Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାଣନ୍ତୁ ଗର୍ଭଧାରଣ ନିମନ୍ତେ ସଠିକ ବୟସ କେତେ ? ୨୦, ୩୦ ନା ୪୦

21/07/2019 at 5:28 PM

ପରିବାର କରିବା ପାଇଁ ଅପେକ୍ଷା କରାଯାଇପାରେ, ହେଲେ ଗର୍ଭବତୀ ହେବାକୁ ନୁହେଁ। କଥାଟି ନିଛକ ସତ। କାରଣ ବୟସ ବୃଦ୍ଧି ସହ ପ୍ରଜନନ କ୍ଷମତାରେ ଦ୍ରୁତ ହ୍ରାସ ଯୋଗୁ ଆଜିର ସମୟ ପାଇଁ ଆପ୍ତ ବାକ୍ୟଟି ଅତ୍ୟନ୍ତ ପ୍ରଯୁଜ୍ୟ ହୋଇପଡିଛି । ଯାହା ସୁନ୍ଦର ପରିବାରର ପରିକଳ୍ପନାରେ ଥିବା ବାଧା ଦୂର କରିଥାଏ।  ବୟସାଧିକ୍ୟରେ ଗର୍ଭବତୀ ହେଲେ ଗର୍ଭାବସ୍ଥାର ଜଟିଳତା  ବିପଦର କାରଣ ବି ହୁଏ।  ଏଣୁ ମା ହେବା ପାଇଁ ଆଦର୍ଶ ବୟସକୁ ନେଇ ଅନେକ ମହିଳା ଏବେବି ସନ୍ଦହରେ ଅଛନ୍ତି । ଏଣୁ ୨୫ ବର୍ଷ ବୟସରେ ମା ହେବା ସବୁଠୁ ଭଲ ସମୟ। ଏହା ଆମେ କହୁନୁ ଡାକ୍ତର ବି କହୁଛନ୍ତି। ନଚେତ ୩୧ରୁ ୩୫ ବର୍ଷ ବୟସ ମା ହେବା ନିମନ୍ତେ ସବୁଠୁ ପ୍ରକୃଷ୍ଠ ସମୟ ବୋଲି କୁହାଯାଇପାରେ।

ଆଜିର ସମୟ ଏତେ ବ୍ୟସ୍ତତା ଭରା ଯେ ଲୋକେ ପରିବାର କଥା ଚିନ୍ତା ବି କରିପାରୁନାହାନ୍ତି। ବିବାହ କରିବା ପାଇଁ ଲୋକେ ଆଉ ଆଗ ଭଳି ଚିନ୍ତା କରୁନାହାନ୍ତି। ଏବେ ସବୁଦୃଷ୍ଟିରୁ ସୁରକ୍ଷିତ ହେବା ପରେ ଲୋକେ ବିବାହ କରୁଥିବାବେଳେ ସେହି ବୟସରେ ଜୀବନ ସାଥୀ ମା ହୋଇ ପାରିବେ କି ନା ସେ ନେଇ କିନ୍ତୁ କେହି ନିଶ୍ଟିତ ହୋଇ ପାରୁନାହାନ୍ତି। ଯଦି ଏହି ବୟସରେ କେହିମା ବି ହେଉଛନ୍ତି ତେବେ ସବୁ ଦିଗରୁ ସମସ୍ୟା ମଧ୍ୟ ଘନେଇ ରହୁଛି। ଯଦି ମହିଳା ୨୦ରୁ ୨୫ ବର୍ଷ ମଧ୍ୟରେ ମା ହେଉଛନ୍ତି ତେବେ ତାଙ୍କର ଭବିଷ୍ୟତ ଜୀବନ ବେଶ ସୁଖକର ।

କାରଣ ଏହି ବୟସରେ ମା ହେଲେ ମହିଳାଙ୍କ ଓଜନ ବୃଦ୍ଧି ଜନିତ ସମସ୍ୟା ନିୟନ୍ତ୍ରଣରେ ରହିଥାଏ। ଯାହାକି ୨୬ ବର୍ଷ ଆୟୁରେ ମା ହେବା ପରେ ସମ୍ଭବ ନୁହେଁ। ତା ଛଡା କମ ବୟସର ମହିଳାଙ୍କ ପାଇଁ କିଛି ବି ରିସ୍କ ନିଆଯାଇପାରେ। ହେଲେ ୩୦ ବର୍ଷ ପରେ ଆଉ ସେଭଳି ଆଶା କରାଯାଇ ପାରେନା। ତେବେ ୩୧ରୁ ୩୫ ବର୍ଷ ବୟସ ମଧ୍ୟରେ ମା ହେବାରେ ବି ବଡ ଫାଇଦା ରହିଛି। କାରଣ ଏହି ବୟସର ମହିଳାମାନଙ୍କ ବ୍ୟକ୍ତିଗତ ଓ ପେଷାଦୀର ଜୀବନ ପ୍ରାୟତଃ ସେଟେଲ ହୋଇ ସାରିଥାଏ।

ଦ୍ୱିତୀୟତଃ ଏହି ବୟସରେ ସେମାନଙ୍କ ଶରୀର ମଜଭୁତ ହେବା ସହ ନମନୀୟ ବି ଥାଏ। ଯଦିଓ ଏହି ବୟସରେ ହର୍ମୋନ ଜନିତ ସମସ୍ୟା ଯୋଗୁ ଜାଅଁଳା ସନ୍ତାନ ଜନ୍ମ ଦେବାର ସମ୍ଭାବନା ଅଧିକ ଥାଏ ତେବେ ବିନା ପ୍ରଜନନ ଉପଚାରରେ ମହିଳା ସୁସ୍ଥ ଶିଶୁ ଜନ୍ମ ଦେଇପାରନ୍ତି। ୨୦ ବର୍ଷରୁ କମ୍ ଆୟୁର ଯୁବତୀଙ୍କ କ୍ଷେତ୍ରରେ ସିଜରିଆନ ଆଶଙ୍କା ଯଦି ୧୪ ପ୍ରତିଶତ ପର୍ଯ୍ୟନ୍ତ ରହୁଛି ତାହା ୩୧ରୁ ୩୫ ବେଳକୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଏ। ଏଣୁ ବର୍ଦ୍ଧିତ ଆୟୁରେ ସନ୍ତାନ ପ୍ରଜନନ ସମ୍ଭବ ହେଲେ ବିପଦମୁକ୍ତ ନୁହେଁ।

   Related Posts