ଜାଣନ୍ତୁ ଆମେରିକା ରାଷ୍ଟ୍ରପତିଙ୍କ ଜୋତାର ରହସ୍ୟ, ଇତିହାସ ଜାଣିଲେ ତାଜ୍ଜୁବ ହେବେ

Published By : Prameya-News7 Bureau | January 11, 2020 IST

ୱାସିଂଟନ : ଆମେରିକୀୟ ରାଷ୍ଟ୍ରପତିମାନେ ପିନ୍ଧନ୍ତି ଖାସ ଜୋତା ।  ଏଥିଲାଗି ଏକ ଆମେରିକୀୟ କମ୍ପାନୀ ଗତ ୧୭୦ ବର୍ଷରୁ ବି ଅଧିକ କାଳ ହେଲା ରାଷ୍ଟ୍ରପତିଙ୍କ ଜୋତା ଅର୍ଡର ପୁରଣ କରି ଆସୁଛି। ଦେଶରେ ଅନେକ ଜୋତା ନର୍ମାତା ଅଛନ୍ତି, ହେଲେ କେବଳ ଏହି କମ୍ପାନୀ ହିଁ ରାଷ୍ଟ୍ରପତିଙ୍କ ଲାଗି ଖାସ ଜୋତା ପ୍ରସ୍ତୁତ କରନ୍ତି। ଆମେରିକୀୟ ରାଷ୍ଟ୍ରପତିମାନେ ଯେଉଁ କମ୍ପାନୀର ଜୋତା ପିନ୍ଧନ୍ତି ତାହା ହେଉଛି ଜନଷ୍ଟନ ଏଣ୍ଡ ମର୍ଫି।

{"id":209917,"width":576,"height":664,"sizeSlug":"large"}

ବ୍ୟବସାୟୀରୁ ରାଷ୍ଟ୍ରପତି ହୋଇଥିବା ଡୋନାଲ୍ଡ ଟ୍ରମ୍ଫ ବି ଏବେ ଏହି କମ୍ପାନୀର ଜୋତା ପିନ୍ଧୁଛନ୍ତି। ତାଙ୍କ ପୂର୍ବରୁ୨ ଥର ରାଷ୍ଟ୍ରପତି ଥିବା ବାରାକ୍ ଓବାମା ବି କମ୍ପାନୀର ଜୋତା ପିନ୍ଧୁ ଥିଲେ। ତେବେ ଆମେରିକୀୟ ରାଷ୍ଟ୍ରପତିଙ୍କ ଜୋତାର ଏକ ସୁନ୍ଦର ଇତିହାସ ରହିଛି। ଜନଷ୍ଟନ ଏଣ୍ଡ ମର୍ଫିର ସଂସ୍ଥାପକ ହେଉଛନ୍ତି ୱିଲିୟମ ଜେ.ଡଡଲେ। ସେ ଜେଣେ ଫ୍ୟାସନ ଡିଜାଇନର ଥିଲେ। ପୋଷାକ ସାଙ୍ଗକୁ ଲୋକଙ୍କ ଅର୍ଡର ନେଇ ଜୋତା ବି ତିଆରି କରୁଥିଲେ। ତାଙ୍କ ଜୋତା ପ୍ରସ୍ତୁତିରେ ତତ୍କାଳୀନ ରାଷ୍ଟ୍ରପତି ଫିଲ୍ମୋର ଏତେ ପ୍ରଭାବିତ ହୋଇପଡିଥିଲେ ଯେ ସେ ତାଙ୍କର ଜୋତା ଅର୍ଡର ୱିଲିୟମସ୍‌ଙ୍କୁ ଦେଉଥିଲେ।  କ୍ରମେ ଏହା ଆମେରିକାର ରାଷ୍ଟ୍ରପତିମାନଙ୍କ ପରମ୍ପରା ହୋଇଯାଇଛି।

{"id":209919,"width":577,"height":465,"sizeSlug":"large"}

ମିଲ୍ଲର୍ଡ ଫିଲ୍ମୋର ୧୮୫୦ ମସିହାରେ ଆମେରିକାର ରାଷ୍ଟ୍ରପତି ଥିଲେ। ସେବେଠାରୁ ସମସ୍ତ ରାଷ୍ଟ୍ରପତି ଏହି କମ୍ପାନୀର ଜୋତା ପିନ୍ଧିଆସୁଥିବା ବେଳେ ଦୀର୍ଘ ବର୍ଷ ହେଲା କମ୍ପାନୀ ମଧ୍ୟ ସୂଚାରୂପେ ଆମେରିକୀୟ ରାଷ୍ଟ୍ରପତିମାନଙ୍କ ଜୋତା ଅର୍ଡର ପୁରଣ କରିଆସୁଛି। ଏହି ସମୟ ମଧ୍ୟରେ କମ୍ପାନୀ ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନଙ୍କ ଲାଗି ପ୍ରସ୍ତୁତ କରିଥିବା ଜୋତା ସବୁଠୁବଡ ଥିଲା। ଲିଙ୍କନ ୧୪ ନମ୍ବର ଜୋତା ପିନ୍ଧୁଥିଲେ। ସେହିପରି ରଦରଫୋର୍ଡ ବି ପିନ୍ଧୁଥିଲେ ସବୁଠୁ ଛୋଟ ଆକାରର ଜୋତା। ତାଙ୍କ ଜୋତାର ସାଇଜ୍ ଥିଲା ୭।

{"id":209925,"width":574,"height":728,"sizeSlug":"large"}

ତେବେ କେବଳ ଆମେରିକୀୟ ରାଷ୍ଟ୍ରପତି ନୁହଁନ୍ତି ବିଶ୍ୱର ଧନିକ ଓ ଏକଜ୍ୟୁକୁଟିଭ କ୍ଲାସ ଲୋକେ ମଧ୍ୟ ଏହି କମ୍ପୀନୀର ଜୋତା ପିନ୍ଧିବାକୁ ପ୍ରାୟତଃ ପସନ୍ଦ କରନ୍ତି। ଜନଷ୍ଟନ ଏଣ୍ଡ ମର୍ଫିର ଭାରତରେ ବି ଶାଖା ରହିଛି। ମୁମ୍ବାଇ କାଲାକୁଞ୍ଜରେ କମ୍ପାନୀର ସୋରୁମ ରହିଛି। ଏହା ଛଡା ଆଗ୍ରହୀ ଲୋକେ ଆମାଜନ, ଫ୍ଲିପକାର୍ଟ ଭଳି ଅନଲାଇନ ଷ୍ଟୋରରୁ ମଧ୍ୟ ଏହି ବ୍ରାଣ୍ଡ ଜୋତା ଏବେ କିଣିଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.