ପାକିସ୍ତାନର ମିଛର ପର୍ଦ୍ଦାଫାସ୍ କରୁଛି ଏହି ଶବ ! ଜାଣନ୍ତୁ କିପରି ହୋଇଥିଲା ଏମାନଙ୍କ ମୃତ୍ୟୁ

Published By : Prameya-News7 Bureau | March 09, 2019 IST

ନୂଆଦିଲ୍ଲୀ ୯|୩ : ଏବେ ସୋସିଆଲ ମିଡିଆରେ ଗୋଟିଏ ଫଟୋ ହଇଚଇ ସୃଷ୍ଟି କରିବାରେ ଲାଗିଛି । ଯେଉଁ ଫଟୋକୁ ଲୋକମାନେ ମଧ୍ୟ ବହୁଳ ଭାବେ ସେୟାର କରିବାରେ ଲାଗିଛନ୍ତି । ଭାଇରାଲ ହୋଇଥିବା ଏହି ଫଟୋଟି ପାକିସ୍ତାନର ବୋଲି ଚର୍ଚ୍ଚା ହେଉଛି । ଏହି ଫଟୋ ଶତାଧିକ ଶବକୁ ପୋତାଯାଉଥିବାର ଦେଖିବାକୁ ମିଳିଛି । ଏହି ଫଟୋରେ ଯେଉଁ ଶବ ପୋତା ଯାଉଥିବା ଦେଖିବାକୁ ମିଳିଛି ତାହା ଏୟାର ଷ୍ଟ୍ରାଇକ୍ ରେ ମୃତ ଆତଙ୍କବାଦୀମାନଙ୍କର ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ୨୬ ଫେବୃଆରୀରେ ଭାରତୀୟ ବାୟୁସେନା ପାକିସ୍ତାନ ବାଲାକୋଟ୍ ରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଯାହା ଫଳରେ ୩୦୦ରୁ ଅଧିକ ଆତଙ୍କବାଦୀ ମୃତ ହୋଇଥିବା କୁହାଯାଉଥିଲା । ତେବେ ଏହି ଭାଇରାଲ ଫଟୋକୁ ଦେଖିବା ପରେ ଲୋକମାନେ ଏହାକୁ ଏୟାର ଷ୍ଟ୍ରାଇକ୍ ର ପ୍ରମାଣ ଆଧାରରେ ଦେଖୁଛନ୍ତି ।

ଏହି ଫଟୋରେ ଏତେ ସଂଖ୍ୟାରେ ଶବ ଥିବା ହେତୁ ଲୋକମାନେ ଏହାକୁ ମାନିବାକୁ ବାଧ୍ୟ ହେଉଛନ୍ତି ଯେ, ଏହି ଶବ ପାକିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକ୍ ଫଳରେ ମୃତ ହୋଇଥିବା ଆତଙ୍କବାଦୀଙ୍କର । ମାତ୍ର ଏହି ଫଟୋର ସତ୍ୟତା କିଛି ଅଲଗା ।

ବାସ୍ତବରେ ଲୋକମାନେ ଯେଉଁ ଫଟୋକୁ ପାକିସ୍ତାନ ବାଲାକୋଟ୍ ରେ ମୃତ ଆତଙ୍କବାଦୀଙ୍କର ଭାବୁଛନ୍ତି ତାହା କରାଚୀର କିଛି ବର୍ଷ ପୂର୍ବର ଫଟୋ । ୨୦୧୫ ମସିହାରେ କରାଚୀରେ ଭୀଷଣ ଗରମ ହୋଇଥିଲା । ଫଳରେ ବହୁତ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏତେ ସଂଖ୍ୟାରେ ଲୋକ ମରିବା କାରଣରୁ ଶବକୁ ପୋତା ଯିବା ପାଇଁ ଜାଗା କମ୍ ପଡିଥିଲା । ଫଳରେ ଶବ ଗୁଡିକୁ ସାମୂହିକ କବରରେ ପୋତା ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.