ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା କାହିଁକି ପ୍ରତ୍ୟାଖ୍ୟାନ କଲେ ପଦ୍ମ ପୁରସ୍କାର : ଜାଣନ୍ତୁ ଅସଲ କାରଣ ଓ ରହସ୍ୟ

Published By : Prameya-News7 Bureau | January 26, 2019 IST

ଭୁବନେଶ୍ବର୨୬|୧: ପଦ୍ମଶ୍ରୀ ପୁରସ୍କାରକୁ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହେଟାଙ୍କର ନା.. । କେନ୍ଦ୍ର ସରକାର ପଦ୍ମଶ୍ରୀ ପୁରସ୍କାର ତାଲିକାରେ ତାଙ୍କ ନା ରଖିଥିବା ଜାଣିବା ପରେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ଗୀତା । କହିଛନ୍ତି ଏହି ପୁରସ୍କାର ଘୋଷଣା ସମୟ ଠିକ୍ ନାହିଁ । ଏକଥା କରି ଭାଇ ନବୀନଙ୍କୁ ସେ ବିବାଦ ଘେରରୁ ଦୂରେଇ ରଖିବାରେ ସହାୟକ ହୋଇଛନ୍ତି ବୋଲି ଚାରିଆଡେ ଚର୍ଚା । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ବିତର୍କ ।

{"id":78421}

ରାଜନୀତି ଚେସ୍ ବୋର୍ଡରେ ଗୀତା ମେହେଟାଙ୍କ ପଦ୍ମଶ୍ରୀ ପୁରସ୍କାର ବିବାଦ । ପୁରସ୍କାରକୁ ସମ୍ମାନ କରୁଛି କିନ୍ତୁ ଯେଉଁ ସମୟରେ ଏହା ଘୋଷଣା ହୋଇଛି ତାହା ଗ୍ରହଣ କରିହେବ ନାହିଁ । ଏହା କହି ପଦ୍ମଶ୍ରୀ ସମ୍ମାନକୁ ନା କରିଦେବା ପରେ ଏହାକୁ ନେଇ ଏବେ ନାନା ଚର୍ଚା । ମୋଦି ଏବଂ ରାଜ୍ୟ ବିଜେପିର ନବୀନଙ୍କୁ ଘନଘନ ଟାର୍ଗେଟ ବୋଧହୁଏ ଭଉଣୀ ଗୀତା ମେହେଟାଙ୍କୁ ଦେଶର ଏହି ସମ୍ମାନସ୍ପଦ ପୁରସ୍କାର ଗ୍ରହଣ ନକରିବାକୁ ବାଧ୍ୟକରିଛି ବୋଲି କୁହାଯାଉଛି ।

{"id":78422}

ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଭଉଣୀ ଗୀତା ମେହେଟା ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରି ଭାଇ ନବୀନ ପଟନାୟକଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିବାକୁ ଚାହୁଁନାହାନ୍ତି । ଯେଉଁଥିପାଇଁ ପଦ୍ମଶ୍ରୀ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିବାକୁ ବାଧ୍ୟ ହୋଇଛନ୍ତି ଗୀତା ମେହେଟା । ଯାହାକି ବିରୋଧୀଙ୍କୁ ହଜମ ହୋଇନି । କହିଛନ୍ତି ଭାଇ ନବୀନଙ୍କ ରାଜନୈତିକ ଭବିଷ୍ୟତ ପଦ୍ମ ପୁରସ୍କାର ଠାରୁ ଉର୍ଦ୍ଧରେ ରଖିବାକୁ ଗୀତା ବୋଧହୁଏ ଉଚିତ ମଣିଛନ୍ତି ।

{"id":78423}

କଂଗ୍ରେସ ଓ ବିଜେପିଠାରୁ ସମଦୂରତା କଥା କହୁଥିବା ବିଜେଡି ଗୀତାଙ୍କ ନିଷ୍ପତ୍ତିକୁ ବ୍ୟକ୍ତିଗତ ନିଷ୍ପତ୍ତି କହି ଏଡେଇ ଯାଇଛି । କିନ୍ତୁ ଦଳ ବି ଏକପ୍ରକାର ଆଶ୍ବସ୍ତ ଅନୁଭବ କରିଛି । କେନ୍ଦ୍ରର ମୋଦି ସରକାର ନବୀନଙ୍କ ଏନଆରଆଇ ଭଉଣୀଙ୍କୁ ଜଣେ ଉଚକୋଟିର ଲେଖିକା ଓ ଶିକ୍ଷାବିତ୍ କହି ପଦ୍ମଶ୍ରୀ ଉପାଧିରେ ଭୁଷିତ କରିବା ଅର୍ଥ କେଉଁଠି ନା କେଉଁଠି ବିଜେଡି ଓ ବିଜେପି ଭିତରେ କିଛି ଅଛିକି ବୋଲି ଭୁଲ ବାର୍ତା ଦେଇଥାନ୍ତା ।

{"id":78424}

ଯାହା କରିବାକୁ ଦେଇନାହାନ୍ତି ଗୀତା ମେହେଟା ନବୀନଙ୍କ ଭଉଣୀ ଗୀତା ମେହେଟାଙ୍କ ସ୍ବାମୀ ସନି ମେହେଟା ଜଣେ ଆନ୍ତର୍ଜାତୀୟ ସ୍ତରର ପୁସ୍ତକ ପ୍ରକାଶକ । ବାରକ ଓବାମା ଓ ଟୋନି ବ୍ଲେୟାରଙ୍କ ଭଳି ନେତାଙ୍କ ପୁସ୍ତକ ଛାପି ସେ ଏସବୁକୁ ବେଷ୍ଟ ସେଲର କରାଇ ପାରିଛନ୍ତି । କିଛି ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚା ଅନୁଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡେ ନିଜ ଉପରେ ଏକ ପୁସ୍ତକ ଛପାଇବା ପାଇଁ ସନୀ ମେହେଟାଙ୍କୁ ଯୋଗାଯୋଗ କରିଥିଲେ । ସେଥିପାଇଁ ବୋଧେ ଗୀତାଙ୍କୁ ଏଭଳି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ତେବେ ଏଖବରର ସତ୍ୟତା କେତେ ତାହା ଅସ୍ପଷ୍ଟ ।

{"id":78425}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.