ଜାଣନ୍ତୁ ନାୟିକା ବାଣି କପୁରଙ୍କ ପରଫେକ୍ଟ ବଡିର ରହସ୍ୟ, ଫିଲ୍ମ 'ୱାର' ପାଇଁ କରିଛନ୍ତି ୱେଟ୍ ଟ୍ରେନିଂ

Published By : Prameya-News7 Bureau | July 26, 2019 IST

ଫିଲ୍ମ ’ୱାର’ ର ଟିଜରରେ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ନାୟିକା ବାଣି କପୁର। ତାଙ୍କର ପରଫେକ୍ଟ ବିକନୀ ବଡି ହିଁ ତାଙ୍କ ପ୍ରତି ଫ୍ୟାନଙ୍କ ଧ୍ୟାନ ଆକର୍ଷଣ କରିଛି। ତେବେ ଏଥିପାଇଁ ସେ କମ୍ କଷ୍ଟ କରୁନାହାନ୍ତି ବୋଲି କହିଛନ୍ତି ବାଣି। ଫିଲ୍ମରେ କାହାଣୀର ଆବଶ୍ୟକତାକୁ ନେଇ ଯେତିକି ଫିଟ୍ ରହିବା ଦରକାର ସେଥି ପାଇଁ ସେ ଜିମରୁ ଆରମ୍ଭ କରି ଯୋଗ ପର୍ଯ୍ୟନ୍ତ ସବୁ କରୁଥିବା କହିଛନ୍ତି।

{"id":137694,"width":579,"height":324}

୩୦ ବର୍ଷିୟ ଏହି ଅଭିନେତ୍ରୀ ପରଫେକ୍ଟ ବଡି ନିମନ୍ତେ ଜିମରେ ପେଲେଟ ଲିଫ୍ଟିଙ୍ଗ ସହ ୱେଟ ଟ୍ରେନିଂ ମଧ୍ୟ କରୁଥିବା କହନ୍ତି।   ଫିଲ୍ମର ନାୟକ ଭୂମିକାରେ ଋତିକ୍ ରୋସନଙ୍କ ସହ ଟାଇଗର ସ୍ରଫ ମଧ୍ୟ ଅଛନ୍ତି। ୟଶରାଜ ଫିଲ୍ମ ବ୍ୟାନରରେ ନିର୍ମିତ ହେଉଥିବା ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ। ଏଣୁ ଏହା ଏକ ଏକ ଆକ୍ସନ ପ୍ୟାକ ଫିଲ୍ମ ହୋଇଥିବା ବେଳେ ନାୟିକା ଭାବେ ସମସ୍ତ ଚାପ ପଡିଛି ବାଣିଙ୍କ ଉପରେ।

{"id":137695}

ବାଣି ଫିଲ୍ମରେ ତାଙ୍କର ଭୂମିକାକୁ ନେଇ ବେଶ୍ ଖୁସ୍। ଏଥିପାଇଁ ସେ ନିଜକୁ ସୁଟିଂ ନିମନ୍ତେ ଫିଟ ରଖୁଥିବା ବେଳେ ଖାଇବା ପିଇବା କଟକଣା ମଧ୍ୟ ମାନୁଛନ୍ତି। ବାଣିଙ୍କ କହିବା କଥା ହେଲା ବେଶି କିଛି ଦରକାର ନାହିଁ କେବଳ ଦର୍ଶକଙ୍କ ଟିକେ ପ୍ରଶଂସା ହିଁ ତାଙ୍କର ତମାମ ଶ୍ରମ ସାର୍ଥକ କରିବ। ଏହି ଫିଲ୍ମଟି ହିନ୍ଦୀ ସମେତ ତାମିଲ ଓ ତେଲଗୁରେ ବି ମୁକ୍ତିଲାଭ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.