Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ରେଳବାଇଙ୍କ ‘ଡାୟନାମିକ୍’ ଫେୟାର ସ୍କିମ, ଜାଣନ୍ତୁ କ’ଣ ମିଳୁଛି ସୁବିଧା

17/10/2019 at 9:04 PM

ଦେଶରେ ଏବେ ଉତ୍ସବର ଋତୁ। ଏଣୁ ଛୁଟି କଟାଇବାକୁ ଲୋକେ ନିଜନିଜ ଘରକୁ ଫେରୁଥିବା ବେଳେ ଭାରତୀୟ ରେଳବାଇ ଚଳିତବର୍ଷ ଯାତ୍ରୀଙ୍କ ସମସ୍ୟା ହ୍ରାସ ଲାଗି ଯତ୍ପୋରୋନାସ୍ତି ଉଦ୍ୟମ କରିଛନ୍ତି। ଏଥିଲାଗି ‘ଡାୟନାମିକ ଫେୟାର’ ସ୍କିମ ପ୍ରଚଳନ କରିଥିବା ବେଳେ ଏଥିରେ ଯାତ୍ରୀଙ୍କୁ ମିଳୁଛି କନଫର୍ମ ଟିକେଟ୍। କେବଳ ସେତିକି ନୁହେଁ ସ୍କିମରେ ଅନ୍ୟ ଫାଇଦା ବି ଦେଉଛନ୍ତି। ତେବେ ଆସନ୍ତୁ ଜାଣିବା ଭାରତୀୟ ରେଳଙ୍କ ଏହି ସ୍ୱତନ୍ତ୍ର ସ୍କିମ ବାବଦରେ।

ସ୍କିମରେ ଟ୍ରେନରେ ଯାତ୍ରୀଙ୍କୁ କନଫର୍ମ ଟିକେଟ୍ ଦେବାର ବ୍ୟବସ୍ଥା କରାଯାଇଛି। ଅର୍ଥାତ ଟିକେଟ୍ ବିକ୍ରି ଶେଷ ହେବା ପରେ ବି ବଳକା ସିଟ୍ ରେ ଯାତ୍ରୀଙ୍କୁ ରେଳ ଯାତ୍ରାର ସୁବିଧା ଦେବା। ତେବେ ଏଥିପାଇଁ ନିୟମିତ ଭଡା ଠାରୁ ଯାତ୍ରୀଙ୍କୁ ଅଧିକ ଭଡା ଦେବାକୁ ପଡିବ। ଅର୍ଥାତ ସିଟ୍ ସଂଖ୍ୟା ଯେତେ କମ୍ ଟିକେଟ୍ ମୂଲ୍ୟ ସେତେ ଅଧିକ। ତେବେ ଭଡା ଅଧିକ ହେଉ ପଛେ ଉତ୍ସବ ଋତୁରେ କିନ୍ତୁ ରେଳବାଇଙ୍କ ଏହି ସେବା ଯାତ୍ରୀଙ୍କୁ ନିଶ୍ଟିତ ଆଶ୍ୱସ୍ତ କରିବ ବୋଲି ଆଶା କରାଯାଉଛି।

ଉତ୍ସବ ଋତୁ ଲାଗି ରେଳବାଇ ଏବେ ‘ଫେଷ୍ଟିଭ ସ୍ପେସାଲ ଟ୍ରେନ’ ସଞ୍ଚାଳନ କରୁଛନ୍ତି। ଏଥିରୁ ଅନେକ ଟ୍ରେନ ଏବେ ସେବା ଆରମ୍ଭ କରିସାରିଲେଣି। ଦୀପାବଳି ପାଖେଇବା ସହ ଏହି ସବୁ ଟ୍ରେନର ସଂଖ୍ୟା ବି ବଢିବ। ତେବେ ପୂଜା ଅବସରରେ  ରେଳବାଇ ଅଧିକାଂଶ ଟ୍ରେନ ଦିଲ୍ଲୀ ଆନନ୍ଦ ବିହାରରୁ ଏଲହାବାଦ, ବାରଣାସୀ ଓ ବିହାରକୁ ଚଳାଇଛନ୍ତି। ଅନୁନ୍ୟ ୩୪ଟି ଟ୍ରେନ ଫେଷ୍ଟିଭ ସ୍ପେଶାଲ ହୋଇଥିବା ବେଳେ ଏଥିରୁ ୧୨ଟିରେ ଡାୟନାମିକ ଫେୟାର ସ୍କିମ କାର୍ଯ୍ୟକାରୀ ହେଉଛି।

ବ୍ୟବସ୍ଥାରେ ପ୍ରଥମେ ଟ୍ରେନ ଟିକେଟ୍ ର ମୂଲ୍ୟ ଅନ୍ୟ ନିୟମିତ ଟ୍ରେନ ଅପେକ୍ଷା ଅନେକ ଶସ୍ତା ରହୁଛି। ତେବେ ଟ୍ରେନ ସଂଖ୍ୟା ଓ ଟ୍ରେନର ଟିକେଟ୍ ବୁକିଂ ବଢିଯିବା ପରେ ସିଟ୍ ମୂଲ୍ୟ ବି ବଢିବଢି ଯିବ। ତେବେ ଅନ୍ତିମ ସମୟରେ ଯାତ୍ରା ଲାଗି ପାସେଞ୍ଜରଙ୍କୁ ସାଧାରଣ ଟିକେଟ୍ ମୂଲ୍ୟର ୩ରୁ ୫ ଗୁଣା ଅଧିକ ଦେବାକୁ ପଡୁଛି। ଏହା ସତ୍ତ୍ୱେ ଟିକେଟ୍ ଲାଗି ଯାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗୀତା ଏବେଠୁ ଆରମ୍ଭ ହୋଇଯାଇଥିବା ଜଣାପଡିଛି।

   Related Posts