Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ସୁନ୍ଦରୀ ଯୁବତୀଙ୍କ ସାଂଘାତିକ ଖେଳ – ମହିଳାମାନେ ସାଜିଛନ୍ତି ବିଷକନ୍ୟା….

16/09/2019 at 6:13 PM

କଟକ ୧୬।୦୯- ବାଲେଶ୍ବରରୁ ଭୁବନେଶ୍ବର, କଟକରୁ ଖୋର୍ଦ୍ଧା ଯୁଆଡ଼େ ଦେଖ ଯୁଆଡ଼େ ଦେଖ ପୁଳା ପୁଳା ବ୍ରାଉନସୁଗାର ଜବତ କରୁଛି ଅବକାରୀ ବିଭାଗ । ଏଥି ସହ ବ୍ରାଉନସୁଗାର କାରବାର ସହ ଜଡ଼ିତ ଅଭିଯୁକ୍ତମାନେ ମଧ୍ୟ ବନ୍ଧା ହେଉଛନ୍ତି । ତଥାପି ଏହି ଧଳାଜହର ଉପରେ ଲାଗିପାରୁନି ରୋକ୍ । କେଉଁଠୁ ଆସୁଛି ଏହି ଧଳାଜହର ? କେଉଁମାନେ ଓଡ଼ିଶାକୁ ଧଳାଜହର ସପ୍ଲାଏ କରୁଛନ୍ତି ? ଏସବୁର ସୁରାକ୍ ପାଇଛି ଅବକାରୀ ବିଭାଗ । ଏସବୁ ପଛରେ ରହିଛି ସୁନ୍ଦରୀ ଯୁବତୀଙ୍କ ସାଂଘାତିକ ଖେଳ ।

କଟକ, ଭୁବନେଶ୍ବର, ବାଲେଶ୍ବରରେ ଚଢ଼ାଉ କରି ୪୧ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଶନିବାର ବାଲେଶ୍ବର ଅଡ଼ର ବଜାରରୁ କୋଟିଏ ଟଙ୍କାର ବ୍ରାଉନ୍ସୁଗାର ଜବତ କରିଥିଲା ପୋଲିସ । ପ୍ରତିଦିନ ବାଲେଶ୍ବରରୁ ଭୁବନେଶ୍ବର, କଟକରୁ ଖୋର୍ଦ୍ଧା ଭିତରେ କେହି କେହି ନା’ କେହି ବ୍ରାଉନସୁଗାର ବେପାରୀ ଧରାପଡ଼ୁଛନ୍ତି । ଏସବୁକୁ ଦେଖିଲେ ଲାଗୁଛି ଯେମିତି ବ୍ରାଉନ୍ ସୁଗାରର ପେଣ୍ଠସ୍ଥଳୀ ପାଲଟି ଗଲାଣି ଓଡ଼ିଶା ।

ହେଲେ କେଉଁଠୁ ଆସୁଛି ଏହି ଧଳାଜହର ? କେଉଁମାନେ ଓଡ଼ିଶାକୁ ଧଳାଜହର ସପ୍ଲାଏ କରୁଛନ୍ତି ? ଉତ୍ତର ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଏସବୁ ପଛରେ ରହିଛି ସୁନ୍ଦରୀ ଯୁବତୀଙ୍କ ସାଂଘାତିକ ଖେଳ । ମାନେ ଧଳାଜହର କାରବାରର ମାଧ୍ୟମ ପାଲଟିଛନ୍ତି ସୁନ୍ଦରୀ ତଲାକି ମହିଳା । ଆଫ୍ଗାନିସ୍ତାନ ଏବଂ ବାଂଲାଦେଶରୁ ଆସୁଥିବା ଏହି ମହିଳାମାନେ ସାଜିଛନ୍ତି ବିଷକନ୍ୟା ।  ଅପରେସନ କରାଇ ନିଜ ଶରୀରରେ ଏହି ଧଳାଜହରକୁ ଅତି ସତର୍କତାର ସହ ଲୁଚାଇ ଆଣନ୍ତି  ଏହି ତଲାକି ମହିଳାମାନେ ।

ଭିସା ପାସପୋର୍ଟ ଠିକ୍ ଠାକ୍ ଥିବାରୁ ଏମାନଙ୍କ ଉପରେ କେହି ସଂଦେହ ବି କରନ୍ତିନି । ଯାହାର ସୁଯୋଗ ନେଇ ସେମାନେ ଆଫ୍ଗାନିସ୍ତାନ ଏବଂ ବାଂଲାଦେଶ ଏୟାରପୋର୍ଟରୁ ସିଧା ପହଞ୍ଚିଯାଆନ୍ତି ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ । ଏହାପରେ କୋଲକାତାରେ କିଛି ଉଚ୍ଚଶିକ୍ଷିତ ଯୁବକ ଯେଉଁମାନେ କି ଏହି ବ୍ରାଉନ୍ସୁଗାର କାରବାରର ମେନ୍ ସପ୍ଲାୟର ସାଜିଛନ୍ତି ସେମାନେ ଦାମୀ ଓ ବିଳାଶପୂର୍ଣ୍ଣ କାର୍ ଦ୍ବାରା ଏହି ଧଳାଜହରକୁ ବାଲେଶ୍ବର ଜଳେଶ୍ବରରେ ଥିବା ବେପାରୀଙ୍କ ପାଖରେ ପହଞ୍ଚାଇଥାନ୍ତି । ସେଇଠାରୁ ହିଁ ଏଜେଣ୍ଟମାନଙ୍କ ଦ୍ବାରା କଟକ-ଭୁବନେଶ୍ବର –ଖୋର୍ଦ୍ଧା ଭଳି ଅଂଚଳକୁ ଆସିଥାଏ ପୁଳା ପୁଳା ବ୍ରାଉନ୍ସୁଗାର । 

ବ୍ରାଉନ୍ ସୁଗାର କାରବାରର ଅନେକ କୋଡ଼ ଓ୍ବାର୍ଡ଼ର ସୁରାକ୍ ମଧ୍ୟ ଲାଗିଛି ଅବକାରୀ ଗୁଇନ୍ଦା ବିଭାଗ ହାତରେ । ପାଉ – ଚିଟ୍ – ଚନ୍ଦନ – ଛଞ୍ଚା ଭଳି କୋଡ଼ ଓ୍ବାର୍ଡ଼ ବ୍ୟବହାର କରନ୍ତି ବ୍ରାଉନସୁଗାର ବେପାରୀ ଓ ନିଶା ସେବନକାରୀ । ଏ ବିଷୟରେ ପୁଲିସ ଅନେକ ସୁରାକ ପାଇଥିବା ସୂଚନା ମିଳିଛି ।

କୋଲାକାତାର ବାଲେଶ୍ବର ଜଳେଶ୍ବରକୁ ମଧ୍ୟ ଟ୍ରେନ୍ ଯୋଗେ ବହୁ ପରିମାଣରେ ବ୍ରାଉନସୁଗାର ଆସିଥାଏ । ରେଳଧାରଣା କଡ଼ରେ ଥିବା ବାଲେଶ୍ବର ଅଡ଼ର ବଜାର ଏହି ବ୍ରାଉନସୁଗାର ସବୁ ଗଚ୍ଛିତ ହୋଇ ରହିଥାଏ । ଷ୍ଟେସନରେ ଟ୍ରେନ୍ ପହଞ୍ଚିବା ପୂର୍ବରୁ ମାଫିଆ ମାନେ ଅଡର ବଜାର ନିକଟରେ ବ୍ରାଉନସୁଗାର ପ୍ୟାକେଟ୍ ଗୁଡ଼ିକୁ ପିଙ୍ଗି ଦିଅନ୍ତି । ନ୍ୟୁଜ୍ ସେଭେନ୍‌ରେ ଏହାର ଖୁଲାସା ହେବା ପରେ ଶନିବାର ପୋଲିସ ଅଡ଼ର ବଜାର ଅଂଚଳରେ ଛଢ଼ାଉ କରି ୩ଜଣଙ୍କୁ ଗିରଫ କରିବା ସହ ଏକକିଲୋଗ୍ରାମ୍ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ।

   Related Posts