Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଟୋକିଓ ଅଲିମ୍ପିକ୍‌ରେ ‘ଆଣ୍ଟି ସେକ୍ସ ବେଡ’ ରହସ୍ୟ ଉପରୁ ହଟିଲା ପର୍ଦା, ଟ୍ୱିଟ୍ କଲେ ଜିମ୍ନାଷ୍ଟ

20/07/2021 at 8:38 PM

ଟୋକିଓ : ଅଲିମ୍ପିକ୍‌ ଉଦଘାଟନ ସମୟ ଯେତିକି ପାଖଉଛି କ୍ରିଡାଗ୍ରାମରୁ ସେତିକି ନୂଆ ନୂଆ ଖବର ଆସୁଛି। ଏଠାକାର କ୍ରିଡାଗ୍ରାମରେ ଖେଳାଳିଙ୍କ ଲାଗି ପଲଙ୍କ ଆଣ୍ଟିସେକ୍ସବେଡ ବୋଲି ବେଶ୍ ଚର୍ଚ୍ଚା ଧରିଥିଲା। କୁହାଯାଉଥିଲା କୋଭିଡ-୧୯କୁ ଦୃଷ୍ଟିରେ ରଖି କାଗଜ କାର୍ଡବୋର୍ଡରେ ଖଟ ତିଆରି ହୋଇଛି। ଯାହାଦ୍ୱାରା ଅଲିମ୍ପିକ କାଳରେ କ୍ରିଡାଗ୍ରାମରେ ସୋସିଆଲ ଡିଷ୍ଟାନସିଂର ସଠିକ ପାଳନ ହୋଇପାରିବ।

ତେବେ ସେପରି କିଛି ନଥିବା ଆୟର୍ଲାଣ୍ଡର ଜିମ୍ନାଷ୍ଟ ରିସ୍ ମେକ୍ଲେଗନ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ଏପରିକି ସେ ନିଜ ପଲଙ୍କ ଉପରେ ଡେଇଁ କୁଦି ତାହା ଆଣ୍ଟି ସେକ୍ସ ବେଡ ନୁହେଁ ବୋଲି ପ୍ରମାଣିତ କରିବା ସହ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ପ୍ରସାରିତ ହେଉଥିବା କଥାକୁ ଗୁଜବ ବୋଲି କହିଛନ୍ତି। ଏହି ବେଡ କୌଣସି ପ୍ରକାର ଭିନ୍ନ ଉଦ୍ଦେଶ୍ୟରେ ତିଆରି ହୋଇ ନଥିବା ସେ ଟ୍ୱିଟ୍‌ରେ କହିଛନ୍ତି। ଏହି ଟ୍ୱିଟ୍‌ ପରେ ଅଲିମ୍ପିକ୍‌ ଟ୍ୱିଟ୍‌ ହ୍ୟାଣ୍ଡଲରେ ଜିମ୍ନାଷ୍ଟଙ୍କୁ ଲୋକଙ୍କ ସନ୍ଦେହ ଦୂର କରିବାରେ ସହାୟକ ହୋଇଥିବାରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

ଏହି ପଲଙ୍କ ଦୀର୍ଘସ୍ଥାୟୀ ଓ ମଜଭୁତ ବୋଲି ମେକ୍ଲେଗନ ତାଙ୍କ ଟ୍ୱିଟ୍‌ରେ ସୂଚିତ କରିଛନ୍ତି। ତେବେ ଅଲିମ୍ପିକ କ୍ରି଼ଡାଗ୍ରାମରେ ଖେଳାଳିଙ୍କ ସୁବିଧା ସୁଯୋଗକୁ ନେଇ ଏପରି ଅପପ୍ରଚାର କିଛି ନୂଆ କଥା ନୁହେଁ। ତେବେ କୋରନା ଭାଇରସ ମହାମାରୀରେ ଅନୁଷ୍ଠିତ ହେଉଥିବା କ୍ରିଡାର ମହାକୁମ୍ଭରେ ଏପରି ଖଟ ଚର୍ଚ୍ଚାକୁ ବେଶ୍ ଖୋରାକ ଯୋଗାଇଥିଲା।  

   Related Posts