ଏହି ବ୍ରେସ୍ଲେଟ୍କୁ ଦେହରୁ ଅଲଗା କରନ୍ତିନି ସଲମାନ, ଜାଣନ୍ତୁ ଏହାର ପୁରା ରହସ୍ୟ
5/01/2020 at 10:00 PM

ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ଆଜି କିଏ ବା ନଜାଣେ। ଭାରତୀୟ ସିନେମା ଉଦ୍ୟୋଗର ସବୁଠୁ ସଫଳତମ କଳାକାରଙ୍କ ମଧ୍ୟରେ ସଲମାନ ଅନ୍ୟତମ। ତେବେ ସଲମାନଙ୍କ ଫିଲ୍ମ ଯେଉଁମାନେ ରିତିମତ ଦେଖୁଥିବେ ସେମାନେ ତାଙ୍କ ହାତରେ ଝୁଲୁଥିବା ନିଳରଙ୍ଗର ପଥର ଲଗା ବ୍ରେସ୍ଲେଟ୍ ସହ ବି ପରିଚିତ ଥିବେ। ତେବେ ଜାଣନ୍ତିକି ସଲମାନଙ୍କୁ ବ୍ରେସଲେଟ୍ କିଏ ଦେଇଛନ୍ତି ଓ କେତେ ତାର ମୂଲ୍ୟ। ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା।

ସଲମାନ ହାତରେ ରୂପାର ଶିକୁଳିରେ ଏହି ନିଳ ରଙ୍ଗର ପଥରକୁ ବାନ୍ଧି ରଖିଛନ୍ତି। ଯାହାକୁ ସେ ଦେହରୁ ନିମିଷେ ବି ପୃଥକ ହେବାକୁ ଦେଉନାହାନ୍ତି। ଏଣୁ ଏହା କୌଣସି ଷ୍ଟାଇଲିସ ବ୍ରେସ୍ଲେଟ୍ ନୁହେଁ ବୋଲି ଆପଣ ନିଶ୍ଚିତ ହୋଇଯିବେଣି। ଏହା ଏକ ଗ୍ରହରତ୍ନ ଖଚିତ ବ୍ରେସଲେଟ୍ ଯାହକୁ ତାଙ୍କ ପିତା ତାଙ୍କୁ ଶୁଭକାମନାରେ ପ୍ରଦାନ କରିଛନ୍ତି। ଯାହା ଏବେ ତାଙ୍କ ସଫଳ କ୍ୟାରିୟରର ଚାବିକାଠି ପାଲଟିଛି।

ଏହା ଏକ ବିଶେଷ ଧରଣର ରତ୍ନପଥର ଓ ଭାରତରେ ମିଳେନା। କେବଳ ଏହି ରତ୍ନ ପଥର ଯୋଗୁ ସଲମାନ ସବୁପ୍ରକାର ବିବାଦରୁ ଦୂରରେ ସଫଳତାର ସିଡି ଚଢିଚାଲିଛନ୍ତି। ବ୍ରେସ୍ଲେଟ୍ରେ ଲାଗିଥିବା ରତ୍ନ ପଥରଟି ହେଉଛି ଇମ୍ପୋର୍ଟେଡ ଫିରୋଜା ଷ୍ଟୋନ। ୧.୭୫ ମିଲିମିଟର ଚୌଡାର ୧୦୦ ଗ୍ରାମ ଓଜନ ରୂପା ବ୍ରେସ୍ଲେଟ୍ରେ ସଲମାନ ତାକୁ ଦେହ ସହ ବାନ୍ଧି ରଖିଛନ୍ତି। ଫିଲ୍ମ ହେଉ କି ସାର୍ବଜନିକ ଜୀବନ ସବୁଠି ଏବେ ରାଜ କରୁଛି ସଲମାନଙ୍କ ଏହି ବ୍ରେସ୍ଲେଟ୍। ଯାହାକୁ ତାଙ୍କ ଲାଗି ଲକି ଚାର୍ମବି କୁହାଯାଇପାରେ।

ଏହି ବ୍ରେସଲେଟ ମୂଲ୍ୟବାନ ହୋଇଥାଇପାରେ ବୋଲି ଆପଣ ଭାବୁଥାଇପାରନ୍ତି। ହେଲେ ଆପଣ ଯେତିକି ମୂଲ୍ୟବାନ ଭାବୁଛନ୍ତି ତାହା ସେତିକି ମୂଲ୍ୟବାନ ନୁହେଁ ଏହାର ଦାମ ୫୦ରୁ ୬୦ ହଜାର ଟଙ୍କା ମଧ୍ୟରେ। ସଲମାନ କେବଳ ଏହି ଗୋଟିଏ ଆଭୂଷଣ ପିନ୍ଧୁଥିବା ବେଳେ ତାହାବି ମାତ୍ର ଏତିକି ମୂଲ୍ୟର ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। ହେଲେ ଗତ ୨୦୧୯ରେ ତାଙ୍କର ଆୟ ଦେଖିଲେ ଜାଣିଯିବେ ତାଙ୍କ ବ୍ରେସ୍ଲେଟ୍ର ମୂଲ୍ୟ କେତେ। ଗତବର୍ଷ ଆୟରେ ଟିମ୍ ଇଣ୍ଡିଆ କ୍ୟାପ୍ଟେନଙ୍କ ଠିକ୍ ପଛରେ ରହିଛନ୍ତି ସଲମାନ।