ଜାଣିବା ଜରୁରୀ ! ପୈତୃକ ସମ୍ପତ୍ତିରେ ଝିଅର ଅଧିକାର କ'ଣ, ଏ ନେଇ ରହିଛି କେଉଁ ଆଇନ?

Published By : Prameya-News7 Bureau | December 10, 2019 IST

ନୂଆଦିଲ୍ଲୀ :  ଏକ ସମୟ ଥିଲା ଯେତେବେଳେ ଭାରତୀୟ ପରିବାରରେ ଝିଅଙ୍କ ଅଧିକାର ଖୁବ୍ ସୀମିତ ଥିଲା। ହେଲେ ଏବେ ସମୟ ବଦଳିବା ସହ ଲୋକଙ୍କ ବିଚାର ବି ବଦଳିଛି। ପୁରୁଣା ପ୍ରଥାପରମ୍ପରାରେ ପରିବର୍ତ୍ତନ ହୋଇଥିବା ବେଳେ ସାମାଜ ଓ ଆଇନରେ ମଧ୍ୟ ସଂସ୍କାର ଆସିଲାଣି। ଏବେ ଘରେ ପୁଅଙ୍କ ଭଳି ଝିଅଙ୍କୁ ବି ସମାନ ନଜରରେ ଦେଖାଯାଉଥିବା ବେଳେ ଝିଅଙ୍କ ଅଧିକାର ମଧ୍ୟ ରହୁଛି। ତେବେ ଆସନ୍ତୁ ଜାଣିବା ଝିଅଙ୍କ ଅଧିକାର ସମ୍ପର୍କରେ।

ଅନେକ ଲୋକେ ଏବେ ବି ଅଜ୍ଞତା ମଧ୍ୟରେ ରହିଛନ୍ତି। ବିବାହିତ ଝିଅଙ୍କର ପରଲୋକଗତ ପିତାଙ୍କ ସମ୍ପତ୍ତିରେ ଅଧିକାର ରହିଛି କି ନା ତା ସ୍ପଷ୍ଟଭାବେ ବୁଝିନାହାନ୍ତି।  ଏ ନେଇ ଥିବା ହିନ୍ଦୁ ଉତ୍ତରାଧିକାର ଅଧିନିୟମ ୧୯୫୬କୁ ୨୦୦୫ ମସିବାରେ ସଂଶୋଧନ କରାଯାଇଥିଲା। ଏଥିରେ ପୁଅଙ୍କ ଭଳି ଝିଅଙ୍କୁ ବି ପୈତୃକ ସମ୍ପତ୍ତିରେ ସମାନ ଅଧିକାର ପ୍ରଦାନ କରାଯାଇଛି। ଏମିତିରେ ଜନ୍ମ ଆଧାରରେ ଝିଅକୁ ଗୋଟିଏ ଅଂଶ ମିଳିଥାଏ। ଏହା ବାଦେ ଇଚ୍ଛାପତ୍ରରେ ମଧ୍ୟ ଝିଅର ଭାଗ ରହିଛି। ନଥିଲେ ବି ଭାଗ ନିଶ୍ଚିତ ରହିବ।

ତେବେ ୨୦୦୫ ପୂର୍ବରୁ ଆଇନରେ ଏପରି କୌଣସି ପ୍ରାବଧାନ ନଥିଲା। ବିବାହିତା ଝିଅ ତାଙ୍କ ମାତାପିତାଙ୍କ ମୃତ୍ୟୁରେ ପୈତୃକ ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିବାର ବିଧି ନଥିଲା।  ଏଣୁ ଏଭଳି କ୍ଷେତ୍ରରେ ଯଦି ପିତାଙ୍କ ମୃତ୍ୟୁ ୨୦୦୫ ମସିହା ପୂର୍ବରୁ ହୋଇଛି ତେବେ ପୈତୃକ ସମ୍ପତ୍ତିରେ ଝିଅ ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.