କାଶ୍ମୀର ଘାଟୀରେ ୧୦ହଜାର ଅତିରିକ୍ତ ଯବାନ ମୁତୟନ ପଛର କାରଣ ଆସିଲା ପଦାକୁ, ଜାଣନ୍ତୁ କଣ

Published By : Prameya-News7 Bureau | July 31, 2019 IST

ଜମ୍ମୁ ୩୧/୭: କାଶ୍ମୀର ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି। ଏହା ପଛରେ କାରଣ ହେଉଛି ମୋଦି ସରକାରଙ୍କ ଆଦେଶ। ତାଙ୍କ ଆଦେଶ ଅନୁସାରେ ୧୦ହଜାର ଯବାନଙ୍କୁ କାଶ୍ମୀରରେ ମୁତୟନ କରାଯାଇଛି। ଗୃହମନ୍ତ୍ରୀ ଅମିତ ଶାହ ଓ ଏନଏସଏ ମୁଖ୍ୟ ଅଜିତ ଡୋଭାଲଙ୍କ ଗସ୍ତ ପରେ ଏହି ଆଦେଶ ଦିଆଯାଇଛି। ଆଦେଶ ପରେ ସେହି ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ଏବଂ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି।  ଏବେ ହଠାତ କାଶ୍ମୀର ଘଟିରେ ୧୦ହଜାର ଅତିରିକ୍ତ ଯବାନ ମୁତୟନ କରାଯିବା ପଛର ଅସଲ କାରଣ ସାମନାକୁ ଆସିଛି।            

ନିକଟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କାଶ୍ମୀର ଗସ୍ତ କରିଥିଲେ। ସେ ଗସ୍ତ ସାରି ଦିଲ୍ଲୀ ପହଞ୍ଚିବାପରେ କାଶ୍ମୀରକୁ ୧୦ହଜାର ଯବାନଙ୍କୁ ପଠାଇବାର ଆଦେଶ ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ। ଏହାପରେ ସେଠାରେ ହଇଚଇ ସୃଷ୍ଟି ହୋଇଛି। ମହବୁବା ମୁଫ୍ତି ୩୫ଏ ଉଚ୍ଛେଦ କରିବା ଲାଗି ଏହା ପୂର୍ବ ପ୍ରସ୍ତୁତି ବୋଲି କହିଥିଲେ। ଅଓ୍ବାମୀ ନ୍ୟାଶନାଲ କନଫରେନ୍ସର ଅଧ୍ୟକ୍ଷ ମୁଜାଫର ଅହମଦ ଶାହ ୩୭୦ ଉଚ୍ଛେଦ କରିବା ଲାଗି ଏଭଳି ସୈନ୍ୟ ମୁତୟନ କରାଯାଇଥିବା କଥା କହିଥିଲେ।

ଅମିତ ଶାହଙ୍କ ଏହି ନିଷ୍ପତ୍ତିର ଅସଲ କାରଣ ଏବେ ସାମନାକୁ ଆସିଛି। ବାସ୍ତବରେ ଯେତେବେଳେ ଡୋଭାଲ କାଶ୍ମୀର ଗସ୍ତ କରି ଫେରିଥିଲେ ସେ ରିପୋର୍ଟ ଦେଇଥିଲେ ଯେ ପାକିସ୍ତାନରେ ପ୍ରଶିକ୍ଷିତ ଆତଙ୍କବାଦୀ ବଡ଼ ଆତଙ୍କବାଦ ହମଲା କରିବାକୁ ଯୋଜନା କରିଛନ୍ତି। ରିପୋର୍ଟ ମିଳିବା କ୍ଷଣି ଗୃହ ମନ୍ତ୍ରାଳୟ ତତକ୍ଷଣାତ୍ ଆକ୍ସନ୍ ନେଇଥିଲା ଏବଂ ଏହି ଆଦେଣ ଜାରି କରାଯାଇଥିଲା ଯାହା ଫଳରେ ସୀମା ସୁରକ୍ଷାକୁ ଆହୁରି କଡ଼ା କରାଯାଇପାରିବ। ତେଣୁ ଆଶଂକା କରାଯାଉଛି ଯେ, ଯେକୌଣସି ମୁହୂର୍ତ୍ତରେ କାଶାମୀର ଘାଟୀରେ ପୁଲୱାମା ଆତଙ୍କି ହମଲାଭଳି ଏକ ବଡ ଧରଣର ଅଘଟଣ ଘଟିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.