Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଏମିତି ଏକ ଗାଁ ଯେଉଁଠି ଅଭିଶାପ ଭୟରେ ସ୍ବାମୀଙ୍କ ଜୀବନ ପାଇଁ ‘କରଓ୍ବା ଚୌଥ’ ପାଳନ କରନ୍ତି ନାହିଁ ମହିଳା

28/10/2020 at 1:30 PM

କରଓ୍ବା ଚୌଥ ଏପରି ଏକ ପର୍ବ ଯାହା ମହିଳାଙ୍କ ହୃଦୟର ସବୁଠୁ ନିକଟବର୍ତ୍ତୀ ହୋଇଥାଏ। ଏହି ଦିନ ସ୍ତ୍ରୀ ସ୍ବାମୀର ଦୀର୍ଘାୟୁ ପାଇଁ ବ୍ରତ ରଖିଥାଏ ଏବଂ ରାତିରେ ଚାନ୍ଦ ଦେଖି ବ୍ରତ ଖୋଲିଥାଏ। ପ୍ରେମ ଭରା ଏହି ପର୍ବକୁ ମହିଳାମାନେ ଅତ୍ୟନ୍ତ ଆନନ୍ଦ ସହକାରେ ପାଳନ କରିଥାନ୍ତି ଏବଂ ନିଜ ସ୍ବାମୀଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଥାନ୍ତି।

ଦେଶବ୍ୟାପି କରଓ୍ବା ଚୌଥ ଦିନ ମହିଳାମାନେ ବ୍ରଖିଥାନ୍ତି କିନ୍ତୁ ଭାରତର ଏକ ଏପରି ସ୍ଥାନ ମଧ୍ୟ ରହିଛି ଯେଉଁଠାରେ ମହିଳାମାନେ କରଓ୍ବା ଚୌଥ ପାଳନ କରି ନଥାନ୍ତି। କେବଳ ଏତିକି ନୁହେଁ ମହିଳାମାନେ ଏହି ବ୍ରତକୁ ପବିତ୍ର ମଧ୍ୟ ମାନି ନଥାନ୍ତି। ଆମେ କଥା ହେଉଛୁ ମଥୁରାର ସୁରିର ସହରର ମାଣ୍ଟ ତହସିଲ ବିଷୟରେ। ସୁରିର କଲୋନୀ ବଘାରେ ଠାକୁର ସମାଜର ହଜାର ହଜାର ପରିବାରରେ କରଓ୍ବା ଚୌଥ ଏବଂ ଅହୋଇ ଅଷ୍ଟମୀ ପାଳିବା ଉପରେ ସତୀଙ୍କ ଅଭିଶାପର ନିଷେଧାଦେଶ ଲାଗିଛି। ଏପରି କୁହାଯାଇଥାଏ ଯେ ଏଠାରେ ସତୀଙ୍କ ଅଭିଶାପ ଲାଗିଛି ଏବଂ ଏହା ଡରରେ ଏଠାକାର ମହିଳାମାନେ କରଓ୍ବା ଚୌଥ ପାଳନ କରିନଥାନ୍ତି। ଯଦି ସେମାନେ ଏପରି କରିଥାନ୍ତି ତେବେ ସେମାନଙ୍କ ସ୍ବାମୀଙ୍କ ଜୀବନ ପ୍ରତି ବିପଦ ରହିଥାଏ।

ଏଠାରେ ରହୁଥିବା ଲୋକଙ୍କ ମତରେ ସୁରିର ସହରରେ ଏକ ଏପରି କଲୋନୀ ରହିଚି ଯେଉଁଠାରେ ନୌହଝିଲ ଗାଁର ରାମନଗଳାର ଜଣେ ବ୍ରାହ୍ମଣ ଯୁବକ ଯମୁନା ସେପଟେ ଥିବା ଶ୍ବଶୁର ଘରୁ ନିଜ ନବବିବାହିତା ସ୍ତ୍ରୀଙ୍କୁ ବିଦା କରାଇ ସୁରିର ରାସ୍ତାରେ ମଇଁଷି ଗାଡ଼ିରେ ଫେରୁଥିବାବେଳେ କେତେକ ଲୋକ ସେହି ମଇଁଷିଗୁଡ଼ିକୁ ନିଜର କହି ଝଗଡ଼ା ଆରମ୍ଭ କରି ଦେଇଥିଲେ। ଏହି ବିବାଦରେ ସୁରିରର ଲୋକମାନେ ସେହି ବ୍ରାହ୍ମଣ ଯୁବକଙ୍କ ହତ୍ୟା କରି ଦେଇଥିଲେ। ସେହି ଦିନ କରଓ୍ବା ଚୌଥ ଥିଲା। ସ୍ବାମୀଙ୍କ ମୃତ୍ୟୁରେ ଦୁଃଖିତ ହୋଇ ସ୍ତ୍ରୀ ଅଭିଶାପ ଦେଇଥିଲେ ଯେ ଯଦି କୌଣସି ମହିଳା ସ୍ବାମୀଙ୍କ ପାଇଁ ବ୍ରତ ରଖିବେ ତେବେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯିବ।

ସ୍ବାମୀଙ୍କୁ ନିଜ ସମ୍ମୁଖରେ ମୃତ୍ୟୃବରଣ କରୁଥିବା ଦେଖି କ୍ରୋଧିତ ନବବିବାହିତା ସ୍ତ୍ରୀ ଏହି କଲୋନୀର ମହିଳାଙ୍କୁ ଅଭିଶାପ ଦେଇଥିଲେ ଏବଂ କହିଥିଲେ ଯେ ଯେପରି ସେ ନିଜ ସ୍ବାମୀଙ୍କ ଶବ ସହ ସତୀ ହେଉଛି ସେହିପରି ଆପଣଙ୍କ ମଧ୍ୟରୁ କୌଣସି ମହିଳା ନିଜ ସ୍ବାମୀଙ୍କ ସମ୍ମୁଖରେ ସଜ ହୋଇ ରହି ପାରିବେ ନାହିଁ। ସ୍ଥାନୀୟ ଲୋକଙ୍କ ମତରେ ଏହି ଘଟଣା ପରେ ସମସ୍ତ ବିବାହିତା ବିଧବା ହୋଇଯାଇଥିଲେ। ସେହି ସମୟରେ ବୟସ୍କମାନେ ଏହାକୁ ସତୀର କୋପର ପ୍ରଭାବ ବୋଲି ଜାଣି ପାରିଥିଲେ। ସତୀର ଅଭିଶାପ ମାନି ଲୋକେ କ୍ଷମା ପ୍ରାର୍ଥନା କରିଥିଲେ ଏବଂ କଲୋନୀରେ ମନ୍ଦିର କରି ସତୀର ପୂଜା-ଅର୍ଚ୍ଚନା ଆରମ୍ଭ କରି ଦେଇଥିଲେ।

ସୂଚନା ଅନୁଯାୟୀ ଏହି ମନ୍ଦିରରେ ପୂଜା ପାଠ ଯୋଗୁଁ ମୃତ୍ୟୁ ସଂଖ୍ୟା କମି ଯାଇଥିଲେ ମଧ୍ୟ ମହିଳାମାନେ ଆଜି ବି ବ୍ରତ ରଖିନଥାନ୍ତି। ଏଠାରେ ଝିଅଙ୍କୁ ମଧ୍ୟ କରଓ୍ବା ଚୌଥରେ କିଛି ଉପହାର ଦିଆଯାଇନଥାଏ।

   Related Posts