ଗଣେଶ କେବଳ ହିନ୍ଦୁଙ୍କ ଠାକୁର ନୁହଁନ୍ତି , ପୃଥିବୀର ସବୁଠୁ ବଡ଼ ମୁସଲିମ୍ ଦେଶର ନୋଟରେ କାହିଁକି ବିଘ୍ନରାଜଙ୍କ ଛବି?

Published By : Prameya-News7 Bureau | August 22, 2020 IST

ନୂଆଦିଲ୍ଲୀ ୨୨/୮: ଦେଶବ୍ୟାପି ଆଜି ଗଣେଶ ଚତୁର୍ଥୀର ପର୍ବ ପାଳନ କରାଯାଉଛି। ଲୋକେ ନିଜ ଘରେ ଗଣେଶଙ୍କ ମୂର୍ତ୍ତି ସ୍ଥାପିତ କରୁଛନ୍ତି। କେବଳ ଭାରତରେ ନୁହେଁ ବରଂ ଭଗବାନ ଗଣେଶ ବିଶ୍ବର ଅଧିକାଂଶ ଦେଶରେ ପୂଜା ପାଇଥାନ୍ତି,ଲୋକେ ତାଙ୍କୁ ଈଶ୍ବରର ପ୍ରତୀକ ନୁହେଁ ବରଂ ସୌହାର୍ଦ୍ଦ୍ୟ,ଖୁସି ଏବଂ ସମ୍ପନ୍ନତାର ପ୍ରତୀକ ମାନି ପୂଜା କରିଥାନ୍ତି।

କିନ୍ତୁ ଆପଣ ଜାଣନ୍ତି କି ବିଶ୍ବରେ ଏପରି ଏକ ମୁସଲିମ୍ ଦେଶ ରହିଛି ଯାହା କେବଳ ଭଗବାନ ଗଣେଶଙ୍କୁ ମାନିନଥାଏ ବରଂ ଏହି ଦେଶର ଟଙ୍କାରେ ଭଗବାନ ଗଣେଶ ବିରାଜମାନ ଅଛନ୍ତି।

ଆମେ କଥା ହେଉଛୁ ଇଣ୍ଡୋନେସିଆ ବିଷୟରେ। ଯାହା ବିଶ୍ବର ସବୁଠୁ ମୁସଲିମ୍ ଜନବହୁଳ ବିଶିଷ୍ଟ ଦେଶ କିନ୍ତୁ ଏହି ଦେଶର ଟଙ୍କାରେ ଗଣେଶଙ୍କ ଫଟୋ ଦେଖିବାକୁ ମିଳିଥାଏ।

ଏହା କୌଣସି ଆଶ୍ଚର୍ଯ୍ୟଠୁ କମ୍ ନୁହେଁ ।ଭାରତ ଏବଂ ଇଣ୍ଡୋନେସିଆର ଅଧିକାଂଶ ସଂସ୍କୃତିରେ ସମାନତା ଦେଖିବାକୁ ମିଳିଥାଏ।  ଏଠାରେ ଅନେକ ହିନ୍ଦୁ ଦେବୀ-ଦେବତାଙ୍କ ପୂଜା କରାଯାଏ। କେବଳ ଏତିକି ନୁହେଁ , ଲୋକେ କେବଳ ଦେବୀ-ଦେବତାଙ୍କୁ ମାନନ୍ତି ନାହିଁ ବରଂ ଏମାନଙ୍କ ସହ ଜଡ଼ିତ ପର୍ବପର୍ବାଣିକୁ ମଧ୍ୟ ମାନନ୍ତି। ଏଠାକାର ଟଙ୍କାରେ ଭଗବାନ ଗଣେଶଙ୍କ ଫଟୋ ହେବା ପଛରେ ଲୋକଙ୍କ ବିଶ୍ବାସ ଜଡ଼ିତ ରହିଛି। ଲୋକେ ମାନନ୍ତି ଯେ ଭଗବାନ ଗଣେଶ କଳା,ବୁଦ୍ଧି, ସମ୍ପନ୍ନତା ଏବଂ ବୈଭବର ପ୍ରତୀକ। ଏଥିପାଇଁ ଗଣେଶଙ୍କ ଫଟୋ ଟଙ୍କାରେ ଲାଗିଥାଏ।

କୁହାଯାଉଛି ଯେ କିଛି ବର୍ଷ ତଳେ ଇଣ୍ଡୋନେସିଆରେ ଆର୍ଥିକ ସଙ୍କଟ ଦେଖା ଦେଇଥିଲା ଯାହା ପରେ ଅର୍ଥନୀତିଜ୍ଞମାନେ ବିଚାର କରି ୨୦ ହଜାର ଟଙ୍କାର ନୂଆ ନୋଟ୍ ଜାରି କରିଥିଲା ଯେଉଁଥିରେ ଭଗବାନ ଗଣେଶଙ୍କ ଫଟୋ ଛପିଥିଲା। କିନ୍ତୁ ୧୯୯୮ମସିହାରେ ଜାରି କରାଯାଇଥିବା ଏହି ଟଙ୍କାରେ ପରେ ପରିବର୍ତ୍ତନ କରାଯାଇଥିଲା ଏବଂ ଏଥିରେ ଗଣେଶଙ୍କ ଫଟୋକୁ ହଟାଇ ଦିଆଯାଇଥିଲା।

ଇଣ୍ଡୋନେସିଆରେ ଅଧିକାଂଶ ସ୍ଥାନରେ ଭଗବାନ ବିଷ୍ଣୁ ଏବଂ ଶିବଙ୍କ ମନ୍ଦିର ଦେଖାଯାଇଥାଏ। କେବଳ ଏତିକି ନୁହେଁ ଏଠାକାର ସହରରେ ସଂସ୍କୃତରେ ଲେଖାଯାଇଥିବା ଶବ୍ଦ,ରାମାୟଣ ଏବଂ ମହାଭାରତ ସହ ଜଡ଼ିତ ଚିତ୍ର ଏବଂ ଶବ୍ଦାବଳୀ ​‌ଦେଖିବାକୁ ମିଳିବ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ଇଣ୍ଡୋନେସିଆରେ ୨%ରୁ କମ୍ ଭାରତୀୟ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.