥିଲେ ଦୈତାରୀ ।  ବାସ ତାପରେ ଅଂଟା ଭିଡିଥିଲେ  ପାହାଡକୁ କାଟି ପାଣି ପାହାଡ ତଳକୁ ନେବାକୁ । ଏହିଠାରୁ ଆରମ୍ଭ ହୋଇଥିଲା ଦୈତାରୀଙ୍କ ଦୁଃସାହାସିକ କାର୍ଯ୍ୟ। କାହାକୁ କିଛି ନକହି ସେ ଲାଗିପଡିଥଲେ ପାହାଡ କାଟିବାକୁ।

{"id":78204}

୧୯୯୬ ମସିହାରେ ସେ ଆରମ୍ଭ କରିଥିଲେ ଏହି କାର୍ଯ୍ୟ। ପ୍ରଥମେ ପ୍ରଥମେ ତାଙ୍କ କାମ ଦେଖି ଲେକେ ହସୁଥିଲେ। ତାଙ୍କୁ ପାଗଳ ବୋଲି କହୁଥିଲେ। କିନ୍ତୁ ସେଥିରେ କେବେ ହତାଶ ହୋଇନଥିଲେ ଦୈତାରୀ। ଗୋଟିଏ ଜିଦ, ପାଣିକୁ ପାହାଡ ତଳକୁ ନେବେ। ଧୀରେ ଧୀରେ ପାଣି ତଳକୁ ଆସୁଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। ପରେ ସ୍ଥାନୀୟ ଆଉକିଛି ଲୋକ ତାଙ୍କୁ ଏଥିରେ ସାହର୍ଯ୍ୟ କରିଥିଲେ।

{"id":78205}

ଏଥିରେ ତାଙ୍କ ପତ୍ନୀଙ୍କର ବି ଥଲା ବେଶ ସହଯୋଗ। ଘର ଚଳାଇବା ଦାୟିତ୍ବ ପତ୍ନୀ ନେଇଥିଲେ। ଏହାସହ ଦୈତାରୀଙ୍କ ପାଇଁ ପ୍ରତ୍ୟେଦିନ ଖାଦ୍ୟ ଧରି ସେ ମଧ୍ୟ ୨.କି.ମି ପାହାଡ ଚଢୁଥିଲେ। ଶେଷରେ ଏକାଗ୍ରତା ଓ ଜିଦ ଆଗରେ ହାର ମାନିଥିଲା ପ୍ରକୃତି। ୨୦୦୦ ମସିହା ଶେଷ ଆଡକୁ ଦିର୍ଘ ୨କି.ମି. ପାହାଡ କାଟି ସେ ପାଣିକୁ ତଳକୁ ଆଣିବାକୁ ସଫଳ ହୋଇଥିଲେ।

{"id":78207}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.