ଜାଣନ୍ତୁ ପିତୃପକ୍ଷ ଶ୍ରାଦ୍ଧ ତର୍ପଣର ବିଧି ଓ ମନ୍ତ୍ର, କେତେଥର ପିତରଙ୍କୁ ଅର୍ପଣ କରିବେ ଜଳ

Published By : Prameya-News7 Bureau | September 14, 2019 IST

ଚଳିତ ବର୍ଷ ସେପ୍ଟେମ୍ବର ୧୪ ତାରିଖ ଶନିବାର ପ୍ରବେଶ କରିଛି ଆଶ୍ୱିନ କୃଷ୍ଣପକ୍ଷ । ଭାରତୀୟ ପୁରାଣ ଶାସ୍ତ୍ର ଓ ଗ୍ରନ୍ଥ ଅନୁସାରେ ଏହି ପକ୍ଷଟି ପିତରଙ୍କ ଉଦ୍ଦେଶ୍ୟରେ ଅର୍ପିତ। କୁହାଯାଏ ଏହି ସମୟରେ ପିତର ପୃଥିବୀରେ ରହୁଥିବା ସେମାନଙ୍କ ସନ୍ତାନ ସନ୍ତତିଙ୍କ ନିକଟରେ ଅବସ୍ଥାନ କରନ୍ତି। ପିଣ୍ଡ, ଅନ୍ନ ଓ ଜଳ ଉଦ୍ଦେଶ୍ୟରେ ସେମାନେ ପୃଥିବୀକୁ ଆସିଥାନ୍ତି। ପିତୃପକ୍ଷରେ ପୃଥିବୀବାସୀ ସେମାନଙ୍କ ପୂର୍ବଜଙ୍କ ଉଦ୍ଦେଶ୍ୟରେ କରୁଥିବା ଶ୍ରାଦ୍ଧ ଓ ତର୍ପଣ ସେମାନଙ୍କ ପରଲୋକ ଯାତ୍ରାକୁ ସୁଗମ କରିଥା। ଏଥି ଲାଗି ସେମାନେ ତାଙ୍କ ଜୀବିତ ପରିବାରକୁ କଲ୍ୟାଣ ମଧ୍ୟ କରିଥାନ୍ତି। ତେବେ  ଆସନ୍ତୁ ଜାଣିବା ପିତୃପକ୍ଷ ଶ୍ରାଦ୍ଧ ଓ ତର୍ପଣର ନିୟମ।

{"id":157507}

ଗରୁଡ ପୁରାଣ ଅନୁସାରେ ଯେଉଁ ପୂର୍ବଜମାନେ ପୃଥିବୀରୁ ପରଲୋକ ଗମନ କରିଯାଇଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ସେମାନଙ୍କ  ସନ୍ତାନସନ୍ତତି ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାରୁ ଅମାବାସ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଜଳ, ତିଳ ଓ ଫୁଲ ତର୍ପଣ କରିବା ଆବଶ୍ୟକ। ଯଦି ଏହି ଦିନମାନଙ୍କରେ କାହାର ପିତା ବା ମାତାଙ୍କ ପରଲୋକ ହୋଇଥାଏ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧଦାନ କରାଯିବା ସହ ସାମର୍ଥ୍ୟ ଅନୁସାରେ ବ୍ରାହ୍ମଣଙ୍କୁ ଭୋଜନ ଦେଲେ ପିତରଙ୍କ ଆତ୍ମା ସନ୍ତୁଷ୍ଟ ହୋଇଥାଏ।  ଏହି ପକ୍ଷରେ ଆପଣ ଆମନ୍ତ୍ରିତ କରୁଥବା ବ୍ରହ୍ମଣଙ୍କୁ କେବଳ ଭୋଜନ କରାଯାଇପାରେ, କିନ୍ତୁ ଦକ୍ଷିଣା ପ୍ରଦାନ କରାଯାଏନା। ତେବେ ଯେଉଁ ବ୍ରାହ୍ମଣ ତର୍ପଣ ଓ ପୂଜନ କରାନ୍ତି କର୍ମ ଲାଗି କେବଳ ତାଙ୍କୁ ଦକ୍ଷିଣା ପ୍ରଦାନ କରାଯାଏ। ତେବେ ଆସନ୍ତୁ ଜାଣିବା ପିତୃପକ୍ଷ ତର୍ପଣ ବିଧି।

{"id":157510}

ପିତରଙ୍କୁ ଜଳାର୍ପଣର ବିଧିକୁ ତର୍ପଣ କୁହାଯାଏ। ଏଥିଲାଗି ହାତରେ କୁଶ ନେଇଦୁଇ ହାତକୁ ଯୋଡି ପିତରଙ୍କୁ ସ୍ମରଣ କରନ୍ତୁ । ପିତରଙ୍କୁ ସ୍ମରଣ କରିବା ପରେ ଆଞ୍ଜୁଳି ପୂର୍ଣ୍ଣ ଜଳ ଧରି ଏହି ମନ୍ତ୍ରକୁ ଥରଟିଏ ପାଠ କରନ୍ତୁ
।। ଓଁ ଆଗଛନ୍ତୁ ମେ ପିତର ଏବଂ ଗ୍ରହନ୍ତୁ ଜଲାଂଜଲିମ ।।
ଏହା କରିବା ଦ୍ୱାରା ଆପଣଙ୍କ ପିତର ଆପଣଙ୍କ ହସ୍ତରୁ ଜଳଗ୍ରହଣ କରି ତୃପ୍ତ ହୋଇଥାନ୍ତି। ଏହି ସମୟରେ ଆପଣ ପରଲୋକଗତ ପିତାଙ୍କୁ ମଧ୍ୟ ଜଳାର୍ପଣ କରିପାରିବେ। ଏଥିଲାଗି ଆପଣ ସାଙ୍ଗରେ ଗଙ୍ଗାଜଳ ଅଥବା କୂପପୁଷ୍କରିଣୀର ଜଳକୁ ବ୍ୟବହାର କରିପାରିବେ। ତେବେ ଏଥିରେ ଗୋ ଦୁଗ୍ଧ, ତିଳ ଓ ଜଅ ମିସାଇ ଅର୍ପଣ କରିବାକୁ ହୁଏ। ଏଥିଲାଗି ଆପଣ ଏହି ମନ୍ତ୍ର ଉଚ୍ଚାରଣ ପୂର୍ବକ ଜଳଦାନ କରନ୍ତୁ।

{"id":157511,"width":573,"height":573}

ନିଜ ଗୋତ୍ରନାମ ଉଚ୍ଚାରଣ ପୂର୍ବକ ପିତାଙ୍କ ନାମରେ ଶର୍ମା ଲଗାଇ ବସୁରୂପତ୍ ତୃପ୍ୟତମିଦଂ ତିଲୋଦକମ ଗଙ୍ଗାଜଲମ ବା ତସ୍ମୈ ସ୍ୱଧା ନମଃ, ତସ୍ମୈ ସ୍ୱଧା ନମଃ, ତସ୍ମୈ ସ୍ୱଧା ନମଃ ଉଚ୍ଚାରଣ ପୂର୍ବକ ଦୁଗ୍ଧମିଶ୍ରିତ ଜଳ,ତିଳ ଓ ଜଅ ଅର୍ପଣ କରନ୍ତୁ। ଭାବନ୍ତୁ  ବସୁ ରୂପରେ ତୁମ ପିତା ଜଳଗ୍ରହଣ କଲେ। ସେହିପରି ପ୍ରପିତା, ମାତା ଓ ପ୍ରମାତାଙ୍କୁ ମଧ୍ୟ ଗୋତ୍ର ଉଚ୍ଚାରଣ ପୂର୍ବକ ସେମାନଙ୍କ ନାମରେ ଶର୍ମା ଲଗାଇ ବସୁରୂପତ୍ ତୃପ୍ୟତମିଦଂ ତିଲୋଦକମ ଗଙ୍ଗାଜଲମ ବା ତସ୍ମୈ ସ୍ୱଧା ନମଃ, ତସ୍ମୈ ସ୍ୱଧା ନମଃ, ତସ୍ମୈ ସ୍ୱଧା ନମଃ ଉଚ୍ଚାରଣ ପୂର୍ବକ ଦୁଗ୍ଧମିଶ୍ରିତ ଜଳ,ତିଳ ଓ ଜଅ ଅର୍ପଣ କରନ୍ତୁ। ଭାବନ୍ତୁ  ବସୁ ରୂପରେ ତୁମ ପିତା ଜଳଗ୍ରହଣ କଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.