Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଛତିଶଗଡର ଷ୍ଟ୍ରାଟେଜିଷ୍ଟ ଟି.ଏସ୍. ସିଂଦେଓଙ୍କୁ କଂଗ୍ରେସ ଓଡିଶାର ଅସ୍ଥାୟୀ ପ୍ରଭାରୀ ନିଯୁକ୍ତ କରିବା ପଛରେ ରହିଛି ଏହି କାରଣ

24/02/2019 at 5:46 PM

ଭୁବନେଶ୍ବର ୨୪|୨ (ଲକ୍ଷ୍ମୀକାନ୍ତ ମହାପାତ୍ର) : ସାଧାରଣ ନିର୍ବାଚନରେ ରାଜ୍ୟ କଂଗ୍ରେସର ମଙ୍ଗ ଧରିବେ ଛିତିଶଗଡ ଷ୍ଟ୍ରାଟେଜିଷ୍ଟ ଟି.ଏସ୍‌. ସିଂଦେଓ । ଛତିଶଗଡ ଭଳି ଓଡିଶାର ବି କଂଗ୍ରେସ ଶାସନ ଗାଦିକୁ ଫେରିବା ପାଇଁ  ରାହୁଲ ଏବେ ଟି.ଏସ୍‌. ସିଂଦେଓ କାନ୍ଧରେ ଦାୟିତ୍ବ ଦେଇଛନ୍ତି ।  ରମଣ ସିଂ ସରକାରଙ୍କୁ ଗାଦିରୁ ତଡିବା ଭଳି ଏଠି ବିଜେଡି ଓ ବିଜେପିକୁ  ଶାସନ ଗାଦିରୁ ଦୂରେଇ ରଖିବା ପାଇଁ ଟି.ଏସ୍‌. ସିଂଦେଓ ରଣନୀତି ଠାରୁ ଆରମ୍ଭ କରି ଇସ୍ତାହାର ପର୍ଯ୍ୟନ୍ତ ନିର୍ବାଚନ ପରିଚାଳନା କରିବେ ।

ଛତିଶଗଡ଼ ପରେ ରାହୁଲ ଗାନ୍ଧିଙ୍କ ଫୋକସରେ ଓଡିଶା । ଛତିଶଗଡର ଷ୍ଟ୍ରାଟେଜିଷ୍ଟ ମାଷ୍ଟର ମୁଣ୍ତରେ ଲଦିଲେ ଓଡିଶା ଦାୟିତ୍ବ । ନିର୍ବାଚନକୁ ଆଖି ଆଗରେ ରଖି ଛତିଶଗଡର ଇସ୍ତାହାର କମିଟି ମୁଖ୍ୟ ଥିବା ଟି.ଏସ୍‌. ସିଂଦେଓଙ୍କୁ ଅସ୍ଥାୟୀ ଭାବେ ପ୍ରଭାରୀ ଦାୟିତ୍ବ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଛତିଶଗଡରେ କଂଗ୍ରେସକୁ ଆଶଙ୍କା ଲାଗିରହିଥିଲା। କିନ୍ତୁ ଟି.ଏସ୍‌. ସିଂଦେଓଙ୍କ ଇସ୍ତାହାର ଫର୍ମୁଲା ଓ ରଣନୀତି ପାଇଁ ଛତିଶଗଡରେ କଂଗ୍ରେସ ଆଶାତୀତ ସଫଳତା ପାଇଲା ଏବଂ ଶାସନ ଗାଦିକୁ ଫେରିଲା । ଛତିଶଗଡର ପଡୋଶୀ ରାଜ୍ୟ ଓଡିଶା ହେଇଥିବାରୁ ଏବେ ରାହୁଲ ପୁଣି ଛତିଶଗଡ ଷ୍ଟ୍ରାଟେଜିଷ୍ଟ ମାଷ୍ଟର ଟି.ଏସ୍‌. ସିଂଦେଓଙ୍କୁ  କାନ୍ଧରେ ଓଡିଶା ଦାୟୀତ୍ବ ଦେଇଛନ୍ତି ।

ରାହୁଲଙ୍କ ସଭାରେ ଲୋକଙ୍କ ଭିଡକୁ ଦେଖି କଂଗ୍ରେସ ଉତ୍ସାହିତ। ଓଡିଶା ୪ଥର ଲଗାତର ଭାବେ ଜିତି ଆସୁଥିବା ନବୀନ ସରକାରଙ୍କୁ ବ୍ରେକ୍ ଲାଗାଇବାକୁ କଂଗ୍ରେସ ଏବେ ଅଣ୍ଟା ଭିଡିଛି । ଆଗାମୀ ନିର୍ବାଚନରେ
ଟି.ଏସ୍‌. ସିଂଦେଓ ପୁରା ରଣନୀତି  ଠାରୁ  ଆରମ୍ଭ କରି ଇସ୍ତାହାର କେମିତି କରାଯିବ ତାର ଦାୟିତ୍ବରେ ରହିବେ । ପୂରା ନିର୍ବାଚନ ପରିଚାଳନା କଥା ମଧ୍ୟ ଟି.ଏସ୍‌. ସିଂଦେଓ ବୁଝିବେ।

ଲାଗତର ଭାବେ କଂଗ୍ରେସ ରାଜ୍ୟରେ ଶାସନଠାରୁ ଦୂରରେ ରହିଛି । ପ୍ରତି ନିର୍ବାଚନରେ କଂଗ୍ରେସର ସିଟ୍‌ ସଂଖ୍ୟା କମିବାରେ ଲାଗିଛି।  ହିନ୍ଦି ହାର୍ଟଲାଣ୍ତରେ କଂଗ୍ରେସ ଜିତିବା ପରେ ଆତ୍ମ ବିଶ୍ବାସ ଫେରିଛି । ତେଣୁ ୨୦୧୯ ନିର୍ବାଚନରେ କଂଗ୍ରେସ ବି ଚାଷୀ କାର୍ଡ ଖେଳିବା ସହ ରଣନୀତି ଉପ​‌ରେ ବି ଅଧିକ ଫୋକସ ରଖିଛି।

   Related Posts