Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାହିଁକି ମିଳୁନାହିଁ ବଜାରରେ ରୁଆଫଜା ସର୍ବତ : ଜାଣନ୍ତୁ

ନୂଆଦିଲ୍ଲୀ ୧୦/୫: ଭାରତର ମାର୍କେଟରେ ହଠାତ୍ ରୁଆଫଜା ସର୍ବତ ମିଳିବା ବନ୍ଦ ହୋଇଯାଇଛି। ପ୍ରଚଣ୍ଡ ଗରମରେ ଡହଳବିକଳ ହେଉଥିବା ଲୋକେ ଏହାକୁ ବଜାରରେ ଖୋଜି ବୁଲୁଛନ୍ତି। ରମଜାନ ବି ଆରମ୍ଭ ହୋଇଯାଇଛି। ଦିନସାରା ରୋଜା ରଖୁଥିବା ମୁସଲିମ ଲୋକେ ସନ୍ଧ୍ୟାରେ ଇଫ୍ତାର କରିବା ବେଳେ ରୁହ ଆଫଜା ପିଇବାକୁ ପସନ୍ଦ କରନ୍ତି। ଏପରି ପରିସ୍ଥିତିରେ ସୋଶିଆଲ ମିଡିଆରେ ଏହାର ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଲୋକେ ଜାଣବିାକୁ ଚାହୁଁଛନ୍ତି ଏହା ବଜାରରୁ କାହିଁକି ଗାୟେବ ହୋଇଗଲା। ଏକ ଭାରତୀୟ ଓ୍ବେବସାଇଟ୍ ଲେଖିଛି ଯେ ରୁହ ଆଫଜା ଭାରତର ମାର୍କେଟରେ ଚାରି ପାଞ୍ଚ ମାସରୁ ବିକ୍ରି ବନ୍ଦ ହୋଇଛି ଏବଂ ଏହା ଅନଲାଇନ୍ ଷ୍ଟୋରରେ ମଧ୍ୟ ମିଳୁନାହିଁ। କଞ୍ଚାମାଲ ଅଭାବରେ ଉତ୍ପାଦନ ବନ୍ଦ ହୋଇଥିବା  ସୂଚନା ମିଳିଛି।

ଏହା ମଧ୍ୟ କୁହାଯାଉଛି ଯେ ହମଦର୍ଦର ସଂସ୍ଥାପକ ହକିମ ହାଫିଜ ଅବଦୁଲ ମଜୀଦଙ୍କ ନାତୁଣୀ ଏବଂ ତାଙ୍କ ଦାଦା ପୁଅ ଭାଇ ହମିଦ ଅହମଦଙ୍କ ମଧ୍ୟରେ କମ୍ପାନୀର ନିୟନ୍ତ୍ରଣକୁ ନେଇ ଲାଗିଥିବା ବିବାଦ ତୁଟିଯାଇଛି।

ଏହା ମଧ୍ୟ ଦାବି କରାଯାଉଛି ଯେ ପାରିବାରିକ କଳହ ଯୋଗୁଁ ଏହାର ଉତ୍ପାଦନ ବନ୍ଦ ହୋଇଯାଇଥିଲା। ପୁଣି ଥରେ ଏହାର ଉତ୍ପାଦନ ଆରମ୍ଭ ହୋଇଯାଇଛି ଏବଂ ବହୁତ ଶୀଘ୍ର ଏହା ବଜାରରେ ଉପଳବ୍ଧ ହେବ।

342 Views

   ସମ୍ବନ୍ଧିତ ଖବର