Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ମାର୍ଚ୍ଚ ୨୫ରୁ ଚୈତ୍ର ନବରାତ୍ରି : ପ୍ରତିପଦା,ଅଷ୍ଟମୀ ଏବଂ ନବମୀରେ ବିନା ମୁହୂର୍ତ୍ତ ଦେଖି କରି ପାରିବେ ଶୁଭ କାମ

21/03/2020 at 3:59 PM

ନୂଆଦିଲ୍ଲୀ ୨୧/୩: ମାର୍ଚ୍ଚ ୨୫,ବୁଧବାର ଚୈତ୍ର ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି । ଏହି ଦିନକୁ ଗୁଡ଼ି ପଡ଼ଓ୍ବା ବୋଲି ମଧ୍ୟ କୁହାଯାଏ। ଏହି ଦିନରୁ ଚୈତ୍ର ନବରାତ୍ରି ଆରମ୍ଭ ହେଉଛି ଏବଂ ହିନ୍ଦୁ ନବବର୍ଷ ଆରମ୍ଭ ହେଉଛି। ଏହି ଦିନ ରେବତୀ ନକ୍ଷତ୍ର ସହ ବୁଧବାର ଯୋଗୁଁ ବ୍ରହ୍ମ ଯୋଗ ହେବ। ଏବର୍ଷ ଚୈତ୍ର ନବରାତ୍ରି ପୂରା ୯ଦିନ ରହିବ।

ଚୈତ୍ର ନବରାତ୍ରି ଦିନ ପ୍ରତିପଦା,ଅଷ୍ଟମୀ ଏବଂ ନବମୀ ତିଥି ଯେକୌଣସି କାମ ଆରମ୍ଭ କରିବା ପାଇଁ ଶୁଭ ହେବ। ଏହି ଦିନକୁ ଅବୁଝ ମୁହୂର୍ତ୍ତ ବୋଲି କୁହାଯାଇଥାଏ। ଏହି ଦିନ କରାଯାଇଥିବା ପୂଜା,ପାଠର ସକରାତ୍ମକ ଫଳ ଶୀଘ୍ର ମିଳିଥାଏ।

ପୁରାଣ ବିଶ୍ବାସ ଅନୁସାରେ ଆଗକାଳରେ ଚୈତ୍ର ନବରାତ୍ରି ପ୍ରତିପଦା ତିଥିରେ ଦେବୀ ଦୁର୍ଗା ପ୍ରକଟ ହୋଇଥିଲେ। ଏହି ଦିନ ପ୍ରଭୁ ବ୍ରହ୍ମା ସୃଷ୍ଟି ରଚନା କରିଥିଲେ। ତ୍ରେତୟା ଯୁଗରେ ଏହି ନବରାତ୍ରିର ଶେ​‌​‌ଷ ଦିନରେ ଭଗବାନ ବିଷ୍ଣୁ ଶ୍ରୀରାମଙ୍କ ଅବତାର ନେଇଥିଲେ। ଏହି କାରଣରୁ ଏହି ଦିନ ଦେବୀ ମାଆଙ୍କ ଭିନ୍ନ ଭିନ୍ନ ସ୍ବରୂପ ଏବଂ ଶ୍ରୀରାମଙ୍କ ପୂଜା କରାଯାଇଥାଏ।

ପ୍ରତିପଦାକୁ ବ୍ରହ୍ମଯୋଗ,ଦ୍ବିତୀୟା,ଷଷ୍ଠୀ ତିଥିରେ ସର୍ବାର୍ଥ-ଅମୃତ ସିଦ୍ଧି ଯୋଗ ରହିବ। ତୃତୀୟା ଏବଂ ନବମୀ ତିଥିରେ ସର୍ବାର୍ଥ ସିଦ୍ଧି ଯୋଗ,ପଞ୍ଚମୀ ତିଥିରେ ରବିଯୋଗ ରହିବ,ଷଷ୍ଠ ଦିନ ସର୍ବାର୍ଥ-ଅମୃତ ସିଦ୍ଧି ଯୋଗ ରହିବ।

ନବରାତ୍ରିରେ ୯ଦିନ ଯାଏଁ ପ୍ରତିଦିନ ସକାଳେ ଦେବୀ ମାଆଙ୍କ ପୂଜା କରନ୍ତୁ। ମାଆଙ୍କ ସମ୍ମୁଖରେ ଦୀପ ଜଳାନ୍ତୁ। ପୂଜାରେ ଦୁଂ ଦୁର୍ଗାୟୈ ନମଃ ମନ୍ତ୍ର ଜପ କରନ୍ତୁ। ମାଆଙ୍କୁ ଫୁଲ ଅର୍ପଣ କରନ୍ତୁ। ନଡ଼ିଆ ଚଢ଼ାନ୍ତୁ।

   Related Posts