ସେୟାର ମାର୍କେଟ୍ : ଜାଣନ୍ତୁ କଣ ରହିଛି ବଡ ବଡ କମ୍ପାନୀମାନଙ୍କ ଆଜିର ସ୍ଥିତି

Published By : Prameya-News7 Bureau | January 12, 2021 IST

ବମ୍ୱେ, ୧୨/୦୧: କରୋନା ମହାମାରୀ ସତ୍ତ୍ୱେ ସେୟାର ମାର୍କେଟ୍‌ରେ ଉତ୍ସାହ ଜାରି ରହିଛି। କିଛି କମ୍ପାନୀଙ୍କ ସେୟାରରେ ହ୍ରାସ ଘଟିଥିବା ବେଳେ ଆଉ କିଛି କମ୍ପାନୀର ସେୟାର ମୂଲ୍ୟରେ ଦ୍ରୁତ ବୃଦ୍ଧି ଘଟିଛି। ଆଗକୁ କିଛି କମ୍ପାନୀ ନୂଆ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଯାହାକି ସେୟାର ମାର୍କେଟକୁ ପ୍ରଭାବିତ କରିବା ନେଇ ଆଶା କରାଯାଉଛି।

ଜାଣନ୍ତୁ କିଛି କମ୍ପାନୀ ମାନଙ୍କର ବର୍ତ୍ତମାନ ସ୍ଥିତି ।

ଡ. ରେଡି’ସ୍  ଲାବରୋଟୋରି- ତଥ୍ୟ ସୁରକ୍ଷା ପରିଚାଳନା ବୋର୍ଡ କୋଭିଡ୍-୧୯ର ଭ୍ୟାକ୍ସିନ୍ ସ୍ଫୁଟନିକ୍-ଭିର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟେଷ୍ଟ୍ ପାଇଁ ନୂଆ ନିଯୁକ୍ତି କରିବାକୁ ଘୋଷଣା କରିଛି। ଫେଜ୍ ୨ର ସୁରକ୍ଷା ଭିତ୍ତିକ ତଥ୍ୟ ଡିସିଜିଆଇକୁ ପ୍ରଦାନ କରିଛି।

ଗେଲ୍ ଇଣ୍ଡିଆ- ଜାନୁଆରୀ ୧୫ରୁ ନିଜ ସେୟାର କିଣିବା ପ୍ରସ୍ତାବକୁ ଗ୍ରହଣ କରିବାକୁ କମ୍ପାନୀର ବୋର୍ଡ ମିଟିଙ୍ଗରେ ନିଷ୍ପତ୍ତି।

ଫୋର୍ସ ମୋଟର୍ସ- ଅପରିବର୍ତ୍ତିତ ଋଣକୁ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ାଇବାକୁ କମ୍ପାନୀ ବୋର୍ଡର ନିଷ୍ପତ୍ତି।

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା- ଘରୋଇ ଋଣଦାତାମାନେ କମ୍ପାନୀକୁ ଅଧିକ ଋଣ ଦେବା ଉପରେ ସର୍ତ୍ତ ରଖିଥିବା କୋରିଆନ ଗଣମାଧ୍ୟମ ପ୍ରକାଶ କରିଛି।

ଟାଟା ମୋଟର୍ସ- ଜାଗୁଆର ଏବଂ ଲ୍ୟାଣ୍ଡ ରୋଭରର ବିକ୍ରି ୨୩.୬ ପ୍ରତିଶତ ହ୍ରାସ ଘଟି ୪,୨୫,୯୭୪ ୟୁନିଟ୍‌ରେ ରହିଛି। କ୍ୟୁ-୩ର ବିକ୍ରି ୧,୨୮,୦୦୦ ୟୁନିଟ୍ ରହିଛି।

ହିନ୍ଦୁସ୍ଥାନ ୟୁନିଲିଭର- ସେବାମେଡ୍ ସାବୁନର ବିଜ୍ଞାପନ ବିରୋଧରେ ହୋଇଥିବା ମାମଲାରେ ବମ୍ୱେ ଉଚ୍ଚ ନ୍ୟାୟାଳୟ କମ୍ପାନୀ ସପକ୍ଷରେ ରାୟ ଦେଇଛନ୍ତି।

କେସୋରାମ ଇଣ୍ଡଷ୍ଟ୍ରିଜ୍- ନୂଆ ପରିବର୍ତ୍ତନନୀୟ(କନ୍ଭର୍ଟେବଲ୍ ଡିବେଞ୍ଚର) ଋଣ ଇସ୍ୟୁ କରିବା ପାଇଁ ଆସନ୍ତା ୧୪ ତାରିଖ ଦିନ ବୈଠକ ହେବା ନେଇ କମ୍ପାନୀ ପକ୍ଷରୁ ନିଷ୍ପତ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.