Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଭିଏଗ୍ରା ସେବନ ଯୋଗୁ ହୋଇପାରେ ସ୍ବାସ୍ଥ୍ୟଗତ ସମସ୍ୟା, ଜାଣନ୍ତୁ କ’ଣ ହେବ

19/05/2019 at 8:06 PM

ଯେଉଁମାନେ ଶାରୀରିକ ସମ୍ପର୍କ ସ୍ଥାପନା କରିବା ବେଳେ ଦୁର୍ବଳ ଅନୁଭବ କରନ୍ତି, ପ୍ରାୟ ସେହିସବୁ ଲୋକେ ଏବେ ଭିଏଗ୍ରାର ନିୟମିତ ଗ୍ରହକ ହୋଇଯାଆନ୍ତି। ତେବେ ଏଭଳି ଉତ୍ତେଜକ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ପ୍ରତି କେହି ଏତେଟା ସତର୍କ ଥିବାପରି ଜଣାପଡନ୍ତିନି। ତେବେ ଏଭଳି ଔଷଧର ପାର୍ଶ୍ବପ୍ରତିକ୍ରିୟା ଦୀର୍ଘ ପ୍ରଭାବୀ ଓ କେତେକ କ୍ଷେତ୍ରରେ ମଧ୍ୟ ପ୍ରାଣଘାତକ ବୋଲି ଆଶଙ୍କା କରିଛନ୍ତି ବିଶେଷଜ୍ଞ। ତେବେ ଭିଏଗ୍ରାର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁ କ’ଣ ହୋଇପାରେ ଆସନ୍ତୁ ଜାଣିବା।

ଏଭଳି ଉତ୍ତେଜନା ବର୍ଦ୍ଧକ ଔଷଧର ପ୍ରଥମ ପ୍ରଭାବ ଜକୃତ ଉପରେ ଆଶଙ୍କା କରାଯାଉଛି। ଏହାର ନିୟମିତ ସେବନ ଲିଭରକୁ ପ୍ରଭାବିତ କରିବା ସହ ଦୁର୍ବଳ କରିଦେବାର ଆଶଙ୍କା କରାଯାଉଛି। ଏହା ଛଡା ଭିଏଗ୍ରା ଯୋଗୁ ହୃଦଘାତ ସମ୍ଭାବନା ମଧ୍ୟ ବଢିଯାଇଥାଏ। ଏଭଳି ଔଷଧ ସେବନ କରୁଥିବା ଲୋକଙ୍କ ବୟସ ବେଶି ହୋଇନଥାଏ।  ତେବେ ଔଷଧ ଖାଇବା ପରେ ହୃଦୟ କମଜୋର ହେବା ସହ କାର୍ଡିଆକ ଆରେଷ୍ଟର ଶତପ୍ରତିଶତ ସମ୍ଭାବନା  ରହିଥିବା ବିଶେଷଜ୍ଞ ଆଶଙ୍କା ବ୍ୟକ୍ତି କରିଛନ୍ତି ।

ଲିଭର, ହାର୍ଟ ବାଦେ ମଧ୍ୟ ନିୟମିତ ଜୀବନରେ ଅନେକ ବିକୃତି ଦେଖାଯାଏ। ଏହା ଯୋଗୁ ଦୃଷ୍ଟି ଶକ୍ତି ହ୍ରାସ, ମୁଣ୍ଡବିନ୍ଧା ଓ ଶ୍ରବଣ ଶକ୍ତି ହ୍ରାସ ଭଳି ଛୋଟମୋଟ ସମସ୍ୟାରେ ଲୋକେ  ପଡନ୍ତି। ଯାହା ବଡ ସମସ୍ୟାର ସଂକେତ କରିଥାଏ। ତେବେ ଅନେକ ଏହାକୁ ଅଣଦେଖା କରି ପରେ ଗୁରୁତର ସମସ୍ୟା ଆଡକୁ ଭିଡିହୋଇ ଯାଉଥିବା ଚିକିତ୍ସାବିଜ୍ଞାନୀ ମତଦେଇଛନ୍ତି।

   Related Posts