ଜାଣନ୍ତୁ ବିବାହିତ ଯୁବକଙ୍କ ଲକ୍ଷଣ, ଏଥିରୁ ସହଜରେ ଜାଣିଯିବେ ସେ ବିବାହିତ କି ଅବିବାହିତ

Published By : Prameya-News7 Bureau | August 28, 2019 IST

ଯୁବତୀ ବିବାହିତ କି ନୁହେଁ ଜାଣିବା ବିଶେଷ କଷ୍ଟ ନୁହେଁ। ବିବାହିତା ଯୁବତୀ ଅନେକ ଶୁଭ ସଙ୍କେତ ଧାରଣ କରିଥାନ୍ତି। ପାଦରେ ଝୁଣ୍ଟିଆ ଥାଏ, ହାତରେ ଚୁଡି, ମଥାରେ ସିନ୍ଦୁର ନଚେତ ମଙ୍ଗଳସୂତ୍ର। ହେଲେ ଯୁବକ ବିବାହିତ କି ନା ତାହା ଜାଣିବା ଆମ ଦେଶରେ ସମ୍ଭବ ନୁହେଁ।  ଏଣୁ ଅନେକ ଯୁବକ ବିବାହିତ ହୋଇ ମଧ୍ୟ ଅବିବାହିତ କହି ନିରିହ ଝିଅଙ୍କୁ ଠକୁଛନ୍ତି। ତେବେ ଯୁବକ ବିବାହିତ କି ନା ତାହା ଜାଣିବା ସମ୍ଭବ କି?  ହୁଏତ ଆପଣ ନା  କହିପାରନ୍ତି । ହେଲେ ସେମାନଙ୍କର କିଛି ଲକ୍ଷଣ ସେମାନଙ୍କୁ ବିବାହିତ କି ନା ସ୍ପଷ୍ଟ ଜଣାଇ ଦିଏ। ଆସନ୍ତୁ ଜାଣିବା ପୁଅ ମାନଙ୍କର ବିବାହିତ ହେବାର ଲକ୍ଷଣ।

{"id":150318,"width":581,"height":306}

ଯୁବକ ବିବାହିତ କି ନା ସେ ନେଇ କୌଣସି ସୂଚକ ନଥାଏ। ଯାହାର ଫାଇଦା କିଛି ଠକ ବେଶ୍ ଉଠାନ୍ତି। ବାହାର ଜାଗାକୁ କାମ କରିବାକୁ ଯାଇ ଘରେ ସ୍ତ୍ରୀ ଥାଇ ବି ସେଠାରେ ନିଜକୁ ଅବିବାହିତ ଦର୍ଶାଇ ଦ୍ୱିତୀୟ ବିବାହ କରିବାର ଅନେକ ନଜିର ଅଛି। ହେଲେ ଲୋକେ ଶରଳମନରେ ସେମାନଙ୍କ ଫାସରେ ଧରା ଦେଇ ଠକାମୀର  ଶିକାର ହୁଅନ୍ତି। ତେବେ ପୁଅଟି ବିବାହିତ ହେବାର ସାଧାରଣ ଲକ୍ଷଣ ହେଉଛି ପ୍ରାୟତଃ ଟେନସନରେ ରହିବା। ଅର୍ଥାତ ଘରେ ଥିବା ପତ୍ନୀ ଓ ପରିବାର ଯୋଗୁ ଚିନ୍ତିତ ରହିବା ହିଁ ବିବାହିତ ଯୁବକର ପ୍ରଥମ ଲକ୍ଷଣ। ସେ ଏକାକୀ ବାହାରେ ରହୁଥିଲେ ବି ପରିବାରର ଚିନ୍ତା ତାଙ୍କଠି ସ୍ପଷ୍ଟ ବାରିହୋଇପଡେ। ଏହା ସତ୍ତ୍ୱେ ସେ ଆଫାୟାର କରିବାକୁ ଚାହୁଁ ଥିଲେ  ସେ ଅବିବାହିତ ପୁଅଙ୍କ ଭଳି ଏତେ ଫୁର୍ତ୍ତି ଫାଜିଲାମୀ କରିପାରନ୍ତିନି।

{"id":150319,"width":578,"height":866}

ସେହି ପରି ତୃତୀୟ ଲକ୍ଷଣଟି ହେଉଛି ଫାଲତୁ ନିଶାରେ ନ ପଡିବା। ଅର୍ଥାନ ମନ ଭିତରେ କେଉଁଠି ନା କେଉଁଠି ଘରେ ଥିବା ପତ୍ନୀ ପାଇଁ ତା ଭିତରେ ଥିବା ଭୟ। ଅର୍ଥାତ ପତ୍ନୀର ରାଣ ନିୟମ ଯୋଗୁ ସେ ଏଭଳି ନିଶାଠୁ ସ୍ୱତଃ ଦୂରେଇ ରହେ। ମନରେ ଭୟ ଥାଏ କାଳେ ପତ୍ନୀ ଜାଣି ଯିବନିତ। ଏହା ସତ୍ତ୍ୱେ ଯଦି ନିଶା କରୁଥିବା ଦେଖା ଯାଏ ସେ ଅବିବାହିତ ଯୁବକଙ୍କ ଭଳି ନିଶା କରିପାରେନି। ନାମକୁ ମାତ୍ର ନିଶା କରିପାରେ। ଯଦି ବି ଅଧିକ ନିଶା କରେ ତେବେ ଜଣାପଡିଯାଏ ତାର ନିଶାଡି ଗୁଣ। ନିଶାଡିଙ୍କ ସହ ଏମିତିରେ ବି କେହି ସମ୍ପର୍କ କରନ୍ତିନି ଏଣୁ ଏହି ସବୁ ଦୂରଛଡା ଚାଲିଚଳନ ହିଁ ତାକୁ ବିବାହିତ କି ଅବିବାହିତ ପ୍ରମାଣିତ କରିଥାଏ।

{"id":150320,"width":583,"height":310}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.