ଏହି ସଙ୍କେତରୁ ଜାଣନ୍ତୁ ଜାତକରେ ରହିଛି ପିତୃଦୋଷ, ଜ୍ୟୋତିଷ ଅନୁସାରେ କରନ୍ତୁ ପ୍ରତିକାର

Published By : Prameya-News7 Bureau | July 21, 2019 IST

ଅନେକ ଲୋକଙ୍କ ଜାତକରେ ପିତୃଦୋଷ ଥାଏ। ଏଥିରୁ ବର୍ତ୍ତିବା ଲାଗି ଲୋକେ ପିତୃପକ୍ଷରେ ପିଣ୍ଡଦାନ ସହ ଶ୍ରାଦ୍ଧ ଆଦି କରିଥାନ୍ତି। ତେବେ ଅନେକ ଅଛନ୍ତି ଶ୍ରାଦ୍ଧ ଓ ତର୍ପଣ ଆଦି କରନ୍ତି ନାହିଁ। ଏଣୁ ସେମାନଙ୍କୁ ଜାତକରେ ଥିବା ପିତୃ ଦୋଷ ଜନିତ ସମସ୍ୟାର ଶିକାର ହେବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା ପିତୃଦୋଷ ଲାଗିବାର ସଙ୍କେତ କ’ଣ ଓ ପିତୃଦୋଷ ହେଲେ କ’ଣ କରିବା ବିଧେୟ।

{"id":135940}

ଦେଖିବେ ଅନେକ ଲୋକ ଯେତେ ଅର୍ଜନ କଲେ ମଧ୍ୟ ସେମାନଙ୍କୁ ଅଣ୍ଟୁ ନାହିଁ। ସବୁ ବେଳେ ଟଙ୍କା ପଇସାର ଅଭାବ ଲାଗି ରହିବା ସହିତ ଧାରକରଜ କରିବାରେ ଲାଗିଥାନ୍ତି। ଜାଣନ୍ତୁ ଏହା ହିଁ ହେଉଚି ପିତୃଦୋଷର ପ୍ରଥମ ଲକ୍ଷଣ। ଯେଉଁମାନଙ୍କର ଜାତକରେ ପିତୃଦୋଷ ଥାଏ ସେମାନଙ୍କ ବିବାହରେ ବିଭିନ୍ନ ସମସ୍ୟା ଉପୁଜିଥାଏ। ସେହିପରି ଜାତକର ପିତୃଦୋଷ ତାର ସନ୍ତାନସନ୍ତତିଙ୍କୁ ଭୋଗିବାକୁ ପଡିଥାଏ। ସେମାନଙ୍କ ବିବାହରେ ବିଳମ୍ବ ହେବା ସହ ମନଲାଖି ଜୀବନସାଥୀ ମିଳିପାରିନଥାନ୍ତି।

{"id":135941}

ସେହିପରି କେତେକ ଲୋକ ଅଛନ୍ତି ବିନା କାରଣରେ କୋର୍ଟ କଚେରୀ ମାମଲାରେ ଫସିଯାଆନ୍ତି। ଦୀର୍ଘ ଦିନ ଧରି କୋର୍ଟରେ ମୋକଦ୍ଦମା ଚାଲୁଥାଏ। ଏ ସବୁ ମଧ୍ୟ ପିତୃଦୋଷର ଲକ୍ଷଣ ହୋଇପାରେ। ତେବେ ଏହି ଦୋଷରୁ ମୁକ୍ତିପାଇବାକୁ କିଛି ବଡ ଅନୁଷ୍ଠାନ କରିବା ଦରକାର ନାହିଁ। କେବଳ ସେମାନଙ୍କ ବାର୍ଷିକ ଶ୍ରାଦ୍ଧଦାନ କରିବା ସବ ଜଣେ ବ୍ରାହ୍ମଣଙ୍କୁ ପେଟ ଭରି ଭୋଜନ କରାଇ ଉପଯୁକ୍ତ ଦକ୍ଷିଣା ଦିଅନ୍ତୁ ଓ ତାଙ୍କର ଆଶିର୍ବାଦ ଗ୍ରହଣ କରନ୍ତୁ ଏଥିରେ ପିତୃଦୋଷ ସାମନାନ୍ୟ ହ୍ରାସ ହୋଇଥାଏ। ଯଦି ଆପଣ ଶ୍ରାଦ୍ଧ କରିବାକୁ ଅକ୍ଷମ ତେବେ କୌଣସି ପବିତ୍ର ନଦୀରେ ତିଳ ତର୍ପଣ କରିଦେଲେ ବି ପିତୃଦୋଷରୁ ମୁକ୍ତି ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.