ହାତରେ ଠାକୁରଙ୍କ ଡୋର ବାନ୍ଧିଲେ ମିଳେ ଏହି ସବୁ ଫାଇଦା… ଜାଣିଲେ ହେବେ ଆଶ୍ଟର୍ଯ୍ୟ

Published By : Prameya-News7 Bureau | May 01, 2019 IST

ନୂଆଦିଲ୍ଲୀ ୧/୫: ଆମେ ଘରେ କିମ୍ବା ମନ୍ଦିରରେ ପୂଜା କରିବାବେଳେ ହାତରେ ଏକ ଡୋର ବାନ୍ଧିଥାଉ। ଏହି ଡୋର ପୂଜା କରିବାବେଳେ ବାନ୍ଧିବା ପରମ୍ପରାଯୁଗ ଯୁଗରୁ ଚାଲି ଆସୁଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଡୋର କେବଳ ପରମ୍ପରା ପାଇଁ ବନ୍ଧା ଯାଇନଥାଏ ବରଂ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।

ଧାର୍ମିକ ବିଶ୍ବାସ: ଧାର୍ମିକ ଶାସ୍ତ୍ରରେ କୁହାଯାଇଛି ଯେ ଦେବୀ ଲକ୍ଷ୍ମୀ ଏବଂ ରାଜା ବାଳୀ ହାତରେ ଡୋର ବାନ୍ଧିବା ଆରମ୍ଭ କରିଥିଲେ। ଏହି ଡୋରକୁ ରକ୍ଷା କବଚ ବୋଲି କୁହାଯାଇଥାଏ।  

ଏପରି କୁହାଯାଇଥାଏ ଯେ ଏହାକୁ ବାନ୍ଧିବା ଦ୍ବାରା ସବୁ ପ୍ରକାର ସମସ୍ୟା ଦୂରେଇ ଯାଇଥାଏ। ଏହି ଡୋର ବାନ୍ଧିବା ଦ୍ବାରା ବ୍ରହ୍ମା,ବିଷ୍ଣୁ,ମହେଶ୍ବର ସହ ଲକ୍ଷ୍ମୀ,ପାର୍ବତୀ,ସରସ୍ବତୀଙ୍କ କୃପା ଆମ ଉପରେ ସବୁବେଳେ ରହିଥାଏ।

ବୈଜ୍ଞାନିକ ମାନ୍ୟତା : ସୂଚନାଯୋଗ୍ୟ ଶରୀରର ମୁଖ୍ୟ ଅଙ୍ଗ ଯାଏଁ ପହଞ୍ଚିବା ଯୋଗୁଁ ଶିରାପ୍ରଶିରାଗୁଡ଼ିକ ମଣିବନ୍ଧଠାରୁ ଅତିକ୍ରମ କରିଥାଆନ୍ତି। ତେଣୁ ଆମେ ହାତରେ ଡୋର ବାନ୍ଧିବା ଦ୍ବାରା ଶିରାପ୍ରଶିରାର କ୍ରିୟା ନିୟନ୍ତ୍ରିତ ରହିଥାଏ। ଯାହା ଦ୍ବାରା ଆମର ୩ଟି ଦୋଷ ଦୂର ହୋଇଯାଇଥାଏ। ହୃଦରୋଗ,ପକ୍ଷାଘାତ ଏବଂ ମଧୁମେହ ଭଳି ରୋଗରୁ ଆମକୁ ମୁକ୍ତି ମିଳିଥାଏ।

ଏହି ଡୋରକୁ ପୁରୁଷ ଏବଂ କୁଆଁରୀ କନ୍ୟା ଡାହାଣ ହାତରେ ବାନ୍ଧିଥିବାବେଳେ ବିବାହିତ ମହିଳା ବାମ ହାତରେ ବାନ୍ଧି ଥାଆନ୍ତି।

{"id":109560,"width":595,"height":310}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.