Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ବେଦୀରୁ ଫେରାର ହୋଇଗଲେ ବର କନ୍ୟା, ହତାଶ ହେଲା ପୋଲିସ… ଜାଣନ୍ତୁ କାହିଁକି

22/06/2019 at 1:08 PM

ରେଢାଖୋଲ ୨୨|୬: ଠିକ୍ ସମୟରେ ବରଯାତ୍ରୀ ଆସିଲେ, ବାଣ ବାଜାରେ ପ୍ରୋସେସନ ବି ହେଲା, କନ୍ୟା ଘର ପକ୍ଷରୁ ଭୋଜିବି ଦିଆଗଲା । ଠିକ୍ ବେଦୀରେ ବାହାଘର ଆରମ୍ଭ ବେଳକୁ ପୋଲିସ ପହଁଚି ବାହାଘର ବନ୍ଦକଲା । କାରଣ କଣ, ଜାଣିବା ବେଳକୁ ଜଣାପଡିଲା ଯେ ବାଲ୍ୟ ବିବାହ ହେଉଥିବା ଅଭିଯୋଗ ପାଇ ପୋଲିସ ଓ ଚାଇଲ୍ଡ ହେଲ୍ପ ଲାଇନ ପ୍ରତିନିଧି ଗାଁରେ ପହଁଚଛନ୍ତି । ତେବେ ଏପଟେ ବର ଓ କନ୍ୟାଙ୍କ ପିତା ମାତା ସହ ପୋଲିସ ଆଲୋଚନା କରୁଥିବାବେଳେ ସେପଟେ ଚମ୍ପଟ ମାରିଥିଲେ ବର କନ୍ୟା । ଶେଷରେ ପୋଲିସ ନାବାଳିକା କନ୍ୟାଙ୍କ ପିତା ମାତାକୁ  ଥାନାକୁ ନେଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ରେଢାଖୋଲରେ ।

ରେଢାଖୋଲ ନାକଟିଦେଉଳ ଥାନା ଅନ୍ତର୍ଗତ ପିଠାଖଇନଟି ଗାଁରେ ଚାଲିଥିଲା ବାହାଘର । ପାଖ ଡଇଁଚା ଗାଁରୁ କରୁଣା ନାୟକଙ୍କ ପୁଅ ରଂଜନ ନାୟକ ବରଯାତ୍ରୀ ସହ ପହଁଚିଥିଲେ କନ୍ୟା ଘରେ । କନ୍ୟାଘର ପକ୍ଷରୁ ଧୁମଧାମରେ ଭୋଜିଭାତ ଚାଲିଥିଲା, ବାହାଘର ପାଇଁ ବେଦୀରେ ସବୁକିଛି ପ୍ରସ୍ତୁତି ସରିଥିଲା । ଆଉ କିଛି ସମୟପରେ ବାହାଘର ବି ସରିଥାନ୍ତା। ଠିକ ଏତିକିବେଳେ ନାକଟିଦେଉଳ ପୋଲିସ, ଚାଇଲଡ ହେଲ୍ପଲାଇନ ପ୍ରତିନିଧିଦଳ ପହଁଚି ବାହାଘର ବନ୍ଦ କରିଥିଲେ । ଅଭିଯୋଗ ଥିଲା ବିବାହ ହେଉଥିବା କନ୍ୟାର ବୟସ ମାତ୍ର ୧୬। ଅର୍ଥାତ ଆଇନ ଅନୁସାରେ ଏହା ବାଲ୍ୟ ବିବାହ ।

ପୋଲିସ ଉଭୟ ବର ଓ କନ୍ୟା ପିତାଙ୍କ ସହ ଏହି ବାହାଘର ବନ୍ଦ କରିବା ପାଇଁ ଆଲୋଚନା କରୁଥିବାବେଳେ କିନ୍ତୁ ଘଟିଥିଲା ଏକ ନିଆରା ଘଟଣା । ଉଭୟ ବର ଓ କନ୍ୟା ଚମ୍ପଟ ମାରିଥିଲେ । ଫଳରେ ପୋଲିସର ଅକଲ ଗୁଡୁମ ହୋଇଯାଇଥିଲା । ଶେଷରେ ନିରାଶ ହୋଇ ନାବାଳିକା କନ୍ୟାର ବାପା ମାକୁ ପୋଲିସ ଥାନାକୁ ଆଣିଥିଲା ।

ଝିଅ ଓ ପୁଅ ପରସ୍ପରକୁ ପସନ୍ଦ କରୁଥିଲେ । ଏଣୁ ବାହା କରୁଥିଲେ । ବୟସ, ସରକାରୀ ନିୟମ କିଛି ଜଣାନାହଁ ବୋଲି ଅଜବ ଉତ୍ତର ଦେଇଥିଲେ କନ୍ୟାର ବାପା । ଅନେକ ସ୍ଥାନରେ ଏମିତି ବାଲ୍ୟ ବିବାହ ହେଉଛି ।କିନ୍ତୁ ପ୍ରଶାସନ ସେସବୁକୁ ଅଣଦେଖା କରୁଛି । ଅପରପକ୍ଷରେ ପୋଲିସର ଏପରି ଚଢାଉକୁ ନାପସନ୍ଦ କରିଥିଲେ କିଛି ବରଯାତ୍ରୀ । 

ଆଇନ ଅନୁସାରେ  ଝିଅର ବୟସ ୧୮ବର୍ଷ ହେଲା ପରେ ହଁ ବିବାହ ହୋଇଥାଏ । ବାଲ୍ୟ ବିବାହ ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ପାଇ ପୋଲିସର ଏକ ଟିମ ଗାଁରେ ପହଁଚିଥିଲେ ।  ସରକାରୀ ନିୟମ ଅନୁସାରେ ଉଭୟ ପୁଅ, ଝିଅ ବୟସ ହେଲାପରେ ବାହା ହୋଇପାରବେ ଏଣୁ ଲିଖିତ ଆକାରରେ ଉଭୟ ପୁଅ ଓ ଝିଅଙ୍କ ପରିବାରଠାରୁ ପୋଲିସ ଏକ ଲେଖା ରଖିଛି । ଏବେ ବାହାଘର କରିବେ ନାହିଁ ବୋଲି ପ୍ରତିନିଧିଦଳ ବର ଓ କନ୍ୟା ପକ୍ଷକୁ ତାଗିଦ କରିଛନ୍ତି । ଏମିତି ସବୁ ଆଲୋଚନା ଚାଲିଥିବାବେଳେ କିନ୍ତୁ ପରିବାରର ସହୋଯୋଗରେ ଚମ୍ପଟ ମାରିଥିଲେ ବରକନ୍ୟା । ଶେଷରେ ଝିଅର ବାପା ମଁ। କୁ ଥାନାକୁ ଆଣିଥଲା ପୋଲିସ । ଝିଅର ସୁରକ୍ଷା, ଯତ୍ନ ପାଇଁ ବାଲ୍ୟବିବାହ ବନ୍ଦ କରାଯାଇଛି ,ସାଧାରଣ ଲୋକେ ଏଥତ୍ପାଇଁ ଗୁରୁତ୍ବ ଦେଉନାହଁନ୍ତି । ଯାହାଫଳରେ ଏମିତି ହେଉଛି । ବୋଲି ଚାଇଲଡ ହେଲ୍ପଲାଇନ ପ୍ରତିନିଧି ହିଛନ୍ତି ।

ସଚେତନତାର,ଦୃଢ କାର୍ଯୟନୁଷ୍ଠାନ,ପ୍ରଚାର ପ୍ରାସରର ଅଭାବ ପାଇଁ ଆଜିବି ଚାଲିଛି ବାଲ୍ୟ ବିବାହ । ଏଥତ୍ପାଇଁ ପ୍ରଶାସନ ପକ୍ଷରୁ ଓଭୟ ପରିବାର,ବାହାଘର ପାଇଁ ନିୟୋଜିତ ଗାଡି,ବାଜାପାର୍ଟୀ,ଟେଣ୍ଟ ହାଉସ,ଭିଡିଓ ସୁଟିଙ୍ଗ,ରୋଷେୟା,ପୂଜକ ବ୍ରାହ୍ମଣ ସମସ୍ତଙ୍କୁ ବାଲ୍ୟ ବିବାହ ଅପରାଧ ପରିସରଭୁକ୍ତ କରିବ ।

   Related Posts