Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଛିଡା ହୋଇ ପାଣି ପିଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହି କଥା

23/05/2021 at 7:28 PM

ନୂଆଦିଲ୍ଲୀ ୨୩/୦୫: ସୁସ୍ଥ ରହିବା ପାଇଁ ପାଣି ପିଇବା ଅତ୍ୟନ୍ତ ଜରୁରୀ । ଏହା ଶୋଷ ମେଣ୍ଟାଇବା ସହିତ ଶରୀରକୁ ପୁଷ୍ଟିକର କରିଥାଏ । ଶରୀରରେ ଥିବା ମଇଳାକୁ ବାହାରକରିବାରେ ସାହାଯ୍ୟ କରିଥାଏ । ଏଥିଲାଗି ସୁସ୍ଥ ଏବଂ ସତେଜ ଅନୁଭବ ହୋଇଥାଏ । ତେଣୁ ପ୍ରତିଦିନ ଅତି କମରେ ୮ ଗ୍ଲାସ୍ ପାଣି ପିଇବା ଉଚିତ୍ । କିନ୍ତୁ ସଠିକ୍ ପରିମାଣର ପାଣି ପିଇବା ସହିତ ଏହାକୁ ସଠିକ୍ ଭାବରେ ମଧ୍ୟ ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଧିକାଂଶ ଲୋକ ଶୀଘ୍ର ଠିଆ ହୋଇ ପାଣି ପିଇଥାନ୍ତି । ଏହି କାରଣରୁ ହଜମ ଶକ୍ତି ଦୁର୍ବଳ ହେବା ସହିତ ଅନେକ ରୋଗ ହେବାର ଆଶଙ୍କା ମଧ୍ୟ ରହିଥାଏ । ତେବେ ଚାଲନ୍ତୁ ଜାଣିବା ଏହା ବିଷୟରେ ବିସ୍ତୃତ ଭାବରେ..

PunjabKesari

ପାଣି ପିଇବାର ସଠିକ୍ ଉପାୟ:

ସର୍ବଦା ପାଣିକୁ ଆରାମରେ ଧିରେ ଧିରେ ପିଇବା ଉଚିତ୍ ।

ଛିଡା ହୋଇ ପାଣି ପିଇବାରେ କ’ଣ ହୋଇଥାଏ କ୍ଷତି :

ଛିଡା ହୋଇ ପାଣି ପିଇବା ଦ୍ୱାରା ଶରୀରକୁ ସମ୍ପୂର୍ଣ୍ଣ ପୋଷଣ ମିଳିନଥାଏ । ଏହି ସମୟରେ ଶରୀରର ଖାଦ୍ୟ ଏବଂ ବାୟୁ ନଳୀରେ ଅକ୍ସିଜେନ୍ ସପ୍ଲାଇରେ ବାଧା ସୃଷ୍ଟି ହୋଇଥାଏ । ଏହାର ପ୍ରଭାବ ଫୁସଫୁସରୁ ନେଇ ହୃଦୟ ପର୍ଯ୍ୟନ୍ତ ପଡିଥାଏ ।

ଏହିପରି, ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଦୁର୍ବଳ ହୋଇ ପେଟ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ଚାପ ବଢିଥାଏ:

ଛିଡା ହୋଇ ପାଣି ପିଇବା ଦ୍ୱାରା ଚାପ ବଢିଥାଏ । ଏହିପ୍ରକାର ପିଇଥିବା ପାଣି ସିଧାସଳଖ ସ୍ନାୟୁ ପ୍ରଣାଳୀକୁ ପ୍ରଭାବିତ କରିଥାଏ । ଏପରି ପରିସ୍ଥିତିରେ ପାଣିରୁ ପୋଷକ ତତ୍ତ୍ୱ ପାଇବା ପରିବର୍ତ୍ତେ ଶରୀରରେ ଚାପ ବଢିଥାଏ ।

କିଡ୍ନୀ ଉପରେ ପ୍ରଭାବ ପଡିଥାଏ:

ଛିଡା ହୋଇ ପାଣି ପିଇବା ଦ୍ୱାରା, ଏହା ଫିଲ୍ଟର ନହୋଇ ଶୀଘ୍ର ତଳ ପେଟରେ ପହଞ୍ଚିଯାଏ । ଏହା ପାଣିରେ ଥିବା ମଇଳାକୁ ଗାଲ୍ ବ୍ଲାଡରରେ ସଂଗ୍ରହ କରିଥାଏ।| ଏହା କିଡ୍ନୀରେ କ୍ଷତି ପହଞ୍ଚାଇଥାଏ ।

   Related Posts