ଆରମ୍ଭ ହେଉଛି କାର୍ତ୍ତିକ ମାସ : ଯୋଗ ନିଦ୍ରାରେ ଜାଗ୍ରତ ରହିବେ ଭଗବାନ ବିଷ୍ଣୁ

Published By : Prameya-News7 Bureau | October 31, 2020 IST

କାର୍ତ୍ତିକ ମାସ ହିନ୍ଦୁ ଧର୍ମରେ ଅତ୍ୟଧିକ ପବିତ୍ର ମାସ ବୋଲି ଜଣା ଯାଇଥାଏ। ଏହା ଚତୁର୍ମାସର ଶେଷ ମାସ। ଏହି ମାସରୁ ଦେବ ତତ୍ତ୍ବ ମଜବୁତ ହୋଇଥାଏ। ଏମାସରେ ତୁଳସୀ ରୋପଣ ଏବଂ ବିବାହ ସର୍ବୋତ୍ତମ ହୋଇଥାଏ। ଏମାସରେ ଦୀପଦାନ ଏବଂ ଦାନ କରିବା ଦ୍ବାରା ଅକ୍ଷୟ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏଥର କାର୍ତ୍ତିକ ମାସ ନଭେମ୍ବର ୧ରୁ ନଭେମ୍ବର ୩୦ ଯାଏଁ ରହିବ।

ଏମାସରୁ ସ୍ନିଗ୍ଧ ଜିନିଷ ଏବଂ ଡ୍ରାଇ ଫ୍ରୃଟ୍ସ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଯେଉଁ ଜିନିଷ ଗରମ ଥିବ ଏବଂ ଦୀର୍ଘ ସମୟ ଯାଏଁ ଶକ୍ତି ବଜାୟ ରଖିବ ସେହିପରି ଜିନିଷ ଖାଇବା ଉଚିତ୍। ଏମାସରେ ଡାଲି ଖାଇବାକୁ ମନା କରାଯାଇଛି। ସୂର୍ଯ୍ୟଙ୍କ କିରଣରେ ସ୍ନାନକୁ ମଧ୍ୟ ଏମାସରେ ଉତ୍ତମ ବୋଲି କୁହାଯାଇଛି। ଏମାସରେ ଦ୍ବିପ୍ରହରେ ଶୋଇବାକୁ ମଧ୍ୟ ମନା କରାଯାଇଛି।

କାର୍ତ୍ତିକ ମାସ ଶ୍ରୀ ହରି ଏବଂ ମା ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏମାସରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଜଗିଥାନ୍ତି ଏବଂ ସୃଷ୍ଟିରେ ଆନନ୍ଦ ଏବଂ କୃପା ବର୍ଷା ହୋଇଥାଏ। ଏମାସରେ ମା ଲକ୍ଷ୍ମୀ ପୃଥିବୀ ପୃଷ୍ଠରେ ଭ୍ରମଣ କରିଥାନ୍ତି ଏବଂ ଭକ୍ତଙ୍କୁ ଅପାର ଧନ ଦେଇଥାନ୍ତି। ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏମାସରେ ଧନ ତ୍ରୟୋଦଶୀ,ଦୀପାବଳି ଏବଂ ଗୋପାଷ୍ଟମୀ ପାଳନ କରାଯାଇଥାଏ। ଏମାସରେ ବିଶେଷ ପୂଜା ଏବଂ ପ୍ରୟୋଗ କରି ଆପଣ ଆଗାମୀ ସମୟରେ ଅପାର ଧନ ପାଇପାରିବେ ଏବଂ କରଜରୁ ମୁକ୍ତ ହୋଇ ପାରିବେ।

କାର୍ତ୍ତିକ ମାସରେ ମା ଲକ୍ଷ୍ମୀଙ୍କ କୃପା ପାଇଁ ଦୀପାବଳି ଭଳି ବଡ଼ ପର୍ବ ପାଳନ କରାଯାଇଥାଏ। ତଥାପି କାର୍ତ୍ତିକ ମାସରେ ପ୍ରତି ଦିନ ମା ଲକ୍ଷ୍ମୀଙ୍କ କୃପା ପାଇବାର ଉପାୟ କରାଯିବା ଉଚିତ୍। କାର୍ତ୍ତିକ ମାସରେ ପ୍ରତିଦିନ ରାତିରେ ଭଗବାନ ବିଷ୍ଣୁ ଏବଂ ଲକ୍ଷ୍ମୀଙ୍କ ସଂଯୁକ୍ତ ପୂଜା କରନ୍ତୁ। ଗୋଲାପି କିମ୍ବା ଚମକୁଥିବା ବସ୍ତ୍ର ଧାରଣ କରି ପୂଜା କରନ୍ତୁ।

 ପାରିବାରିକ ଏବଂ ବୈବାହିକ ଜୀବନ ପାଇଁ ତୁଳସୀ ପୂଜା ସବୁଠୁ ଉତ୍ତମ ହୋଇଥାଏ। ତୁଳସୀ ଗଛ ରୋପଣ ଏବଂ ପୂଜା ପାଇଁ କାର୍ତ୍ତିକ ମାସ ସବୁଠୁ ଭଲ ହୋଇଥାଏ। ସବୁଦିନ ସନ୍ଧ୍ୟାରେ ତୁଳସୀ ଗଛ ତଳେ ଘିଅ କିମ୍ବା ରାଶି ତେଲର ଦୀପ ଜଳାନ୍ତୁ। ସୁଖକର ପାରିବାରିକ ଜୀବନ ଏବଂ ବୈବାହିକ ଜୀବନ ପାଇଁ ପ୍ରାର୍ଥନା କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.